Posted inଜାତୀୟ

ରାମ ରହିମଙ୍କୁ ଝଟ୍‌କା

ପଞ୍ଚକୁଲା,୧୦।୧୨: ପଞ୍ଚକୁଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ମଙ୍ଗଳବାର ସିବିଆଇ କୋର୍ଟରୁ ଝଟ୍‌କା ମିଳିଛି। ସିବିଆଇ ବିଚାରପତିଙ୍କୁ ପରିବର୍ତ୍ତନ ପାଇଁ କରାଯାଇଥିବା ଆବେଦନକୁ ଖାରଜ କରାଯାଇଛି। ଏହି ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୧୪ରେ କରାଯିବ। ସୂଚନାଯୋଗ୍ୟ, ମଙ୍ଗଳବାର ହରିୟାଣାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ରଞ୍ଜିତ ସିଂହ ହତ୍ୟା ମାମଲାର ଶୁଣାଣି ହୋଇଥିଲା। ଏହି ମାମଲାରେ ରାମ ରହିମ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ପ୍ରତ୍ୟକ୍ଷ ଭାବେ ହାଜର ହୋଇଥିଲେ। ଗତ ଶୁଣାଣି ସମୟରେ ରାମ ରହିମଙ୍କ ଓକିଲ ରଞ୍ଜିତ ହତ୍ୟା ମାମଲାର ଶୁଣାଣି ପାଇଁ ବିଚାରପତିଙ୍କ ପରିବର୍ତ୍ତନ ନେଇ ଏକ ଆବେଦନ କରିଥିଲେ। କାରଣ ପୂର୍ବରୁ ୨ଟି ମାମଲାରେ ଉକ୍ତ ବିଚାରପତି ରାମ ରହିମଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଥିବାରୁ ତାଙ୍କ ଉପରେ ବିଶ୍ୱାସ ନାହିଁ ବୋଲି ଓକିଲ ଏହି ଆବେଦନରେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଇଣ୍ଡିଆର ଦାୟିତ୍ୱ ସମ୍ଭାଳିବେ ଏନ୍‌ ଚନ୍ଦ୍ରଶେଖରନ୍‌

ନୂଆଦିଲ୍ଲୀ,୧୪।୩: ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ଙ୍କୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସୋମବାର ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶକ ଏହି ସୂଚନା...

ଜନ୍ମଦିନରେ ଏଭଳି କାରନାମା କଲେ ଏହି ଖେଳାଳି

ପାଟନା,୨୮।୧୦: ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ୱରେ ସନରାଇଜର୍ସ ହାଇଦ୍ରାବାଦ ୮୮ ରନ ବ୍ୟବଧାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏହି ଦିନ ୱାର୍ଣ୍ଣର ନିଜର ୩୪ତମ ଜନ୍ମଦିନ...

ଟ୍ରେନ୍‌ରେ ବେବି ବର୍ଥ

ଲକ୍ଷ୍ନୌ,୧୧।୫: ଭାରତୀୟ ରେଳ ପକ୍ଷରୁ ମହିଳା ଯାତ୍ରୀଙ୍କ ପାଇଁ ଏକ ନୂତନ ବ୍ୟବସ୍ଥା କରାଯାଇଛି। ଛୋଟପିଲାଙ୍କୁ ଧରି ଯାତ୍ରା କରୁଥିବା ମହିଳାଙ୍କ ପାଇଁ ଏହି ସୁବିଧା...

ପୁଣି ବଦଳି ପାରନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ

ହାଭେରି, ୧୯।୧୨: ପୁଣି କର୍ନାଟକ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ରବିବାର ନିଜ ନିର୍ବାଚନ ମଣ୍ଡଳୀ ଶିଗାଓଁରେ ଦେଇଥିବା...

ଟିଏମ୍‌ସି ଖରାପ, ଭାଜପା ତା’ଠୁ ୧୦୦୦ ଗୁଣ

କୋଲକାତା, ୭।୧୨:ଦୀର୍ଘ ୯ ବର୍ଷର ନିର୍ବାଚନ ପରେ ଘର ତଥା ନିଜର ରାଜନୈତିକ ଗଡ଼ ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁର ଫେରିଥିବା ସିପିଆଇଏମ୍‌ର ହେଭିଓ୍ବେଟ୍‌ ନେତା ସୁଶାନ୍ତ...

କରୋନା ଭୟ: ଛେଳିକୁ ମାସ୍କ ପିନ୍ଧାଇଲେ ମାଲିକ

ଅମରାବତୀ,୯।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିଛି। କିଛିଦିନ ତଳେ ଦେଖିବାକୁ ମିଳିଥିଲା ଆମେରିକାର ଚିଡିଆଖାନାରେ ଏକ ବାଘ କରୋନାରେ...

ମାଗଣା ସୁବିଧା ଘୋଷଣା କରୁଥିବା ରାଜନୈତିକ ଦଳଙ୍କର ମାନ୍ୟତା ରଦ୍ଦ କରିବା ଅଧିକାର ନାହିଁ, ଏସ୍‌ସିଙ୍କୁ କହିଲେ ଇସି…

ନୂଆଦିଲ୍ଲୀ, ୯।୪ : ନିର୍ବାଚନରେ ମାଗଣା ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳଙ୍କ ମାନ୍ୟତା ରଦ୍ଦ କରିବା ଅଧିକାର ନାହିଁ ବୋଲି ନିର୍ବାଚନ କମିଶନ...

ଯୁବକଙ୍କୁ ଫାଶୀ ଦଣ୍ଡାଦେଶ

ମୁମ୍ବାଇ, ୨୦ା୨(ପି.ଟି.): ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟାକରିବା ଅଭିଯୋଗରେ ମହାରାଷ୍ଟ୍ରର ପରଭାଣୀ ଜିଲା କୋର୍ଟ ଦୋଷୀ ବିଷ୍ଣୁ ଗୋରେ(୩୦)ଙ୍କୁ ବୁଧବାର ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।...

Advertisement
Archives

Model This Week