ରାସ୍ତାରୁ ଖୋଳା ଚାଲିଛି ନିମ୍ନମାନର ପିଚୁ

ଭଦ୍ରକ ଅଫିସ,୭।୩: ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ(୨) ଅଧୀନ ସଦର ବ୍ଲକର ସରଗଡ଼ିଆ-ଚନ୍ଦନପୁର ରାସ୍ତାକାମ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ଉଠିଥିଲା। ଏହି ନିମ୍ନମାନର ରାସ୍ତାକାର୍ଯ୍ୟକୁ ନେଇ ଜଣେ ସାମାଜିକ କର୍ମୀ ଟୁଇଟ୍‌ କରିବା ପରେ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ନିକଟରେ କ୍ଷେତ୍ରୀୟ ତଦନ୍ତ କରାଯାଇ ରାସ୍ତାର ମାନ ଯାଞ୍ଚ କରାଯାଇଥିଲା। ଅଧିକାରୀମାନଙ୍କ ଯାଞ୍ଚ ପରେ ପ୍ରାୟ ୫ଶହ ମିଟର ପିଚୁ ରାସ୍ତା ଏବେ ଶ୍ରମିକମାନଙ୍କ ଦ୍ୱାରା ଖୋଳା ଚାଲିଛି। ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଉପରିସ୍ଥ ଅଧିକାରୀମାନେ ଠିକାଦାରଙ୍କ ନିଜସ୍ବ ଟଙ୍କାରେ ଏହି ରାସ୍ତା ଖୋଳାଯାଇ ପୁନଃ ପିଚୁ ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ହୋଇଥିବା କଂକ୍ରିଟ ରାସ୍ତା ଫାଟି ଯାଇଥିବାରୁ ଉକ୍ତ ରାସ୍ତା କାମ ମଧ୍ୟ କରିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଜେଡ୍‌ଏମ୍‌ପି ଜନଶୁଣାଣି: ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ନିର୍ଦ୍ଦେଶ

ଛତ୍ରପୁର,୮ା୧(ଡି.ଏନ.ଏ)-ଗଞ୍ଜାମ ଜିଲା ପାଇଁ ପ୍ରସ୍ତୁତ ସିଜେଡ୍‌ଏମ୍‌ପି (ଉପକୂଳ ଜୋନ୍‌ ପରିଚାଳନା ପ୍ଲାନ୍‌) ଡ୍ରାଫ୍ଟ ନେଇ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜନଶୁଣାଣି ହୋଇଥିଲା ା...

ପୂର୍ବାଞ୍ଚଳ ଆଇଜିଙ୍କ ସମେତ ପୋଲିସ୍‌କୁ ଘେରିଲେ ଗ୍ରାମବାସୀ

ବାହାନଗା, ୧୦ା୧(ଡି.ଏନ.ଏ.)-ପାରିବାରିକ କଳହକୁ ନେଇ ଗତ ଡିସେମ୍ବର ୨୯ ତାରିଖରେ ଏକ ପରିବାରର ମା ଓ ଦୁଇ ଝିଅ ଉଭୟ ବିଷ ପିଇ ଆମତ୍ହତ୍ୟା ଉଦ୍ୟମ...

ଅଜଣା ରୋଗୀଙ୍କ ପାଇଁ ବିଗୁଡୁଛି ପରିମଳ ବ୍ୟବସ୍ଥା: ସର୍ଜରି ଓ୍ବାର୍ଡରେ ବଢ଼ୁଛି ସଂକ୍ରମଣ ଭୟ

ଅନୁଗୋଳ ଅଫିସ, ୨୭।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବଢ଼ୁଛି ରୋଗୀଙ୍କ ସଂଖ୍ୟା। ଦୈନିକ ଶତାଧିକ ରୋଗୀ ବିଭିନ୍ନ ବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଅନେକ...

ପାନୀୟ ଜଳ ସଙ୍କଟରେ ଜାମ୍ବୁ ସାହି

ଖଜୁରିପଡ଼ା (ଡି.ଏନ.ଏ.)/ ବଲସକୁମ୍ପା,୧୬ା୧୨-ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଏଥିସହ କେତେକ ଅଞ୍ଚଳରେ...

CORONAVIRUS UPDATE: ନୟାଗଡ଼ ଜିଲାକୁ ଡେଇଁଲା କରୋନା; ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୮୯

ଭୁବନେଶ୍ୱର,୯।୫(ବ୍ୟୁରୋ)- ନୟାଗଡ଼ ଜିଲାକୁ ଡେଇଁଛି କରୋନା। ଶନିବାର ଜିଲାର ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ରେ...

୪ ଜଣଙ୍କ ରକ୍ତ ନମୁନା ନେଗେଟିଭ

ପାଟଣା,୮ା୪(ସ୍ବ.ପ୍ର.): କରୋନା ପାଇଁ ଦେଶବ୍ୟାପି ଚାଲିଥିବା ଲକ୍‌ ଡାଉନ ମଙ୍ଗଳବାର ୧୪ ଦିନରେ ପହଞ୍ଚିଛି। ବାହାର ରାଜ୍ୟ ଓ ଜଣେ ବିଦେଶ ଫେରନ୍ତାଙ୍କୁ ମିଶାଇ ମୋଟ...

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କୋରାପୁଟ,୨୫।୧୧(ସ୍ବ.ପ୍ର.): କୋରାପୁଟ ଟାଉନ ଥାନା ଅନ୍ତର୍ଗତ କେଚଲା ନଦୀ ପାର୍ଶ୍ୱରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ବୟସ ୩୦ରୁ...

ଶୁଣିଲେନି ନେତା, ପ୍ରଶାସକ: ରାସ୍ତା ମରାମତି କଲେ ଗ୍ରାମବାସୀ

ଖଇରା, ୨୪।୮(ଡି.ଏନ.ଏ.)-ରାସ୍ତା ମରାମତି ପାଇଁ ବାରମ୍ବାର ସ୍ଥାନୀୟ ନେତାଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ନିବେଦନ କଲେ ମଧ୍ୟ କୌଣସି ସୁଫଳ ମିଳିଲାନି। ଶେଷରେ ସରକାରଙ୍କ...


Coronavirus Update

Archives

Model This Week

Why Dharitri