Advertisement

ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବା ୨୭ ଦାଦନ ଶ୍ରମିକ ଉଦ୍ଧାର: ମହିଳା ଦଲାଲ ଅଟକ

ଭଦ୍ରକ ଅଫିସ ,୧୫।୩: ରାଜ୍ୟ ବାହାରକୁ କାମ କରିବାକୁ ଯିବା ପୂର୍ବରୁ ଆଦିବାସୀ ନାବାଳିକା ଓ ନାବାଳକ ଦାଦନ ଶ୍ରମିକଙ୍କୁ ଶନିବାର ରାତିରେ ପୋଲିସ ଉଦ୍ଧାର କରିଛି। ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମଞ୍ଚଳ ଥାନା ଅଞ୍ଚଳର ଜିତାନଗା ଗାଁ ନିକଟରେ। ଗାଁ ନିକଟ ଏକ ଘରେ ବହୁସଂଖ୍ୟାରେ ଆଦିବାସୀ ନାବାଳିକା ନାବାଳକ ରାଜ୍ୟ ବାହାରକୁ କାମ କରିବାକୁ ଯିବା ନେଇ ଏକାଠି ହୋଇଥିବା ପୋଲିସ ସୂଚନା ପାଇଥିଲା। ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବିଳମ୍ବିତ ରାତିରେ ଉକ୍ତ ଘରେ ଚଢ଼ାଉ କରିଥିଲା । ଘର ଭିତରେ ୧୬ଆଦିବାସୀ ନାବାଳିକା ଓ ୧୧ ନାବାଳକ ଉଦ୍ଧାର ହୋଇଥିଲେ। ତେବେ ଘର ମାଲିକ ଗୌରୀପ୍ରଭା ପତି ସେମାନଙ୍କୁ ରାଜ୍ୟବାହାରକୁ ନେଇ ଘରୋଇ କମ୍ପାନୀରେ କାର୍ଯ୍ୟ କରାଇଥାନ୍ତେ ବୋଲି ସୂଚନା ମିଳିଛି । ଉଦ୍ଧାରଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ନାବାଳିକା ବାଲେଶ୍ୱର ଜିଲା ସୋର ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାରେ ମହିଳା ଦଲାଲଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ମ୍ୟାଜିକ୍‌କୁ ୧୭,୫୦୦ ଜରିମାନା

ଭଦ୍ରକ ଅଫିସ,୧୫।୨-ଭଦ୍ରକ ଆର୍‌ଟିଓ ପକ୍ଷରୁ ଶନିବାର ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ଏକ ଟାଟା ମ୍ୟାଜିକ୍‌କୁ ଜରିମାନା କରାଯାଇଛି। ସୂଚନା ଅନୁଯାୟୀ, ଟାଟା ମ୍ୟାଜିକ୍‌...

ସ୍ବପ୍ନେଶ୍ୱର ସାହିରୁ ୧୭.୨ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୧୦।୧: ଖୋର୍ଦ୍ଧା ଆଦର୍ଶ ଥାନା ସାମନ୍ତରାପୁର ସ୍ବପ୍ନେଶ୍ୱର ସାହିରୁ ଶୁକ୍ରବାର ଅପରାହ୍ନରେ ୧୭.୨ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୯...

ରକ୍ତଦାନରେ ସାମିଲ ହେଲେ ପୋଲିସ ଅଧିକାରୀ

ବାଲେଶ୍ୱର ଅଫିସ,୧୭।୪-ବାଲେଶ୍ୱର ସଦର ବ୍ଲକ ଅଧୀନ ଗେଙ୍ଗୁଟି ପଞ୍ଚାୟତର ପଳାସପୁର ୟୂଜିଏମି ସ୍କୁଲଠାରେ ଆଚ୍ଛା ସଙ୍ଗଠନ ସହାୟତାରେ ଶୁକ୍ରବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।...

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପ୍ରତିଫଳନ : ଚ୍ୟାଉ ପଟ୍ଟନାୟକ

ବ୍ରହ୍ମପୁର ଅଫିସ,୨୮ା୨:  ଗଞ୍ଜାମ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ୨୨ ଜିଲା ପରିଷଦ ଜୋନର ଫଳାଫଳ ଶନିବାର ପ୍ରକାଶ ପାଇବା ପରେ ରାଜନୈତିକ...

ସାଧାରଣ ରୋଗ ପାଇଁ ଡାକ୍ତରଖାନା ମନା

ହିଞ୍ଜିଳିକାଟୁ,୧ା୪(ଡି.ଏନ୍‌.ଏ.): କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ନ ବାହାରିବା ପାଇଁ କଟକଣା...

ଲୋରେଶ ଗ୍ରାମକୁ ରାସ୍ତା ନାହିଁ

ଦଶମନ୍ତପୁର, ୧୫।୫( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମକୁ ରାସ୍ତା ନାହିଁ। ଏନେଇ ବହୁବାର ଜିଲା ଏବଂ ବ୍ଲକ ପ୍ରଶାସନକୁ...

ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର,୯ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରବିବାର ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୋଷ୍ଟ ଅଫିସ ସାହିର କୈଳାସ ଚନ୍ଦ୍ର ନାୟକ (୫୮)।...

ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ଜଣେ ଅଟକ

କଟକ ଅଫିସ/ତିର୍ତ୍ତୋଲ (ଡି.ଏନ.ଏ),୧୫ା୧୦: ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ଚାଉଳିଆଗଞ୍ଜ ଥାନା ପୋଲିସ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସେ ମୁଖ୍ୟ ଅଭିଯୁକ୍ତଙ୍କ...

Advertisement
Archives

Model This Week