Posted inRasifala

ରାଶିଫଳ: ଗୁରୁବାର, ଜୁନ୍ ୧୧ ତାରିଖ – Daily Horoscope

ମେଷ
ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ । ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ । ନିଜ ନିଜର ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟସ୍ବଜନମାନେ ଦୂରେଇ ଯାଇପାରନ୍ତି ।
ବୃଷ
ବୃଷ
ମଜା ମଉଜ, ମନୋରଞ୍ଜନରେ ସମୟ ଅତିବାହିତ କରିବେ । ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବିଜାତୀୟ ବ୍ୟକ୍ତି ସାହାଯ୍ୟ କରିବାର ଆଶା ରହିଛି । ଦ୍ରବ୍ୟନଷ୍ଟ ହୋଇପାରେ,ଏଣୁ ସାବଧାନତା ଅବଲମ୍ବନୀୟ । ଯାନବାହନ, ବସ୍ତ୍ର, ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି ।
ମିଥୁନ
ମିଥୁନ
ଧୈର୍ଯ୍ୟର ସହ ସମସ୍ୟାଗୁଡ଼ିକର ମୁକାବିଲା କରିବାରେ ସମର୍ଥ ହେବେ । ଅନିୟମିତ ଆହାର ଯୋଗୁ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟ ମାନଙ୍କ ସହ କଳହର ସମ୍ଭାବନା ରହିଛି । ରେଷ୍ଟୁରାଣ୍ଟ,ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ ।
କର୍କଟ
କର୍କଟ
ନିଜର ଫାଇଦା ହାସଲ ପାଇଁ ନିକଟ ସମ୍ପର୍କୀୟମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି । ଗବେଷଣା, ଅନୁସନ୍ଧାନ, ଅଧ୍ୟୟନ ଓ ଅଧ୍ୟାପନା ଏବଂ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି କରିବେ । ପରିସ୍ଥିତିବଶତଃ ଅସଂଯତ ବ୍ୟବହାର ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ ।
ସି˚ହ
ସି˚ହ
ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ସାମାନ୍ୟ କୌଶଳ ପ୍ରୟୋଗ କରି କାମ କଲେ ଯାହା ଚାହୁଁଛନ୍ତି ତାହା ନିଶ୍ଚିତ ପାଇ ପାରିବେ । ନିଜର ଫାଇଦା ହାସଲ ପାଇଁ ସମ୍ପର୍କୀୟ ଜଣେ ଫନ୍ଦିଫିକର କରିପାରନ୍ତି । ଅସଂଗତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି ।
କନ୍ୟା
ବୃହସ୍ପତିଙ୍କ ଦୁର୍ବଳତା କାରଣରୁ ପାରିବାରିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ । ଅତିଶୟ ଭ୍ରମଣ କିମ୍ବା ଅନିଦ୍ରା ହେତୁକ ଜ୍ୱର ଓ ବମନ ଦେଖାଦେବାର ଆଶଙ୍କା ରହିଛି । ଆଜି ଈପ୍‌ସିତ ଅର୍ଥ ପାଇବେ ଓ କାମଟି ବିଳମ୍ବରେ ହେବ। କିନ୍ତୁ ବହୁତ ଶ୍ରମ ଓ କଷ୍ଟ ସ୍ବୀକାର କରିବାକୁ ପଡ଼ିବ ।
ତୁଳା
ତୁଳା
ସୁପରିଣାମ ସଦୃଶ ଯେ କୌଣସି ପ୍ରତିରୋଧକୁ ଏଡ଼େଇ ଯାଇ କାମ ହାସଲରେ ସମର୍ଥ ହେବେ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସ୍ଥତି ଭଲ ରହି ନ ପାରେ ଏବଂ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହୋଇପାରନ୍ତି । ପରିବେଶ ଓ ପରିସ୍ଥିତି ଠିକ୍‌ ନଥିବା କାରଣରୁ ଭୋଗବିଳାସରେ ବାଧାବିଘ୍ନ ଘଟିପାରେ ।
ବିଛା
ବିଛା
କୌଣସି କାମରେ ମନର ସ୍ଥିରତା ନ ରହିବା ହେତୁ କାମଗୁଡ଼ିକ ଅସମ୍ପୂର୍ଣ୍ଣ ରହିଯିବ । କର୍ମକ୍ଷେତ୍ରରେ କାଳକ୍ଷେପଣ ନୀତିରେ କେତେକ କାମକୁ ଅବହେଳା କରି ସମାଲୋଚିତ ହେବାକୁ ପଡ଼ିବ । ପ୍ରତିଶ୍ରୁତି ପାଇ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ । ଧୈର୍ଯ୍ୟ ଓ ଦୃଢ଼ ମନୋବଳ କାମକୁ ସହଜସାଧ୍ୟ କରିବାରେ ସହାୟକ ହୋଇପାରିବ ।
ଧନୁ
ଧନୁ
ପାରିବାରିିକ କ୍ଷେତ୍ରରେ ଉନ୍ନତମାନର ବୁଝାମଣା ହେତୁ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ରହିବ । ଅଭାବ ନ ଥିଲେ କ’ଣ ହେଲା ବନ୍ଧୁଙ୍କ ସଦ୍‌ଭାବ କିମ୍ବା ସହକର୍ମୀ ମାନଙ୍କ ସହଯୋଗ ପାଇବେ ନାହିଁ । କେତେକ ଆକସ୍ମିକ ପ୍ରତିବନ୍ଧକ କାରଣରୁ ଆଜିର ପୂର୍ବାହ୍ନରେ ସହଜରେ କାମ ହାସଲ ହେବା କଷ୍ଟକର ହେବ ।
ମକର
ମକର

ଚନ୍ଦ୍ର କେନ୍ଦ୍ରାଧିପତିଙ୍କ ସହ ରହିଥିବାରୁ ଆଜିର ପ୍ରତ୍ୟୁଷ ଯାତ୍ରା ଆନନ୍ଦଦାୟକ ରହିବ ଓ ନୂତନ ମିତ୍ରତା ସୃଷ୍ଟି ହେବ । ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହି ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ସାଂଗଠନିକ ସ୍ତରରେ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି ।

କୁମ୍ଭ
କୁମ୍ଭ
ଶନିଙ୍କ ପ୍ରଭାବରେ ଆପଣଙ୍କର କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀ ହେତୁ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ । ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ, ଯାହାକି କାମକୁ ଆଗକୁ ନେବାରେ ସାହାଯ୍ୟକରିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି ।
ମୀନମୀନ

ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ ତଥାପି କାମ ଅଟକି ରହିବ ନାହିଁ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହେବାରେ ବିଳମ୍ବ ଘଟିବ । ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ,ନତୁବା ଓଲଟ ପାଲଟ ହୋଇଯାଇପାରେ । ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ପାଇବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁନ୍ ୨୪ ତାରିଖ – Daily Horoscope

ମେଷ ପରିବାରର କିଛି ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିବେ । ଦୀର୍ଘଦିନରୁ ପରସ୍ପର ପଡୁ ନ ଥିବା ପୁଅ ବୋହୂଙ୍କ କଥା ମନକୁ ବେଶି...

ରାଶିଫଳ: ବୁଧବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ସୁଖଦ ହେବ। ସମାଜରେ ଆଦୃତି ଲାଭ ସଙ୍ଗକୁ ଯାନବାହନ, ପ୍ରଶାସନ, ଜ୍ଞାନାର୍ଜନ ସକାଶେ ଅନୁକୂଳତା...

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରକେନ୍ଦ୍ରସ୍ଥ ଶନି ହେତୁ କର୍ମକ୍ଷେତ୍ରରୁ ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ଓ ସହଯୋଗର ଅବାରିତ ଧାରା ମନକୁ ପ୍ରଫୁଲ୍ଲିତ କରିବ। ଶିଳ୍ପ, ବାଣିଜ୍ୟ, ପରିବହନ...

ରାଶିଫଳ: ଗୁରୁବାର, ମେ ୨୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରଙ୍କ କେନ୍ଦ୍ରରେ ରାଶିସ୍ଥ ଶୁକ୍ର ପ୍ରଭାବରେ ବନ୍ଧୁମିଳନ ମାଧ୍ୟମରେ ଖୁସିରେ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ର ତଥା ସାମାଜିକ ସ୍ତରରେ ବହୁଚର୍ଚ୍ଚିତ ହୋଇପାରନ୍ତି।...

ରାଶିଫଳ: ଗୁରୁବାର, ଫେବ୍ରୁଆରି ୧୩ ତାରିଖ – Daily Horoscope

ମେଷ ଆଜି କାର୍ଯ୍ୟବ୍ୟସ୍ତତା ସାଙ୍ଗକୁ ଅତ୍ୟଧିକ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ବ୍ୟବସାୟ ମାନ୍ଦାରେ ଚାଲିବ କିନ୍ତୁ ପ୍ରତିଯୋଗିତାରେ ସଫଳତା ଯୋଗୁ...

ରାଶିଫଳ: ଗୁରୁବାର, ଜୁଲାଇ ୬ ତାରିଖ – Daily Horoscope

ମେଷ ଆଜିର ଦଶମସ୍ଥ ଚନ୍ଦ୍ର ଉଚ୍ଚତର ଶିକ୍ଷା, ସନ୍ତାନଙ୍କ ସ୍ବାସ୍ଥ୍ୟ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରେ ସୁଫଳ ପ୍ରଦାନ କରିବ। ପାରିବାରିକ କ୍ଷେତ୍ରରେ ସନ୍ଦେହଜନିତ ଅଶାନ୍ତି ସୃଷ୍ଟି...

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ନୀଚାରୋହୀ ଶୁକ୍ରଙ୍କ ପ୍ରଭାବରୁ ଆର୍ଥିକ ଅଭାବ, ଅନଟନ ନ ଥିଲେ କ’ଣ ହେଲା କାମଗୁଡ଼ିକ ସୁବିଧାରେ ହେବନାହିଁ। ଶତ୍ରୁତା କାରଣରୁ ବନ୍ଧୁଙ୍କଠାରୁ ସାହାଯ୍ୟ...

ରାଶିଫଳ: ବୁଧବାର, ନଭେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ବନ୍ଧୁକାରକ ବୁଧଙ୍କ ପ୍ରଭାବରେ ଯେଉଁମାନେ ପାଖ ମାଡୁନଥିଲେ ଆଜି ସେହିମାନେ ନିଜ ତରଫରୁ ମିଶିବା ପାଇଁ ଆଗେଇ ଆସିବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବା...

Advertisement
Archives

Model This Week