Posted inଫୁରସତ

ରାଷ୍ଟ୍ରପତି ଭବନଠାରୁ ମଧ୍ୟ ଅଧିକ ସୁରକ୍ଷା ଦିଆଯାଏ ଏହି ଭବନକୁ

ସବୁ ଦେଶର ସୁରକ୍ଷିତ ସ୍ଥାନ ବା ଭବନ କହିଲେ ବୁଝାଏ ରାଷ୍ଟ୍ରପତି ଭବନ। ଏଠାରେ ସର୍ବଦା କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ହେଲେ ଏହଠାରୁ ମଧ୍ୟ ଅଧିକ ସୁରକ୍ଷା ପ୍ରଦାନ କରାଯାଏ ଆମେରିକାରେ ଥିବା ‘ଫୋର୍ଟ ନକ୍ସ’ ବିଲଡିଂକୁ। ସୁରକ୍ଷା ଲାଗି ପ୍ରତିଦିନ ୨୪ ଘଣ୍ଟା ଏହା ଉପରେ ହେଲିକପ୍ଟର ଘୂରି ବୁଲୁଥାଏ। ପ୍ରକୃତରେ ଏହା ହେଉଛି ଆମେରିକା ସେନାର ଏ ପୋଷ୍ଟ। କଣ୍ଟୁକି ରାଜ୍ୟରେ ଅବସ୍ଥିତ ଏହି ଫୋର୍ଟ ଏକ ଲକ୍ଷ ୯ହଜାର ଏକର ପରିମିତ ସ୍ଥାନରେ ଅବସ୍ଥାପିତ। ବିଶ୍ୱର ଏହା ସବୁଠାରୁ ସୁରକ୍ଷିତ ବିଲଡିଂ ବୋଲି କୁହାଯାଏ। ଆମେରିକା ସେନା ଦ୍ୱାରା ୧୯୩୨ରେ ଏହାର ନିର୍ମାଣ କରାଯାଇଥିବା କୁହାଯାଏ। ଏଠାରେ ପକ୍ଷୀଟିଏ ଉଡିବା ବି କଷ୍ଟକର ବ୍ୟାପାର। ଏଠାରେ ଥିବା ଉଚ୍ଚ ଉଚ୍ଚ ପାଚିରୀ ମଜଭୁତ ମୋଟା ଗ୍ରାନାଇଟରେ ନିର୍ମାଣ କରାଯାଇଛି। ଆଉ ଏହାର ସୁରକ୍ଷା ପାଇଁ ପାଖାପାଖି ୩୦ ହଜାର ସେନାଙ୍କୁ ମୁତୟନ କରାଯାଇଛି। ଫୋର୍ଟ ନକ୍ସର ଛାତ ସମ୍ପୂର୍ଣ୍ଣ ଭାବେ ବୋମା ନିରୋଧକ। ଯେ କୌଣସି ଧରଣର ବୋମା ଫୁଟିଲେ ମଧ୍ୟ ଏହାର କୌଣସି କ୍ଷତି କରିପାରିବ ନାହିଁ। ଏହାସହ ଏହାର ଚାରିପଟେ ବିଭିନ୍ନ ପ୍ରକାରର ଆଲାମ୍‌ ମଧ୍ୟ ଲଗାଯାଇଛି। ଏହାର ସୁରକ୍ଷାରେ ଆପାଚେ ହେଲିକପ୍ଟର ବ୍ୟବହାର କରାଯାଉଛି। ବିନା ଅନୁମତିରେ ଏହା ଭିତରକୁ ତ ଦୂରର କଥା ଏହା ନିକଟକୁ ପହଞ୍ଚିବା ମଧ୍ୟ କଷ୍ଟକର ବ୍ୟାପାର ହୋଇଥାଏ। ଫୋର୍ଟ ନକ୍ସକୁ ଗୋଲ୍ଡ ରିଜର୍ଭ ବୋଲି ମଧ୍ୟ କୁହାଯାଏ। କାରଣ ଏଠାରେ ପାଖାପାଖି ୪୨ ଲକ୍ଷ କିଲୋ ସୁନା ରଖାଯାଇଛି। ଏହାବ୍ୟତିତ ଏଠାରେ ଆମେରିକା ସ୍ବତନ୍ତ୍ରତାର ଅସଲି ଘୋଷଣାପତ୍ର, ଗୁଟେନବର୍ଗର ବାଇବେଲ ଓ ଆମେରିକା ସମ୍ବିଧାନର ଅସଲି କପି ଆଦି ମହତ୍ୱପୂର୍ଣ୍ଣ ଜିନିଷ ଗଚ୍ଛିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ‘ସିମ୍ବା’ ଗୀତର ତାଳେତାଳେ ନାଚିଲେ ୯୩ ବର୍ଷୀୟା ଏହି ବୃଦ୍ଧା: ହୃଦୟ ଜିଣୁଛି ଭିଡିଓ, ଦେଖନ୍ତୁ..

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ କୋଲକାତାର ଜଣେ ୯୩ ବର୍ଷୀୟ ବୃଦ୍ଧା ଏବେ ଚର୍ଚ୍ଚାରେ। ସେ ନିଜର ଜନ୍ମଦିନ ଅବସରରେ ଚଳଚ୍ଚିତ୍ର...

କ୍ୟାନ୍‌ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ

ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ...

ଛତିଶଗଡ଼ର ଶିମ୍‌ଲା ମୈନପାଟ

ଛତିଶଗଡ଼ର ସୁର୍‌ଗୁଜା ଜିଲା ଅନ୍ତର୍ଗତ ମୈନପାଟରେ ଶିମ୍‌ଲା ଭଳି ପରିବେଶ ଓ ଜଳବାୟୁ ଅନୁଭୂତ ହେବା ସହିତ ବିଭିନ୍ନ ଆକର୍ଷଣୀୟ ଦର୍ଶନୀୟସ୍ଥାନ ସବୁ ଦେଖିବାକୁ ମିଳିଥାଏ।...

ବାବା ରାମଦେବଙ୍କୁୁ ବିବାହ ପ୍ରଶ୍ନ ପଚରାଯିବାରୁ, ଉତ୍ତର ମିଳିଥିଲା ଏମିତି

ସାରା ବିଶ୍ୱରେ ଯୋଗଗୁରୁ ଭାବେ ପସିଦ୍ଧି ଅର୍ଜନ କରିଛନ୍ତି ବାବା ରାମଦେବ। ଖେଳରେ ମଧ୍ୟ ସେ ନିଜ ପାରଦର୍ଶିତା ଦେଖାଇଛନ୍ତି। ବେଜିଂ ଅଲିମ୍ପିକ୍ସରେ ରୌପ୍ୟ ପଦକ...

ସାଇକେଲ ଚୋରକୁ ୩ ବର୍ଷ ଜେଲ୍‌

ବ୍ରସେଲ୍ସ୍‌,୬।୨: ସାଇକେଲ ଚୋରି କରିଥିବା ଜଣେ ବ୍ୟକ୍ତିଙ୍କୁ ବେଲଜିୟମ୍‌ର ଅଦାଲତ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଛନ୍ତି। ଜଜ୍‌ କହିଛନ୍ତି ଯାହାର ସାଇକେଲ ଚୋରି ହୋଇଥିଲା...

ହରାଇପାରିନି କର୍କଟ: ସମାଜସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବିଜୟଲକ୍ଷ୍ମୀ

ପ୍ରତି ମୁହୂର୍ତ୍ତରେ ସେ କର୍କଟ ଭଳି ଦୁରାରୋଗ୍ୟ ସହ ଲଢେଇ ଜାରି ରଖିଛନ୍ତି। ମୃତ୍ୟୁକୁ ଅତି ନିକଟରୁ ଦେଖୁଛନ୍ତି। ତଥାପି ହାର୍‌ ମାନିନାହାନ୍ତି। ନିଜେ ବଞ୍ଚତ୍ବା...

୩୦ ମିନିଟ୍‌ରେ ୬୦୦ ମିଟର ନଦୀ ପାର ହେଲେ ଦିବ୍ୟାଙ୍ଗ ଛାତ୍ର

କୋଚି: ଆଖି ବନ୍ଦ ସମୟରେ ସ୍ବପ୍ନ ତ ନିଶ୍ଚିତ ଆସେ। କିନ୍ତୁ ଏହି ସ୍ବପ୍ନକୁ ପୂରା କରିବା ପାଇଁ ଆଖିର ଆବଶ୍ୟକତା ଢେର୍‌ ଅଧିକ। ଆଖି...

ମାତ୍ର ପାଞ୍ଚ ମିନିଟରେ ମସ୍ତିଷ୍କରୁ ଉଭାନ ହୋଇଯାଏ ୯୫ପ୍ରତିଶତରୁ ଅଧିକ ସ୍ବପ୍ନ

ଏମିତି କେହି ନାହିଁ ଯିଏ ସ୍ବପ୍ନ ଦେଖେନାହିଁ। ମଣିଷ ତ ଶୋଇବା ମାତ୍ରେ ସ୍ବପ୍ନ ଦେଖେ। ତେବେ ପଶୁପକ୍ଷୀଙ୍କ ମସ୍ତିଷ୍କରେ ମଧ୍ୟ ସ୍ବପ୍ନର ଆଭାସ ଦେଖା...


Coronavirus Update

Archives

Model This Week

Why Dharitri