Posted inଫୁରସତ

ରାଶନ ପାଇଁ ଲୋକେ ରାସ୍ତାରେ ଆଣ୍ଟେନା ଧରି ବୁଲୁଛନ୍ତି

ଯୋଜନାରୁ ଦୁର୍ନୀତି ଦୂର କରିବା ପାଇଁ ଏବେ ରାଶନ ବ୍ୟବସ୍ଥାକୁ ଅନଲାଇନ କରାଯାଇଛି। ଏହା ସ୍ବାଗତଯୋଗ୍ୟ । କିନ୍ତୁ ଝାଡ଼ଖଣ୍ଡର ଖୁଣ୍ଟି ଅଞ୍ଚଳର ନିଲମା ପଞ୍ଚାୟତ ପାଇଁ ଏହି ଅନଲାଇନ ବ୍ୟବସ୍ଥା ପୂରା ଅଡୁଆ ହୋଇଯାଇଛି। ବର୍ଷା ହେବାରୁ ନିଲମା ଗାଁ ସମେତ ଆଖପାଖର ବହୁ ଗାଁରେ ନେଟ୍‌ଓ୍ବର୍କ ଆସୁନାହିଁ। ଲୋକମାନେ ରାଶନ ଦୋକାନକୁ ଯାଇ ବାରମ୍ବାର ଫେରୁଛନ୍ତି। ରାଶନ ପାଇ ପାରୁନାହାନ୍ତି। ଯେଉଁ ବ୍ୟକ୍ତି ରାଶନ ନେବେ ତାଙ୍କ ଅଙ୍ଗୁଳି ମେଶିନରେ ଲଗାଇବା ଜରୁରୀ । ନେଟଓ୍ବର୍କ ନ ଥିବାରୁ ଏହା ସମ୍ଭବ ହୋଇପାରୁନାହିଁ। ଏମିତି କି ଲୋକମାନେ ଡିଲର ପାଖରେ ପହଞ୍ଚତ୍ବାବେଳକୁ ଯଦି ନେଟଓ୍ବର୍କ ନଥିବା ଦେଖୁଛନ୍ତି ଯେଉଁ ମେଶିନରେ ଅଙ୍ଗୁଳି ଲଗାଯାଏ ତାହାକୁ ତାର ଓ ଆଣ୍ଟେନା ସହ ଧରି ରାସ୍ତାରେ ବୁଲୁଛନ୍ତି। ଯେମିତି ନେଟଓ୍ବର୍କ ଆସୁଛି ସାଙ୍ଗେସାଙ୍ଗେ ସେମାନେ ଏକାଠି ହୋଇ ଅଙ୍ଗୁଳି ଲଗାଇବା ବେଳକୁ ତାହା ଚାଲିଯାଉଛି। ଲୋକମାନଙ୍କ କହିବା ମୁତାବକ ଘରେ ପିଲାମାନେ ଭୋକରେ ରହୁଛନ୍ତି, କିନ୍ତୁ ରାଶନ ମିଳୁନାହିଁ। ଏବେ ବର୍ଷାରେ ବିଲବାଡ଼ିରେ ଚାଷ କାମ ଚାଲିଥିବାରୁ କାମ ବନ୍ଦ କରି ରାଶନ ଦୋକାନକୁ ଆସି ଫେରିବା ଦ୍ୱାରା କ୍ଷତି ହେଉଛି ବୋଲି କହନ୍ତି ଗ୍ରାମବାସୀମାନେ। ରାଶନ ବ୍ୟବସ୍ଥାକୁ ଅନ୍‌ଲାଇନରେ ଯୋଡିବା କେତେ ସଫଳ ହେଉଛି ତାହା ଏଥିରୁ ଜଣାପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରଜକୁ ଫିକା କରିବ କରୋନା: ବୁଡ଼ାଇଲା ରଜପାନ ବେପାର

ଜ୍ୟେଷ୍ଠର ରୌଦ୍ରତା ସହ ଆଷାଢ଼ର ଶୀତଳତା ଓ ମାଟି ମା’ ସହ ଶୀତଳ ବାରିଧାରାର ମିଳନ ରଜପର୍ବର ଅନ୍ୟତମ ଆକର୍ଷଣ। ବନ୍ଧୁ ସହ ବନ୍ଧୁର ମିଳନ...

ଏଯାଏଁ ଭୁଲିନି ସେହି ୩୦ ଟଙ୍କାର ସ୍ମୃତି: ସାହିତି୍ୟକ ମନୋଜ ମିଶ୍ର

ସେତେବେଳେ ଦରମା ମିଳିବା ଦିନ ଆମ ଛୁଆଙ୍କର ମଉଛବ। ସେଦିନ ଆମ କଟକ ଜିଲା ପ୍ରାଚୀକୂଳିଆ ନୂଆବେତେଣ୍ଡା ନିବାସୀ ପ୍ରଫୁଲ୍ଲ କୁମାର ମିଶ୍ର ଓରଫ ମିଶ୍ରମାଷ୍ଟ୍ରେ...

ଏହି ସୁନ୍ଦରୀଙ୍କୁ ଫେସ୍‌ବୁକ୍‌ରେ ମିଳିଲାନି ଅଧିକ ଲାଇକ୍‌: ଘଟାଇଲେ ଏମିତି କାଣ୍ଡ, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆ ଏପରି ଏକ ସ୍ଥାନ ଯେଉଁଠାରେ ଲୋକେ ନିଜ ସୁଖ, ଦୁଃଖକୁ ପ୍ରତିମୁହୂର୍ତ୍ତରେ ବନ୍ଧୁଙ୍କ ସହ ଶେୟାର କରିଥାନ୍ତି। ଏହି କାରଣରୁ ଦୂରରେ ଥିବା...

ଘରେ ଶୋଇଥିଲେ ମହିଳା, ଛାତ ଫଟାଇ ପଡ଼ିଲା ଉଲ୍‌କାପିଣ୍ଡ; ତା’ ପରେ…

ଭାବିଲେ ଆପଣ ଘରେ ଶୋଇଥିବେ ଆଉ ରାତିରେ ଏକ ଉଲ୍‌କାପିଣ୍ଡ ସେହି କୋଠରିରେ ପଡ଼ିବ। ସେତେବେଳେ ଆପଣଙ୍କ ଅବସ୍ଥା କ’ଣ ହେବ? ଠିକ୍‌ ଏମିତି ଏକ...

କରୋନା ସଚେତନତା ବାର୍ତ୍ତା: ଠାକୁର ପିନ୍ଧିଲେ ମାସ୍କ

ବାରାଣାସୀ: କରୋନା ଭୂତାଣୁ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଉଛି। ଏହା ସହିତ ଆଲିଙ୍ଗନ ଏବଂ...

ଓଡ଼ିଶାର ଲୋକ ବାଦ୍ୟ: ନାମକରଣ ପଛରେ ଯୋଡ଼ିହୋଇଛି ଲୋକକାହାଣୀ, କିମ୍ବଦନ୍ତୀ

ଅନେକ ଲୋକବାଦ୍ୟ ନଟଦେବତା ଶିବଙ୍କଠାରୁ ସୃଷ୍ଟି ହୋଇଥିବାର ବିଭିନ୍ନ କାହାଣୀ ଓ କିମ୍ବଦନ୍ତୀ ରହିଛି। ମାତ୍ର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଥିବା ପାରମ୍ପରିକ ଲୋକବାଦ୍ୟର ସ୍ବତନ୍ତ୍ରତା...

ଗୋବର ଯୁଦ୍ଧ

କର୍ନାଟକ ଓ ତାମିଲନାଡୁ ସୀମାର ଏକ ଛୋଟିଆ ଗାଁ ହେଉଛି ଗୁମାତାପୁର। କିନ୍ତୁ ଏବେ ଏହି ଛୋଟ ଗାଁ ସାରା ପୃଥିବୀରେ ପରିଚିତି ଲାଭ କରିଛି।...

ସ୍ତ୍ରୀ ଜାଣିପାରିବେ ନାହିଁ ବୋଲି ପ୍ରେମିକାଙ୍କ ନାଁରେ ଝିଅଙ୍କ ନାମ ରଖିଦେଲେ ବ୍ୟକ୍ତି; ପରେ ଯାହା ହେଲା ଜାଣିଲେ…

ନୂଆଦିଲ୍ଲୀ: ମାତାପିତାମାନେ ବହୁତ ଭାବିଚିନ୍ତି ନିଜ ସନ୍ତାନର ନାମ ସ୍ଥିର କରିଥାନ୍ତି। କିଛି ଲୋକ ସେମାନଙ୍କ ପିଲାମାନଙ୍କ ନାମ ସମସ୍ତଙ୍କଠାରୁ ଅଲଗା ରଖିବାକୁ ଚାହୁଁଥିବା ବେଳେ...

Advertisement
Archives

Model This Week