ରାସ୍ତାରୁ ପାଇଥିବା ପର୍ସ ଫେରାଇଲେ ଜୋତା ଦୋକାନୀ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ବୃତ୍ତିରେ ଜୋତା ଦୋକାନୀ। ଅଭାବ କେବେ ପିଛା ଛାଡ଼େନା। ସୀମିତ ରୋଜଗାରରେ ଘର ଚଳେ। ଅଭାବ ସତ୍ତ୍ୱେ ଟଙ୍କା ଲୋଭ ତାଙ୍କୁ କବଳିତ କରିପାରି ନାହିଁ। ଟଙ୍କା ଭର୍ତ୍ତି ପର୍ସ ରାସ୍ତାକଡ଼ରୁ ମିଳିଥିଲା। ନିଜ ଖର୍ଚ୍ଚରେ ପର୍ସ ମାଲିକଙ୍କ ଠିକଣା ଖୋଜିଖୋଜି ତାଙ୍କୁ ହସ୍ତାନ୍ତର କରିଛନ୍ତି। ଏଭଳି ମାନବିକତାର ପରିଚୟ ଦେଇଛନ୍ତି ଜୋତା ଦୋକାନୀ ସୋନପୁର ତରଭାର ବର୍ଦ୍ଧମାନ ମେହେର।
ତରଭାଠାରେ ଏକ ଛୋଟିଆ ଜୋତା ଦୋକାନ କରିଛନ୍ତି ୨୮ ବର୍ଷୀୟ ବର୍ଦ୍ଧମାନ। ଗତ ଡିସେମ୍ବର ୨୭ରେ ସେ କୌଣସି କାମରେ ଭୁବନେଶ୍ୱର ଆସିଥିଲେ। ରସୁଲଗଡ଼ ଛକ ପାଖ ପୋଲ ତଳୁ ତାଙ୍କୁ ଏକ ମନିପର୍ସ ମିଳିଥିଲା। ପର୍ସ ଭିତରେ ପ୍ରାୟ ୧୦ ହଜାର ଟଙ୍କା ସହ ଆଧାର କାର୍ଡ, ପ୍ୟାନ୍‌ କାର୍ଡ, ୨ଟି ଏଟିଏମ୍‌ କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଥିଲା। ଆଧାର କାର୍ଡରେ ଦିଲ୍ଲୀ ଠିକଣା ଲେଖାଯାଇଥିଲା। କିନ୍ତୁ ଯୋଗାଯୋଗ ପାଇଁ କୌଣସି ଫୋନ୍‌ ନମ୍ବର ନ ଥିଲା। ଭୁବନେଶ୍ୱରରୁ କାମ ସରିବା ପରେ ସେ ତରଭା ଫେରିଯାଇଥିଲେ। କିନ୍ତୁ ପର୍ସ ଫେରାଇବା ପାଇଁ ସର୍ବଦା ଚିନ୍ତିତ ଥିଲେ। ପର୍ସରେ ଥିବା କେତେକ ସରକାରୀ କାଗଜପତ୍ରରୁ ପର୍ସଟି ଦେବଦତ୍ତ ସାମନ୍ତରାୟଙ୍କର ବୋଲି ଜାଣିପାରିଥିଲେ। ହେଲେ ଯୋଗାଯୋଗାର କୌଣସି ମାଧ୍ୟମ ନ ଥିଲା। ପର୍ସ ଭିତରେ ଥିବା ଏଟିଏମ୍‌ କାର୍ଡକୁ ଧରି ବ୍ୟାଙ୍କରେ ପହଞ୍ଚିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ଦେବଦତ୍ତଙ୍କ ଫୋନ୍‌ ନମ୍ବର ସଂଗ୍ରହ କରିଥିଲେ। ଉକ୍ତ ନମ୍ବରରେ ଯୋଗାଯୋଗ କରିଥିଲେ। ଦେବଦତ୍ତ ଭୁବନେଶ୍ୱର ଆସି ବୁଧବାର ବର୍ଦ୍ଧମାନଙ୍କ ଠାରୁ ପର୍ସ ସଂଗ୍ରହ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଦେବଦତ୍ତ ହେଉଛନ୍ତି ବିଶିଷ୍ଟ ଫୁଟବଲ୍‌ର ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ସାନ ଭାଇ। ସେ ଡିସେମ୍ବର ଶେଷ ସପ୍ତାହରେ ଭୁବନେଶ୍ୱରକୁ ଆସିଥିଲେ। ଏହି ସମୟରେ ଫର୍ସ ହଜିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୭ରୁ ପ୍ରବଳ ବର୍ଷା: ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ମନା

ଭୁବନେଶ୍ୱର,୫।୮(ବ୍ୟୁରୋ): ଆସନ୍ତା ୭ ତାରିଖରେ ଉତ୍ତର-ପଶ୍ଚିମ ତତ୍‌-ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ହେବାର ସମ୍ଭାବନା ରହିଛି। ମୌସୁମୀ ଏବଂ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୬...

ଏନ୍‌ପିଆର୍‌, ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠାଇଲା ବିଜେଡି

ନୂଆଦିଲ୍ଲୀ,୩୧-୧:ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ବିଜେଡି ଯୋଗଦେଇ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିବା ସହ ଜାତୀୟ ଜନସଂଖ୍ୟା ପଞ୍ଜିକା...

ସ୍କୁଲ କମ୍ପ୍ୟୁଟର ଶିକ୍ଷା ଲକ୍ଷ୍ୟ ବିଫଳ

ଭୁବନେଶ୍ୱର,୧୦।୫(ବ୍ୟୁରୋ):ପ୍ରତିଟି କ୍ଷେତ୍ରରେ ଆଜି କମ୍ପ୍ୟୁଟର ଜ୍ଞାନ ଜରୁରୀ। ତେଣୁ ରାଜ୍ୟରେ ଛାତ୍ରୀଛାତ୍ରଙ୍କୁ ସ୍କୁଲ୍‌ ସମୟରୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ଲାଗି ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି।...

ନିର୍ବାଚନୀ ହିଂସାକୁ ନେଇ ବିଧାନସଭାରେ ହଙ୍ଗାମା

ଭୁବନେଶ୍ୱର,୨୭।୩(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜ୍ୟର ଅନେକ ସ୍ଥାନରେ ହିଂସାକାଣ୍ଡ ହୋଇଛି। ବୁଥ୍‌କୁ ଜବରଦସ୍ତି ପ୍ରବେଶ କରିବା, ଷ୍ଟ୍ରଙ୍ଗ୍‌ରୁମ୍‌କୁ ସରକାରୀ ଅଧିକାରୀ ଛଦ୍ମବେଶରେ ଯିବା, ଆଇନଶୃଙ୍ଖଳା...

ଆନ୍ଧ୍ରରେ ଓମିକ୍ରନ୍‌ ଚିହ୍ନଟ ହେବା ଓଡ଼ିଶା ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ଓଡ଼ିଶା ପାଇଁ ସତର୍କ ଘଣ୍ଟି ବାଜିଛି। କିନ୍ତୁ ଏହି ନୂଆ ଭ୍ୟାରିଆଣ୍ଟ ପାଇଁ...

ସ୍ନେହାଙ୍ଗୀନି ଛୁରିଆ ବିଜେଡି ମହିଳା ସଭାନେତ୍ରୀ

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ)- ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ଭାବେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆଙ୍କୁ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି...

ଥାନାରେ ହେଲା ପ୍ରେମୀ ଯୁଗଳଙ୍କ ବିବାହ

କୋକସରା,୩୦।୧: ପରିବାରର ବିରୋଧ ସତ୍ତ୍ୱେ ଶେଷରେ ପ୍ରେମୀଯୁଗଳଙ୍କ ପ୍ରେମର ହୋଇଛି ବିଜୟ । କୋର୍ଟ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲା କୋକସରା ଥାନାରେ ଶୁକ୍ରବାର ଉଭୟଙ୍କ...

ଏସ୍‌ସିବି ମେଡିକାଲରେ ଖୋଲିଲା ଜରୁରୀକାଳୀନ ଲୋକସମ୍ପର୍କ କାର୍ଯ୍ୟାଳୟ

କଟକ ଅଫିସ,୧୫।୨: କଟକ ଏସ୍‌ସିବି ମେଡିକାଲ ପରିସରରେ ୨୪ ଘଣ୍ଟିଆ ଜରୁରିକାଳୀନ ଲୋକ ସମ୍ପର୍କ କାର୍ଯ୍ୟାଳୟ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ...

Advertisement
Archives

Model This Week