ରାସଗୋବିନ୍ଦପୁରରେ ଥମୁନି ହାତୀ ଉପଦ୍ରବ

ରାସଗୋବିନ୍ଦପୁର,୧୪।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଅଞ୍ଚଳରେ ଏବେ ଧାନ ଅମଳ ଚାଲିଥିବା ବେଳେ ଝାଡଖଣ୍ଡରୁ ଆସିଥିବା ଶତାଧିକ ହାତୀ ଉପଦ୍ରବ ଚଳାଇଛନ୍ତି। ଏହି ହାତୀପଲ ସାରୁମଳା, ନାକିଚୁଆ, ଅମରଦା, ନଳଗଜା, ଭୋଦୁଆଶୋଳ ପ୍ରଭୃତି ପଞ୍ଚାୟତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ହାତୀପଲରେ ଅଧିକାଂଶ ଛୋଟଛୋଟ ହାତୀ ଥିବାରୁ ସେମାନଙ୍କୁ ଘଉଡାଇବାରେ ବନବିଭାଗ କର୍ତ୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡୁଛି। ସ୍ଥାନୀୟ ଜଙ୍ଗଲରେ ଦିନତମାମ ହାତୀ ପଲ ରହୁଥିବା ବେଳେ ଅପରାହ୍ନରେ ଚାଷଜମି ଏବଂ ଗ୍ରାମଭିମୁଖୀ ହେଉଥିବା ଦେଖିବାକୁ ମିଳିଛି। ଗୁରୁବାର ରାତିରେ ୨୫ରୁ ଊର୍ଦ୍ଧ୍ୱ ହାତୀ ସାରୁମଳା ଗ୍ରାମରେ ପ୍ରବେଶ କରି ଦୁଲିମୁର୍ମୁ ଓ କ୍ଷେତ୍ରମୋହନ ମୁୁର୍ମୁଙ୍କ ଘର ଭାଙ୍ଗିବା ସହିତ ଖଳାରେ ଥିବା ଧାନ ଖାଇ ନଷ୍ଟ କରିଦେଇଛନ୍ତି। ସେହିପରି ବେତନଟୀ ଥାନା ଅନ୍ତର୍ଗତ ଭାଲିଆ ଗ୍ରାମର ସୁବୋଧ ମହାନ୍ତ ଅପରାହ୍ନରେ ବସ୍ତା-ଖୁଣ୍ଟା ମୁଖ୍ୟ ରାସ୍ତାରେ ଆସୁଥିବା ବେଳେ ବେତନାସିଆ ମୁଖ୍ୟରାସ୍ତା ଉପରେ ହାତୀ ହାବୁଡରେ ପଡ଼ିଯାଇଥିଲେ। ଜୀବନ ବିକଳରେ ବାଇକ୍‌ ଛାଡି ସେଠାରୁ ସେ ଦୌଡି ପଳାଇଥିଲେ। ହାତୀପଲରେ ଥିବା ଏକ ଦନ୍ତା ତାଙ୍କ ବାଇକ୍‌କୁ କଚାଡି ଭାଙ୍ଗିରୁଜି ଦେଇଥିଲା। ଫଳରେ ସନ୍ଧ୍ୟା ସମୟରେ ଉକ୍ତ ରାସ୍ତାରେ ଯାତାୟତ କରିବାକୁ ଲୋକେ ଭୟ କରୁଛନ୍ତି। ସେହିପରି ହାତୀପଲ ବିଲରେ ପଶି ଧାନନଷ୍ଟ କରୁଥିବା ବେଳେ ଭୋଦୁଆଶୋଳ ଗ୍ରାମବାସୀ ହାତୀ ଘଉଡାଇବାକୁ ବନବିଭାଗକୁ ନିବେଦନ କରିଥିଲେ। ବନବିଭାଗ କର୍ତ୍ତୃପକ୍ଷ ମଶାଲ ଜାଳି ହାତୀ ଘଉଡାଇବାକୁ ଯାଉଥିବା ବେଳେ ନିଆଁ ଲାଗି ଧାନକ୍ଷେତ ଜଳିଯିବାରୁ ବନବିଭାଗ ଓ ସାଧାରଣ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ଦୀର୍ଘବର୍ଷ ଧରି ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ସ୍ଥାୟୀ ପ୍ରତିକାର ଦିଗରେ ସରକାର ଗୁରୁତ୍ୱ ଦେଉ ନ ଥିବାରୁ ହାତୀ ସମସ୍ୟା ଏବେ ମୁଖ୍ୟସମସ୍ୟା ଭାବେ ମୁଣ୍ଡ ଟେକିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ, ନବଜାତ ଶିଶୁର ମୃତ୍ୟୁ ପରେ…

ବାରିପଦା,୬ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଅବସ୍ଥାରେ…

ଈଶ୍ୱର ବିନ୍ଧାଣୀଙ୍କ ଘରେ ୧୭ ଘଣ୍ଟା ଧରି ଚଢ଼ାଉ କରୁଥିଲା ଇଡି, ଆସିଲା ବଡ଼ ଟ୍ବିଷ୍ଟ୍‌; ଘରୁ ମିଳିଲା….

ଉଦଳା,୫।୧୧(ସନ୍ତୋଷ କୁାର ବାଛିନି): ବେଆଇନ ଆର୍ଥିକ କାରବାର ଓ ୧୨୨ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଘରେ ଦୀର୍ଘ ୧୭ ଘଣ୍ଟା ଧରି ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?