Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୨୧ ତାରିଖ – Daily Horoscope

ମେଷ
ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ଅବସ୍ଥାନ କାରଣରୁ ଆପଣଙ୍କ ଉନ୍ନତ ଚିନ୍ତାଧାରା କାର୍ଯ୍ୟକ୍ଷେତ୍ରରେ ସାହାଯ୍ୟ କରିବ । ଅଯଥା ଅର୍ଥବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିଦେଇପାରେ । ବନ୍ଧୁମାନଙ୍କ ସହ ଆଲୋଚନାରୁ ଆଶ୍ୱସ୍ତି ଲାଭ କରିବେ। ଦ୍ୱିଜା ନକ୍ଷତ୍ରର ଅର୍ଥଲାଭ ସାଙ୍ଗକୁ ଯେକୌଣସି କାମରେ ହାତଦେଲେ ନିଶ୍ଚିତ ସଫଳତା ପାଇବେ।
ବୃଷ
ବୃଷ
ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କୁ ଉଦ୍ୟମୀ କରାଇବ କିନ୍ତୁ ଅର୍ଥାଭାବର ଦୁଃପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିପାରେ। ବନ୍ଧୁମାନେ ସାମୟିକ ସୁଯୋଗକୁ ନିଜର ସ୍ବାର୍ଥ ସାଧନ ଦିଗରେ ଲଗାଇପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ। ଆଜିର ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ର ଭଲ ରହିବ।
ମିଥୁନ
ମିଥୁନ
ରାଶିରେ ରାହୁଙ୍କ ସ୍ଥିତି କାରଣରୁ ବିବାଦୀୟ ଚିନ୍ତାଧାରା ସାଙ୍ଗକୁ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବ । ଅର୍ଥ ସମ୍ପର୍କିତ କଥା, ଚୁକ୍ତପତ୍ର, ଜମିଜମା କାରବାର ସକାଶେ ଦିନଟି ବହୁତ ଭଲ । ଆନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମକୁ ଦେଖି ମାନସିକ ଆଘାତ ପାଇପାରନ୍ତି। ସମସ୍ୟାର ସରଳ ସମାଧାନ ସାଙ୍ଗକୁ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ ।
କର୍କଟ
କର୍କଟ
କର୍ମ ସ୍ଥାନକୁ ବୁଧ ଓ ମଙ୍ଗଳ ଦେଖୁଥିବାରୁ ସାମାଜିକ ସମ୍ମାନ ଓ ସଦିଚ୍ଛା ଯଥେଷ୍ଟ ପାଇବେ। ରବିଙ୍କ ଦୁର୍ବଳତା କାରଣରୁ ଧନହାନି ଓ କାମର ଚାପ ମାନସିକ ଶାନ୍ତିକୁ ନଷ୍ଟ କରିବାର ଆଶଙ୍କା ରହିଛି । ଅଯଥା ମିଥ୍ୟା ପ୍ରତିଶ୍ରୁତି ଦେଇ ପରୋକ୍ଷ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିବ । ନିର୍ମାଣ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ।
ସି˚ହ
ସି˚ହ
ଏକାଦଶସ୍ଥ ରାହୁଜନିତ ବିବାଦୀୟ ଘଟଣାରେ ବିଜୟୀ ହେଲେ ମଧ୍ୟ ସଂଘର୍ଷପୂର୍ଣ୍ଣ ସ୍ଥିତି ବଳବତ୍ତର ରହିବ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ କିଛିମାତ୍ରାରେ ସାହାଯ୍ୟ କରିପାରେ। ପ୍ରଶାସନିକ ସ୍ତରରେ ପରିସ୍ଥିତି ସେତେଟା ଭଲ ରହିବ ନାହିଁ। ଆକସ୍ମିକ ଭାବେ ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ।
କନ୍ୟା
ତୃତୀୟ ଅଷ୍ଟମାଧିପତି ମଙ୍ଗଳଙ୍କ କୁପ୍ରଭାବରୁ ଯାହା ଠାରୁ ଯାହା ପାଇବାକୁ ଆଶା ବାନ୍ଧି ବସିଛନ୍ତି ତାହା ନିରର୍ଥକ ହୋଇପାରେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ। ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବାଣିଜ୍ୟ, ବ୍ୟବସାୟ ଓ ଯାତ୍ରାଜନିତ ଚିନ୍ତା ବଢ଼ିପାରେ ।
ତୁଳା
ତୁଳା
ଧନ ସ୍ଥାନରେ ଶୁକ୍ରଙ୍କ ସଂଯୋଗରୁ ଆର୍ଥିକ ସ୍ଥିତି ମଜଭୁତ ରହିବ । ଆତ୍ମୀୟମାନଙ୍କ ସହଯୋଗରୁ ସମାଧାନର ସରଳ ସୂତ୍ର ବାହାର କରିବାରେ ସମର୍ଥ ହେବେ। ବନ୍ଧୁମିଳନ, ପାରିବାରିକ ସଦ୍‌ଭାବ, ଭ୍ରମଣ ଜନିତ ଆନନ୍ଦ ଅନୁଭବ କରିବେ । ଆଜିର ଯାତ୍ରା ଶୁଭପ୍ରଦ ହେବ, ତଥାପି ଜିନିଷପତ୍ର ହଜିଯିବାର ଆଶଙ୍କା ରହିଛି ।
ବିଛା
ବିଛା
ଭାଗ୍ୟାଧିପ ଚନ୍ଦ୍ର କର୍ମସ୍ଥାନରେ ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା କିମ୍ବା ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସମର୍ଥ ହେବେ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ଧନୁ
ଧନୁ
ପାପଗ୍ରହ ପ୍ରଭାବରୁ ପ୍ରତ୍ୟେକ ସ୍ତରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଦୀର୍ଘଦିନ ପରେ ଆଜି ଶାରୀରିକ ସୁସ୍ଥତା ଫେରିପାଇବେ। ଦୂରଯାତ୍ରା, ଆମଦାନୀ କାରବାର, ଜମିଜମା ସମ୍ବନ୍ଧୀୟ କଥାବାର୍ତ୍ତା ପ୍ରଭୃତିରେ ଉନ୍ନତମାନର ସୁଫଳ ପାଇବେ । ଅର୍ଥସଙ୍କଟ ଲାଗି ରହିବାରୁ ସାମାନ୍ୟ ବିଚଳିତ ଅନୁଭବ କରିପାରନ୍ତି।
ମକର
ମକର
ମାନସିକ ଚାପ ସାଙ୍ଗକୁ ବିଭିନ୍ନ ଦିଗରୁ ପ୍ରତିବନ୍ଧକର ସାମ୍‌ନା କରି କାମ ହାସଲ କରିବାକୁ ପଡ଼ିବ। ପରିବାରରେ ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ହୋଇପାରେ। ସମ୍ପର୍କ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ଅଶୋଭନୀୟ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଦୀର୍ଘସମୟ ପ୍ରତୀକ୍ଷା କରି ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ।
କୁମ୍ଭ
କୁମ୍ଭ
ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ବ୍ୟତିକ୍ରମ ଅବଶ୍ୟ ସୃଷ୍ଟି ହେବ । ତଥାପି ନିଜ ମନରେ ଦୁଃଖ ରହିଥିଲେ ମଧ୍ୟ ଅଭିମାନ କରି ରହିଥିବା ବନ୍ଧୁଙ୍କୁ ମନବୁଝତ୍ଲା ଭଳି କଥା କହି ପରିସ୍ଥିତିକୁ ସମ୍ଭାଳିନେବେ। ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କିତ ଶୁଭ ସୂଚନା ପାଇ ମନ ଖୁସୀ ହୋଇଯିବ।
ମୀନମୀନ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ରହିବା ସହ କୌଣସି ନୂତନ କର୍ମାରମ୍ଭ କରିବାକୁ ମନ ବଳାଇବେ। ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ । ବନ୍ଧୁମାନଙ୍କ ଅନୁରୋଧକୁ ଉପେକ୍ଷା ନ କରି ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇ ପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri