Posted inଜାତୀୟ

ରାମଦେବ ପୁଣି ହେଲେ ବିବାଦୀୟ: ତୃତୀୟ ସନ୍ତାନଙ୍କୁ ନ ମିଳୁ ଭୋଟ ଦେବା ଅଧିକାର

ହରିଦ୍ୱାର,୨୬।୫: ବିଭିନ୍ନ ସମୟରେ ମନ୍ତବ୍ୟ ଦେଇ ଚର୍ଚ୍ଚା ପରିସରକୁ ଆସୁଥିବା ବାବା ରାମଦେବ ପୁଣି ଥରେ ବିବାଦୀୟ ହୋଇପଡ଼ିଛନ୍ତି । ହରିଦ୍ୱାରରେ ଏକ ସଭାରେ ଯୋଗଦେଇ ରାମଦେବ କହିଛନ୍ତି ପରିବାରରେ ଜନ୍ମ ହେଉଥିବା ତୃତୀୟ ସନ୍ତାନକୁ ଭୋଟ ଦେବା ଅଧିକାରରୁ ବଞ୍ଚିତ କରିବା ଲାଗି ଆଇନ ପ୍ରଣୟନ ଉପରେ ସରକାର ଗୁରୁତ୍ୱଦେବା ଆବଶ୍ୟକ। ଏହା ସହିତ ନିର୍ବାଚନ ଲଢ଼ିବା ତଥା ସମସ୍ତ ସରକାରୀ ସୁବିଧା ସୁଯୋଗରୁ ତୃତୀୟ ସନ୍ତାନଙ୍କୁ ଦୂରେଇ ରଖିବା ଆବଶ୍ୟକ। ଏପରି ହେଲେ ଦେଶର ବଢୁଥିବା ଜନସଂଖ୍ୟାରେ ଅଙ୍କୁଶ ଲାଗିପାରିବ। ସମ୍ପ୍ରତି ଦେଶର ଜନସଂଖ୍ୟା ୧୫୦ କୋଟିରୁ ଅଧିକ ରହିଛି। ଆଗାମୀ ୫୦ ବର୍ଷ ମଧ୍ୟରେ ଭାରତର ସ୍ଥିତି ଖରାପ ହେବାର ଆଶଙ୍କା ରହିଛି। ତେଣୁ ଏଭଳି ଆଇନ ଅଣାଗଲେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇ ପାରନ୍ତା ବୋଲି ସେ କହିଛନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଜନସାଧାରଣ ଅଧିକ ସନ୍ତାନ ଜନ୍ମ ନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ରାମଦେବଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କୁ ଝଟ୍‌କା

କୋଚି,୯।୭: ନୂଆ ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନକୁ କେରଳ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଖବର ପ୍ରସାରଣକାରୀ ସଂଘ (ଏନ୍‌ବିଏ)। ଏହି ଆବେଦନର ଶୁଣାଣି କରି...

ଗର୍ଭବତୀମାନେ ନେଇ ପାରିବେ କରୋନା ଟିକା: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨ ।୭: କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ପୂର୍ବରୁ ଗର୍ଭବତୀଙ୍କୁ ଏହି ଟିକା ନେବାକୁ ବାରଣ କରାଯାଉଥିବା...

ଭାଜପାରେ ଯୋଗ ଦେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ

ଆଲିଗଡ,୮।୭: ଭାରତୀୟ ଜନତା ପାର୍ଟି ଏବେ ତା’ର ସଦସ୍ୟତା ଯୋଗାଡ କରିବା ଅଭିଯାନ ଚଳାଇଛି। ତେଣୁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଏବେ ଭାଜପାରେ...

କମଲେଶ ହତ୍ୟାକାଣ୍ଡ: ୫ ଗିରଫ

ଲକ୍ଷ୍ନୌ,୨୦ା୧୦ : ଉତ୍ତରପ୍ରଦେଶର ହିନ୍ଦୁବାଦୀ ନେତା କମଲେଶ ତିଓ୍ବାରୀ ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର କମଲେଶଙ୍କୁ ତାଙ୍କ ଲକ୍ଷ୍ନୌ ଘରେ ହତ୍ୟା...

ମାନବ ଶରୀରରେ ଦ୍ୱିତୀୟ କୋଭିଡ୍‌ ଟିକା ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ,୧୭ା୭:ଭାରତର ଦ୍ୱିତୀୟ କୋଭିଡ୍‌ ଟିକା ଜିକୋଭ-ଡିର ମାନବ ଶରୀରରେ ପରୀକ୍ଷା ଆରମ୍ଭ ହୋଇଛି। ଜାଇଡସ୍‌ କାଡିଲା କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଟିକା ପାଇଁ ବାୟୋଟେକ୍‌ନୋଲୋଜି...

ଉପନିର୍ବାଚନ ପୂର୍ବରୁ ୨୭୧ ଇଭିଏମ୍‌ ମେସିନ୍‌ ଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରେ ଲାଗିଲା ନିଆଁ: ଷଡ଼ଯନ୍ତ୍ର ଅଭିଯୋଗ ଆଣିଲା କଂଗ୍ରେସ

ଭୋପାଳ,୮।୧୦: ଆଗକୁ ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ। ଏନେଇ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରିସ୍ଥଳେ ଖରଗୋନ୍‌ରେ ଇଭିଏମ୍‌ ମେସିନ୍‌ ଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରେ...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ପିଜୁଳି

ଅନେକ ଲୋକ ପିଜୁଳି ଖାଇବାକୁ ପସନ୍ଦ କରିଥାନ୍ତି। ପିଜୁଳି ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟପାଇଁ ମଧ୍ୟ ସେତିକି ଉପକାରୀ। ଖାସ୍‌ ଭାବେ ମଧୁମେହ ରୋଗୀଙ୍କ ପାଇଁ...

ଭୂତାଣୁ ବାଣ୍ଟିଲା କୁମ୍ଭମେଳା

ନୂଆଦିଲ୍ଲୀ, ୧୪ା୪: ଭାରତରେ କରୋନା ସଂକ୍ରମଣ ବ୍ରାଜିଲକୁ ଟପି ଦ୍ୱିତୀୟ ସ୍ଥାନକୁ ଉଠିଥିବାବେଳେ ଭୂତାଣୁ ବାଣ୍ଟିବାରେ ଲାଗିଛି ଉତ୍ତରାଖଣ୍ଡର ହରିଦ୍ୱାର କୁମ୍ଭମେଳା। ଲକ୍ଷ ଲକ୍ଷ ସଂଖ୍ୟାରେ...

Advertisement
Archives

Model This Week