Posted inଖେଳ

ରାନ୍‌କୀ ରେଡ୍ଡୀ-ପୋନ୍ନାପାଙ୍କ ବୃହତ୍‌ ବିଜୟ

ବ୍ୟାଙ୍କକ୍‌,୩୧।୭(ପିଟି)- ଭାରତୀୟ ମିକ୍ସଡ୍‌ ଡବଲ୍ସ ଖେଳାଳି ସାତ୍ୱିକ ସାଇରାଜ ରାନ୍‌କୀ ରେଡ୍ଡୀ ଓ ଅଶ୍ୱିନୀ ପୋନ୍ନାପାଙ୍କ ଯୋଡ଼ି କ୍ୟାରିୟରର ଅନ୍ୟତମ ବୃହତ୍‌ ବିଜୟ ହାସଲ କରିଛନ୍ତି। ଏମାନେ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ଚାନ ପେଙ୍ଗ ସୁନ ଓ ଗୋ ଲିଉ ୟିଙ୍ଗଙ୍କୁ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନର ପ୍ରଥମ ରାଉଣ୍ଡରେ ହରାଇ ଦେଇଛନ୍ତି। ଅଣସିଡ୍‌ ଭାରତୀୟ ଯୋଡ଼ି ଏକ ଘଣ୍ଟା ଦୁଇ ମିନିଟ୍‌ ଧରି ଚାଲିଥିବା ମୁକାବିଲାକୁ ୨୧-୧୮, ୧୮-୨୧, ୨୧-୧୭ ଗେମ୍‌ରେ ଜିତି ନେଇଛନ୍ତି। ଦ୍ୱିତୀୟ ଥର ପାଇଁ ବିଶ୍ୱ ମାନ୍ୟତାର ୨୩ତମ ସ୍ଥାନରେ ଥିବା ଭାରତୀୟ ଯୋଡ଼ି ୫ମ ର଼୍ୟାଙ୍କ ମାଲେସିଆନ ସୁନ-ୟିଙ୍ଗଙ୍କୁ ହରାଇଛି। ରାନ୍‌କୀ ରେଡ୍ଡୀ ଓ ପୋନ୍ନାପା ଗତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମାଲେସିଆନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଥିଲେ। ଏହି ଭାରତୀୟ ଯୋଡ଼ି ପରବର୍ତ୍ତୀ ରାଉଣ୍ଡରେ ଇଣ୍ଡୋନେସିଆର ଅଲଫିଆନ ଇକୋ ପ୍ରାସେତ୍ୟା ଓ ମାର୍ଶେଲା ଗିଶଚା ଇସଲାମିଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍ସ ବର୍ଗରେ ୫ମ ସିଡ୍‌ କିଡାମ୍ବି ଶ୍ରୀକାନ୍ତ ୨୩-୨୧, ୧୯-୨୧, ୨୧-୫ ଗେମ୍‌ରେ ଜାପାନର କେଣ୍ଟା ସୁନେୟାମାଙ୍କୁ ହରାଇଛନ୍ତି। ଅନ୍ୟପକ୍ଷରେ ଶୁଭଙ୍କର ଦେ ବିଶ୍ୱର ନଂ ୧ ର଼୍ୟାଙ୍କ କେଣ୍ଟୋ ମୋମୋଟାଙ୍କଠାରୁ ଓ୍ବାକଓଭର ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନଟିଂହାମ କ୍ରିକେଟ ପଡ଼ିଆରେ ଭାରତ-ଇଂଲଣ୍ଡ ମ୍ୟାଚ୍‌ ବେଳେ ଖାଲି ପଡ଼ିଥିଲା ଏହି ଚୌକି; ଭାବୁକ କରୁଛି କାରଣ…

ନଟିଂହାମ,୫।୮: ଭାରତ-ଇଂଲଣ୍ଡ ମଧ୍ୟରେ ଖେଲାଯାଉଥିବା ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ ଗ୍ରାଉଣ୍ଡରେ ଖେଳାଯାଉଛି। ମ୍ୟାଚ୍‌ର ପ୍ରଥମ ଦିନ...

ଥୋମାସଙ୍କୁ ଫ୍ରାଙ୍କ୍‌ଲିନ୍‌ଙ୍କ ପରାମର୍ଶ

କିଙ୍ଗଷ୍ଟନ, ୨୮ା୬ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟରେ ଅଧିକ ଦିନ ତିଷ୍ଠି ରହିବାକୁ ହେଲେ ଓ୍ବେଷ୍ଟଇଣ୍ଡିଜ ସ୍ପିଡ୍‌ଷ୍ଟର ଓଶାନେ ଥୋମାସଙ୍କୁ ତାଙ୍କ ଓଜନ କମାଇବାକୁ ପଡ଼ିବ। ତା’ ନ...

ସଫଳତାର ରାଜ୍‌ ଖୋଲିଲେ ରାହୁଲ

ସେଞ୍ଚୁରିୟନ୍‌,୩୧।୧୨: ଭାରତୀୟ ଓପନର୍‌ କେ.ଏଲ ରାହୁଲ ଦୃଢ ପ୍ରଦର୍ଶନ କରୁଛନ୍ତି। ଏହି କାରଣରୁ ତାଙ୍କୁ ଟେଷ୍ଟ ଦଳର ଉପଅଧିନାୟକ କରାଯାଇଥିଲା। ସେଣ୍ଟୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ...

ଭାରତ-ବାଂଲାଦେଶ ମ୍ୟାଚ୍‌ : ତୃତୀୟ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ…

ମେଲବୋର୍ନ,୨।୧୧ : ଟି -୨୦ ବିଶ୍ୱକପର ୩୫ ତମ ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବୁଧବାର ଅପରାହ୍ନରେ ଖେଳାଯିବ। ପାକିସ୍ତାନ ଏବଂ ନେଦରଲାଣ୍ଡ...

ଜୁଭେଣ୍ଟସ ଇଟାଲିଆନ କପ୍‌ ଫାଇନାଲରେ

ତୁରିନ୍‌,୧୩ା୬(ଏପି): ଶେଷରେ ଇଟାଲୀରେ ପୁନର୍ବାର ଫୁଟ୍‌ବଲ ଖେଳ ଆରମ୍ଭ ହୋଇଛି। ନୀରବ ପରିବେଶ ମଧ୍ୟରେ ଜୁଭେଣ୍ଟସ ଓ ଏସି ମିଲାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଗୋଲଶୂନ୍ୟ...

ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ପଦବୀ

ନୂଆଦିଲ୍ଲୀ,୧୭।୧୧: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ପକ୍ଷକୁ ବଡ଼ ପଦବୀରେ ନିଯୁକ୍ତ କରାଯାଇଛି। ତାଙ୍କୁ ଆଇସିସି ପୁରୁଷ କ୍ରିକେଟ୍‌ କମିଟିର ଚେୟାରମ୍ୟାନ୍‌ ଭାବେ ବୁଧବାର...

କୋପା ଆମେରିକା ଫୁଟ୍‌ବଲ: ଆର୍ଜେଣ୍ଟିନା- ଚିଲି ମ୍ୟାଚ୍‌ ଡ୍ର

ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ...

ଏମ୍‌ସିସି ଓ୍ବାଲର୍‌ଡ କ୍ରିକେଟ କମିଟିରେ ଝୁଲଣ

ଲଣ୍ଡନ, ୨୭ା୬ (ପି.ଟି.): ଭାରତର କିମ୍ବଦନ୍ତୀ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀ ଏମ୍‌ସିସି ଓ୍ବାଲର୍‌ଡ କ୍ରିକେଟ (ଡବ୍ଲ୍ୟୁସିସି) କମିଟିରେ ଯୋଗ ଦେଇଛନ୍ତି। ଏଥିରେ ଇଂଲଣ୍ଡ ମହିଳା...

Advertisement
Archives

Model This Week