Posted inRasifala

ରାଶିଫଳ: ରବିବାର, ଫେବ୍ରୁଆରି ୨ ତାରିଖ – Daily Horoscope

ମେଷ
ରବି ଚତୁର୍ଥାଧିପତିଙ୍କ ନକ୍ଷତ୍ରରେ ରହିଥିବାରୁ ପରିବାରର ସମ୍ମତିକ୍ରମେ ନୂତନ କାର୍ଯ୍ୟାରମ୍ଭ ପାଇଁ ସଜବାଜ ହୋଇପାରନ୍ତି। ସରଳ ଭାବରେ ଅନ୍ୟକୁ ବିଶ୍ୱାସ କରି ହଇରାଣ ସହ ବିରକ୍ତିବୋଧ ଓ ଅନୁତାପ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ଯାତ୍ରାରେ ଆଶା ପୂରଣ ହୋଇ ପାରିବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ଆର୍ଥିକ ଦିଗଟି ମନ୍ଦ ହେବନି ।
ବୃଷ
ବୃଷ
ଶୁକ୍ର ପାପପ୍ରଭାବ ଯୁକ୍ତ ଅଷ୍ଟମାଧିପ ବୃହସ୍ପତିଙ୍କ ନକ୍ଷତ୍ରସ୍ଥ ହେତୁ ଆପଣଙ୍କ ଯୋଜନା ବାଧାପ୍ରାପ୍ତ ହୋଇପାରେ। ସାଧାରଣ କଥାରେ ସହକର୍ମୀଙ୍କ ସହ କଳହ ଲାଗିପାରେ। ଅର୍ଥ ସମ୍ପର୍କୀୟ ବୁଝାମଣାରେ ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ। କର୍ମଭାବସ୍ଥ ବୁଧ ଓ ଶୁକ୍ର ମୃଗଶିରା ନକ୍ଷତ୍ର ପାଇଁ ରାଜଯୋଗ ସ୍ବରୂପ ସୁଫଳ ପ୍ରଦାନ କରିବେ।
ମିଥୁନ
ମିଥୁନ
ଭାଗ୍ୟାଧିପ ଉପଚୟ ସ୍ଥାନରେ ଦୁଃସ୍ଥାନରେ ଥିବାରୁ ନିଜ ଲୋକମାନଙ୍କ ବିରୁଦ୍ଧାମତ୍କ କାର୍ଯ୍ୟ ସମସ୍ୟା ସୃଷ୍ଟି କରିବ। ଆଲୋଚନା କ୍ଷେତ୍ରରେ ସତ୍ୟ ପ୍ରକାଶ କରି ବିବାଦଗ୍ରସ୍ତ ହୋଇପାରନ୍ତି। ପାରିବାରିକ ଜୀବନ ସୁଖ ସନ୍ତୋଷରେ କାଟିବେ କିନ୍ତୁ କେତେକ ବିବାଦୀୟ କଥା ମନକୁ ଆକ୍ରାନ୍ତ କରିପାରେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପାଇବେ।
କର୍କଟ
କର୍କଟ
ଷଷ୍ଠସ୍ଥାନରେ ଭାଗ୍ୟାଧିପ କେତୁଯୁକ୍ତ ଯୋଗୁ ଆପଣଙ୍କ ଉଦ୍ୟମରେ ପ୍ରତିବନ୍ଧକ ସୃଷ୍ଟିର ଆଶଙ୍କା ରହିଛି। ଅବଶ୍ୟ ମିତ୍ର କ୍ଷେତ୍ରସ୍ଥ ଶୁକ୍ରଜନିତ ଦୀର୍ଘଦିନରୁ ରହି ଆସିଥିବା ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇପାରିବ। କଳା, କାରିଗରି, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ସି˚ହ
ସି˚ହ
ସ୍ବଗୃହୀ ମଙ୍ଗଳ ପ୍ରଭାବରୁ ସୁସ୍ଥ ପରିବାର, ପାଖ ପଡୋଶୀଙ୍କ ଆଦର,ଗୃହଭୂମି କ୍ରୟବିକ୍ରୟ ଓ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ବୃଦ୍ଧି ପାଇବ। ଆତ୍ମୀୟସ୍ବଜନଙ୍କ ଦୁଃଖଦ ପରିସ୍ଥିତିକୁ ନେଇ ମାନସିକ ବ୍ୟଥା ଅନୁଭବ କରିପାରନ୍ତି। ଗୃହ ନିର୍ମାଣାଦି କାର୍ଯ୍ୟ ତ୍ୱରାନ୍ବିତ ହେବ କିମ୍ବା ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି।
କନ୍ୟା
ତୃତୀୟସ୍ଥ ଭୌମ ଭାଇ, ବନ୍ଧୁ, ପଡୋଶୀ କିମ୍ବା ସହକର୍ମୀଙ୍କ ସହ ବିତର୍କଜନିତ ସମ୍ପର୍କ ନଷ୍ଟ କରିପାରେ। ପରିସ୍ଥିତିରେ ପଡି ଅନନ୍ୟୋପାୟ ପୂର୍ବକ ଗୁରୁଜନଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ଶ୍ରେୟ ମନେକରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହେବ ଏବଂ ହାତକୁ ନେଇଥିବା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିବ।
ତୁଳା
ତୁଳା
କର୍ମାଧିପ ସପ୍ତମସ୍ଥ ରହିଥିବାରୁ ସରକାରୀ କାମରେ ବାହାରକୁ ଯିବାକୁ ପଡିପାରେ। ଚିତ୍ରା ନକ୍ଷତ୍ରର ଦୀର୍ଘଦିନର ଆଶା ପୂରଣ ହେବାରୁ ସୁସ୍ଥ ମନ ନେଇ କାମ କରିବେ। ପରିବାରର ସହମତି, ହିତୈଷୀଙ୍କ ଦିଗ୍‌ଦର୍ଶନ ଆପଣଙ୍କ କାମରେ ଆସିବ। ବିବାଦୀୟ ସ୍ଥିତି ଲାଗି ରହିଲେ ମଧ୍ୟ ଆପଣଙ୍କ ବ୍ୟବସାୟ, ପ୍ରଶାସନିକ ଆଲୋଚନା ବାଧାପ୍ରାପ୍ତ ହେବନାହିଁ।
ବିଛା
ବିଛା
ଆପଣଙ୍କ ପ୍ରକାଶଭଙ୍ଗୀ ଓ କଥନଶୈଳୀର କୌଣସି ବ୍ୟତିକ୍ରମ ସଫଳତାରେ ବାଧକ ସାଜିପାରେ। ପାରିବାରିକ ଅସୁସ୍ଥତାଜନିତ ଖର୍ଚ୍ଚାନ୍ତ, ବିଶେଷ ଭ୍ରମଣ ମାନସିକ ଅସୁସ୍ଥତାକୁ ବଢ଼ାଇ ଦେଇପାରେ। ଆଜିର ଯାତ୍ରା, ଆଲୋଚନା, ସାମୂହିକ କାର୍ଯ୍ୟରେ ନୀଚମନା ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ଧନୁ
ଧନୁ
ଭାଗ୍ୟାଧିପତି ନିଜ ଭାବରୁ ଷଷ୍ଠସ୍ଥ ହୋଇଥିବାରୁ ଆପଣଙ୍କ କାର୍ଯ୍ୟପଦ୍ଧତି ବିବାଦୀୟ ହୋଇପାରେ। କୋଣସ୍ଥାନରେ ଅଷ୍ଟମାଧିପତି ଯୋଗୁ ଆପଣଙ୍କ ଉଦ୍ଦେଶ୍ୟ ପୂରଣ ହେବାରେ କୌଣସି ବ୍ୟକ୍ତିଙ୍କ ହସ୍ତକ୍ଷେପ ସମସ୍ୟା ସୃଷ୍ଟି କରିବ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।
ମକର
ମକର
ରାଶିରେ ପାପଗ୍ରହ ଓ ଅନ୍ୟାନ୍ୟ ଗ୍ରହଙ୍କ ଶୁଭ ସଂସ୍ଥାନରୁ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଅଜେୟ ରହିବେ। ଷଷ୍ଠାଧିପ ଧନଭାବସ୍ଥ ଯୋଗୁ ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ପଡିପାରେ। ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଶ୍ରବଣା ନକ୍ଷତ୍ର ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।
କୁମ୍ଭ
କୁମ୍ଭ
କାର୍ଯ୍ୟସିଦ୍ଧିର ଆଶା ଉଜ୍ଜ୍ୱଳତର ହେତୁ ବନ୍ଧୁମାନଙ୍କ ସାଧୁବାଦ ଓ ପ୍ରଶଂସାରେ ମସ୍‌ଗୁଲ୍‌ ରହିପାରନ୍ତି। କୌଣସି ଏକ ସାଧାରଣ କଥାକୁ କେନ୍ଦ୍ରକରି ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଦ୍ୱାଦଶଭାବସ୍ଥ ରାଶ୍ୟାଧିପତି ଆପଣଙ୍କୁ ଭ୍ରମଣଜନିତ ଶ୍ରମକ୍ଳାନ୍ତି ଓ ଅନିଦ୍ରାଜନିତ ଶାରୀରିକ ପୀଡାରେ କଷ୍ଟ ଦେଇପାରନ୍ତି।
ମୀନମୀନ
ଭୁଲ୍‌ ବୁଝାମଣା ଓ ପାରସ୍ପରିକ ମତଭେଦ କାରଣରୁ ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। ରେବତୀ ନକ୍ଷତ୍ରର ସତ୍‌ସଙ୍ଗ, ଆଲୋଚନା ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ। ପ୍ରଶାସନିକ ସ୍ତରରେ ଓ ସଭାସମିତିରେ ଏବଂ ରାଜନୀତିରେ ପ୍ରଶଂସିତ ହେବାର ସୁଯୋଗ ପାଇବେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

ରାଶିଫଳ: ରବିବାର, ମେ ୧୦ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। କୃତ୍ତିକା ନକ୍ଷତ୍ରକୁ ଅର୍ଥ ଲାଭ ସହ ଶାରୀରିକ ସୁସ୍ଥତା କାମ କରିବା…

ରାଶିଫଳ: ଶନିବାର, ମେ ୯ ତାରିଖ – Daily Horoscope

ମେଷ ସମ୍ପର୍କୀୟ କିମ୍ବା ଆତ୍ମୀୟଙ୍କ ସାହାଯ୍ୟରୁ କୌଣସି କାମ ଅଟକି ରହିବନାହିଁ। ବିବାଦୀୟ ଘଟଣାରେ କୌଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‌ ହେବ ନାହିଁ। ଦ୍ୱିଜା…

ରାଶିଫଳ: ଶୁକ୍ରବାର, ମେ ୮ ତାରିଖ – Daily Horoscope

ମେଷ କେନ୍ଦ୍ରସ୍ଥ ଗ୍ରହଙ୍କ ସୁପ୍ରଭାବରୁ ଉଚ୍ଚଚିନ୍ତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଧର୍ମକାର୍ଯ୍ୟକୁ ମନ ବଳିବ। ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ ସହ ସତ୍‍ସଙ୍ଗର ସୁଯୋଗ ପାଇବେ। ଆଜିର ଯାତ୍ରା,…

ରାଶିଫଳ: ଗୁରୁବାର, ମେ ୭ ତାରିଖ – Daily Horoscope

ମେଷ ଆଜି ଯାତ୍ରା, ବ୍ୟବସାୟ, ପରିବହନ, ରାଜନୀତି ପାଇଁ ବହୁତ ଭଲ। ମାତ୍ର କର୍ମ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିବା କାରଣରୁ ଟେନ୍ସନ ପିଛା ଛାଡିବ…

ରାଶିଫଳ: ବୁଧବାର, ମେ ୬ ତାରିଖ – Daily Horoscope

ମେଷ ବୁଧାଦିତ୍ୟ ଯୋଗ ପ୍ରଭାବରୁ ବ୍ୟକ୍ତିତ୍ୱର ପରିପ୍ରକାଶ ସାମାଜିକ ସ୍ତରରେ ସମ୍ମାନଜନକ ସ୍ଥିତି ପ୍ରଦାନ କରିବ। ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri