ରାମଗିରି ଅଞ୍ଚଳରେ କାମ ଦେଉନି ଲକ୍‌ଡାଉନ

ରାମଗିରି,୨୯ା୩(ଡି.ଏନ.ଏ.)- ପ୍ରଧାନମନ୍ତ୍ରୀ ଗତ ୨୨ ତାରିଖରେ ସାରା ଦେଶରେ ଜନତା କର୍ଫ୍ୟୁ ପାଇଁ ପ୍ରଥମେ କହିଥିଲେ। ସେ ଦିନ ରାମଗିରି ତଥା ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଶୂନଶାନ୍‌ ହୋଇଯାଇଥିଲା। ଗ୍ରାମାଞ୍ଚଳର ଲୋକମାନେ ଭାବିଥିଲେ ଯେ ଆକାଶ ମାର୍ଗରୁ କରୋନା ଭୂତାଣୁ ବିନାଶ ପାଇଁ ଉଡ଼ାଜାହାଜ ଯୋଗେ ବିଷାକ୍ତ ବାଷ୍ପ ପ୍ରୟୋଗ କରାଯିବ। ଏହି ଭୟରେ ଲୋକମାନେ ପଦାକୁ ବାହାରି ନ ଥିଲେ। ଏବେ କରୋନା ମହାମାରିର ଭୟାବହତାକୁ ଦେଖି ପୁଣି ୨୧ଦିନ ସାରାଦେଶରେ ଲକ୍‌ଡ଼ାଉନ କଟକଣା ଜାରି କରାଯାଇଛି। କରେନାକୁ ନେଇ ବିଶ୍ୱବାସୀଙ୍କ ନିଦ ହଜିଯାଇଥିବାବେଳେ ରାମଗିରିରେ କିଛି ବ୍ୟକ୍ତି ଜୁଆଖେଳରେ ମାତି ରହୁଛନ୍ତି। କୌଣସି ସୂତ୍ରରୁ ଖବର ପାଇ ରାମଗିରି ଥାନାଧିକାରୀଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚଢ଼ାଉ କରିବାବେଳେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ସେହି ସ୍ଥାନରୁ ଗୋଟିଏ ବୁଲେଟ ଗାଡ଼ି ଜବତ କରି ଥାନା ମଧ୍ୟରେ ରଖାଯାଇଛି। ଦିନତମାମ ରାମଗିରି ପୋଲିସ ଅକ୍ଲାନ୍ତ ଉଦ୍ୟମ କରି ଲୋକଙ୍କୁ ସଚେତନ କରାଇବା ସହିତ ଡ଼ାକବାଜି ଯନ୍ତ୍ରଦ୍ୱାରା ପ୍ରଚାର କରାଯାଉଛି। ଅକାରଣରେ ବାହାରେ ବୁଲିଲେ ୧୦୦୦ ଟଙ୍କା ଜରିମାନା ସହିତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ତଥାପି ଲୋକେ ସୁଧୁରୁ ନାହାନ୍ତି। ସାମାଜିକ ଦୂରତା ରକ୍ଷା ବଦଳରେ ଛକରେ ଭିଡ଼ ଜମାଇ ରହୁଛନ୍ତି। କିଛି ଛକରେ ହୋଟେଲ ଖୋଲାଯାଉଥିବା ମଧ୍ୟ ଅଭିଯୋଗ ଆସୁଛି। ଅଞ୍ଚଳରେ କ୍ରିକେଟ ଖେଳ ସହିତ ଇଟାଭାଟି କାମ ମଧ୍ୟ ଚାଲିଛି। ବାହାରୁ ପୋଲିସ ନ ଆସିଲେ ଏଠିକାର ଲୋକେ ସୁଧୁରିବେ ନାହିଁ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି। ଏ ସମ୍ପର୍କରେ ରାମଗିରି ଥାନାଧିକାରୀ ବିକାଶ ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ବାହାରୁ ଅନ୍ୟ ଷ୍ଟାଫ ଆଣିବାର ସେମିତି ଜରୁରୀ ନାହିଁ। ଆବଶ୍ୟକ ହେଲେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଚୋରଙ୍କୁ ପୋଲିସ ଜିମା

ବନ୍ତ, ୨୧।୧(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ସାପ୍ତାହିକ ହାଟଠାରେ ଜଣେ ମୋବାଇଲ ଚୋରଙ୍କୁ ଧରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି। ରବିବାର ସାନବର୍ଚ୍ଚିକୟାଁ ଗ୍ରାମର ଯୁଧିଷ୍ଠିର...

ଜରାଜୀର୍ଣ୍ଣ ଅବସ୍ଥାରେ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ

ସୁନ୍ଦରଗଡ଼, ୫।୧୧(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ଅନ୍ତର୍ଗତ ଟପରିଆ ପଞ୍ଚାୟତରେ ଦୀର୍ଘ ୧୫ ବର୍ଷ ଉପରେ ହେବ ଏକ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ତିଆରି...

କଥକରେ କୃଷ୍ଣରାସ, ଓଡ଼ିଶୀରେ ଚକ୍ରବୂ୍ୟହ

କୋଣାର୍କ,୫।୧୨(ଡି.ଏନ୍‌.ଏ.): ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ଶୁକ୍ରବାର ଚତୁର୍ଥ ସନ୍ଧ୍ୟାରେ କଥକ ଓ ଓଡ଼ିଶୀ ନୃତ୍ୟର ନିଖୁଣ ଉପସ୍ଥାପନା ସନ୍ଧ୍ୟା ସମୟକୁ ଚିତ୍ତାକର୍ଷକ...

କଶ୍ମୀର କୋଳି ଚାଷରେ ସ୍ବାବଲମ୍ବୀ ରାଜେନ୍ଦ୍ର

କଳିଙ୍ଗନଗର,୨୩ା୨(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳରେ ନବେ ଦଶକରୁ କୃଷି ଧୂଳିସାତ ହୋଇସାରିଛି। ଅନ୍ୟପକ୍ଷରେ ଏହି ଶିଳ୍ପାଞ୍ଚଳରେ ନିଯୁକ୍ତି ନ ପାଇ ଯୁବଗୋଷ୍ଠୀ ହତାଶ ହେଉଥିବାବେଳେ ନିଜ ନାଆରେ...

ପକ୍ଷୀକୁ ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ

କେନ୍ଦୁଝର, ୧୨।୭(ସ୍ବ.ପ୍ର.) କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଏନ୍‌ଏଚ୍‌ ୨୦ କଡ଼ରେ ଥିବା ବଡପଶି ଗ୍ରାମରେ ଶହ ଶହ ବଗ, ଗେଣ୍ତlଳିଆ ଆଦି ଚଢ଼େଇ ଦୁଇଟି...

ବଦଳିଲେ ଖୋର୍ଦ୍ଧା ଜିଲାପାଳ

ଭୁବନେଶ୍ୱର,୩ା୮(ବ୍ୟୁରୋ): ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତଙ୍କର ସୋମବାର ବଦଳି ହୋଇଛି। ତାଙ୍କ ବଦଳି ପରେ ସନତ କୁମାର ମହାନ୍ତି ନୂତନ ଜିଲାପାଳ ହୋଇଛନ୍ତି। ଏଥିସହିତ...

ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ମିଳିବ ପ୍ରଶିକ୍ଷଣ ସୁବିଧା

କର୍ଲାମୁଣ୍ଡା,୩।୧୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟଠାରେ ଶନିବାର ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ବ୍ଲକ ଅନ୍ତର୍ନିବେଶୀ ଶିକ୍ଷାସାଧନ କେନ୍ଦ୍ର ଉଦ୍‌ଘାଟିତ...

ସଙ୍କୁଚିତ ହେଉଛି ସରକାରୀ ଜମି

ଯାଜପୁର ଅଫିସ,୨୫ା୭: ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ଯାଜପୁର ଜିଲା ପ୍ରଶାସନର ନୀତି ଅସ୍ପଷ୍ଟ ଓ ବିଚିତ୍ର। କେତେକ ସ୍ଥାନରେ ଜବରଦଖଲ ଯୋଗୁ ସରକାରୀ...

Advertisement
Archives

Model This Week