Posted inଜାତୀୟ

ରାଜ୍ୟ ସଭାରେ କାନ୍ଦିଲେ ଏମ୍‌ପି: କହିଲେ, ମୋ ମୃତ୍ୟୁରେ ଶୋକ କରିବେ ନାହିଁ

ନୂଆଦିଲ୍ଲୀ, ୨୪।୭: ରାଜ୍ୟ ସଭାରେ ବୁଧବାର କିଛି ଏମ୍‌ପିଙ୍କ କାର୍ଯ୍ୟକାଳର ଶେଷ ଦିନ ଥିଲା। ଏହି ଅବସରରେ ଜଣେ ଏମ୍‌ପି ବିଦାୟୀ ଭାଷଣ ଦେଉଥିବାବେଳେ ଭାବୁକ ହୋଇପଡିଛନ୍ତି। ଏଆଇଡିଏମକେ ଏମ୍‌ପି ବାସୁଦେବନ ମୈତ୍ରୟନ୍‌ ନିଜ ଭାଷଣରେ କାନ୍ଦି ପକାଇ ସଦନର ସମସ୍ତଙ୍କୁ ନିବେଦନ କରି କହିଥିଲେ, ମୋ ମୃତ୍ୟୁରେ ସଦନରେ ଶୋକ ପ୍ରକାଶ କରିବେ ନାହିଁ। ୨୦୦୯ରେ ଶ୍ରୀଲଙ୍କାରେ ଅନେକ ତାମିଲ ଲୋକ ମୃତ୍ୟୁବରଣ କରିଥିଲେ ମଧ୍ୟ ସଦନରେ ସେମାନଙ୍କ ଶୋକ ପ୍ରକାଶ କରାଯାଇ ନ ଥିଲା, ଯାହା ମୋତେ ଆଘାତ ଦେଇଥିଲା। ତେଣୁ ମୋ ମୃତ୍ୟୁରେ ଏଠାରେ ଶୋକ କରିବା କୌଣସି ଆବଶ୍ୟକ ନାହିଁି। ୧୪ ବର୍ଷ ରାଜ୍ୟ ସଭାରେ ବିତାଇବା ପରେ ଆଜି ଏଠାରେ ମୋର ଶେଷ ଦିନ। କେବଳ ଏତିକି କହିବା ପରେ କାନ୍ଦି ପକାଇଥିଲେ ବାସୁଦେବନ। ନିଜ ଭାଷଣରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ଚେନ୍ନାଇରେ କାମ କରୁଥିବାବେଳେ ଆନନ୍ଦଙ୍କ ମୃତ୍ୟୁ, ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଗଞ୍ଜାମ,୧।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ମହନତା। ଦିନକୁ ଦିନ ବିଧାୟକ ନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆସ୍ଥା ମଧ୍ୟ…

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

LPG ପରେ ଏବେ ପେଟ୍ରୋଲ-ଡିଜେଲକୁ ନେଇ ବଡ଼ ଖବର, ଜାରି ହେଲା ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୮: ଆଜିଠାରୁ ନୂତନ ମାସ ଅର୍ଥାତ୍‌ ଅଗଷ୍ଟ ୧, ୨୦୨୬ର ଶୁଭାରମ୍ଭ ହୋଇଯାଇଛି। ସକାଳୁ ସକାଳୁ ଯେଉଁଠାରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ହ୍ରାସ ପାଇଥିବାର ଖବର…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଅମରପାଲିରେ +୨ କଲେଜ ପ୍ରତିଷ୍ଠା ଦାବି: ୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ

ଅମରପାଲି,୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ +୨ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଜୋରଦାର ହେଉଛି। ଏହି…

ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ…

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri