ରାଜ୍ୟରେ ବଢୁଛି କଏଦୀ ସଂଖ୍ୟା

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ରାଜ୍ୟରେ ବର୍ତ୍ତନା ୮୬ଟି ଜେଲ୍‌ ରହିଥିବାବେଳେ ପ୍ରତିବର୍ଷ କଏଦୀଙ୍କ ସଂଖ୍ୟା ବଢ଼ି ଚାଲିଛି। ପୂର୍ବବର୍ଷ ତୁଳନାରେ ୨୦୧୯ରେ ପ୍ରାୟ ୬.୪୩ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୮ରେ ରାଜ୍ୟର ବିଭିନ୍ନ ଜେଲ୍‌ରେ କଏଦୀଙ୍କ ସଂଖ୍ୟା ୧୬୫୦୧ ରହିଥିଲାବେଳେ ଗତବର୍ଷ ୧୭୫୬୩କୁ ବୃଦ୍ଧି ପାଇଥିବା ରାଜ୍ୟ ଜେଲ୍‌ ବିଭାଗ ତଥ୍ୟରୁ ଜଣାପଡିଛି। ତେବେ ଏମାନଙ୍କ ମଧ୍ୟରୁ ୩୭୨୫ଜଣ ସଜା କାଟୁଥିବା କଏଦୀ ରହିଥିବାବେଳେ ୧୩୮୩୮ଜଣ ବିଚାରଧିନ କଏଦୀ ରହିଛନ୍ତି। ୨୪ଜଣଙ୍କ ମାମଲା ସ୍ଥଗିତ ରଖାଯାଇଛି। ଜେଲ୍‌ ଅନ୍ତେବାସୀଙ୍କ ମଧ୍ୟରେ ୧୨୭ଜଣ ମହିଳା ରହିଛନ୍ତି। ସବୁଠୁ ଚିନ୍ତାଜନକ କାରଣ ହେଲା ଓଡ଼ିଶାର ବିଭିନ୍ନ କାରାଗାରରେ କ୍ଷମତାଠାରୁ ଅଧିକ କଏଦୀ ରହୁଛନ୍ତି। ୨୦୧୭ରେ ଜେଲରେ ରହିବାର କ୍ଷମତା ୧୮୦୧୨ ଥିବାବେଳେ ୧୫୨୨୩ ଜଣ କଏଦୀ ରହିଥିଲେ। ଏହାକୁ ଦୃଷ୍ଟିରେ ରଖି ୨୦୧୮ରେ ଜେଲ୍‌ରେ କଏଦୀ ରହିବା କ୍ଷମତାକୁ ୧୯୧୭୬କୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର। ସେହିବର୍ଷ କଏଦୀ ସଂଖ୍ୟାରେ ବୃଦ୍ଧି ଘଟି ୧୬୫୦୧ ପହଞ୍ଚତ୍ଥିଲା। ଏହି ହାରକୁ ଦେଖିଲେ ୨୦୧୭ରେ ଜେଲ୍‌ କ୍ଷମତାର ମୋଟ ୮୪ ପ୍ରତିଶତ କଏଦୀ ରହିଥିବାବେଳେ ୨୦୧୮ରେ ୮୬.୧ ପ୍ରତିଶତ ଓ ୨୦୧୯ରେ ଏଥିରେ ୬.୨୫ ପ୍ରତିଶ୍ରତ ବୃଦ୍ଧି ପାଇଁ ୯୨.୩୫ ପ୍ରତିଶତରେ ପହଞ୍ଚତ୍ଛି। ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, କଏଦୀ ସଂଖ୍ୟାକୁ ଦୃଷ୍ଟିରେ ରଖି କଟକ ଓ ସୁନ୍ଦରଗଡ଼ ଜିଲାରେ ୧ ହଜାର ଲେଖାଏ କଏଦୀ ରହିପାରିବା ଭଳି ଦୁଇଟି ନୂଆ ଜେଲ୍‌ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ।
ଅନ୍ୟପକ୍ଷରେ ୬୯୭୯୪ଜଣ କଏଦୀଙ୍କୁ ଜେଲରେ ଭର୍ତ୍ତି କରାଯାଇଥିବାବେଳେ ୨୦୧୯ରେ ୬୮୭୩୨ ଜଣ ଅନ୍ତେବାସୀଙ୍କୁ ଜାମିନରେ ମୁକ୍ତ ହୋଇଛନ୍ତି। ୨୦୧୮ରେ ୫୧ ଓ ୨୦୧୯ରେ ୫୩ ଜଣ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଛି। ଏହି ୫୩ଜଣଙ୍କ ମଧ୍ୟରୁ ୪୮ ଜଣ ଅନ୍ତେବାସୀ ଅସୁସ୍ଥତା ଯୋଗୁ ମୃତ୍ୟୁବରଣ କରିଥିବାବେଳେ ୪ଜଣ ଜେଲ ଭିତରେ ଆତ୍ମହତ୍ୟା କରିଛନ୍ତି ଓ ଚୌଦ୍ୱାରା ସର୍କଲ ଜେଲରେ ଜଣେ କଏଦୀକୁ ହତ୍ୟା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ବିବାଦ ଉପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ଭାରତ ମଧ୍ୟସ୍ଥତା ଚେଷ୍ଟା….

ନୂଆଦିଲ୍ଲୀ,୨୨ା୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ମଧ୍ୟରେ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ଜର୍ମାନୀରେ ଭାଷଣ ଦେଇ ସେ…

ଅଟୋ ଓଲଟି ୭ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ୯ ଦିନ ପରେ ଅଭିଯୁକ୍ତ ଚାଳକଙ୍କୁ…

ଦିଗପହଣ୍ଡି,୨୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ବ୍ଲକ ବୀରମେଖପୁର ଗାଁ ନିକଟରେ ଗତ ୧୪ ତାରିଖ ଅପରାହ୍ନରେ ଅଟୋ (ନଂ. ଓଡି ୦୭ ବିବି -୯୧୨୧)…

ପ୍ରଚଣ୍ଡ ଖରା, ସୁନ୍ଦରଗଡ଼ ଜିଲାରେ ୨୭ ଯାଏ ସ୍କୁଲ ଛୁଟି ଘୋଷଣା

ସୁନ୍ଦରଗଡ,୨୨ା୪(ଜୟ ନାରାୟଣ ମେଣ୍ଡୁଳି): ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସୁନ୍ଦରଗଡ ଜିଲାରେ ଜନ ଜୀବନ ଦୁର୍ବିସହ ହୋଇପଡିଛି । ଦିନର ତାପମାତ୍ରା ଏବେ ୪୧ଡିଗ୍ରୀ ଡେଇଁ ଲାଣି।…

ଦୁର୍ଘଟଣାଗ୍ରସ୍ତଙ୍କୁ ଆଣିବା ପାଇଁ ଯାଉଥିବା ଆମ୍ବୁଲାନ୍ସ ମଝି ରାସ୍ତାରେ ଘଟାଇଲା ଦୁର୍ଘଟଣା…

ମୁନିଗୁଡା,୨୨।୪ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ତେଲେଙ୍ଗାପଦର ପଞ୍ଚାୟତ ଅଧୀନ ଆଙ୍କୁଲପଦର ଗ୍ରାମ ନିକଟରେ ଜଣେ ଦୁର୍ଘଟଣାଗ୍ରସ୍ତଙ୍କୁ ଆଣିବା ପାଇଁ ମୁନିଗୁଡ଼ାରୁ ଆମ୍ବୁଲାନ୍ସ…

ବଢ଼ିଲା ସ୍କୁଲ ଛୁଟି ଅବଧି

ସମ୍ବଲପୁର,୨୨।୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।…

କେନ୍ଦ୍ରୀୟ ବିଦ୍ୟାଳୟର ଅଭିନବ ପ୍ରୟାସ: ଜନ୍ମଦିନରେ ଛାତ୍ର କଲେ ଏମିତି କାମ

ଭଞ୍ଜନଗର,୨୨/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ସମୟରେ କିଛି ନୂଆ ନୂଆ ପଦକ୍ଷେପ ନେଉଛନ୍ତି।…

ଯନ୍ତ୍ରୀଙ୍କ ‘ଠିକାଦାରୀ’ ରାଜ ବିରୋଧରେ ଜନଗର୍ଜନ: ମହାଘୋଟାଲା ଅଭିଯୋଗ

ଥୁଆମୂଳ ରାମପୁର, ୨୨ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିକାଶ ନାଁରେ ଚାଲିଥିବା ‘ମହାଘୋଟାଲା’କୁ ନେଇ ଜନଅସନ୍ତୋଷ ଏବେ ଆଗ୍ନେୟଗିରିର ରୂପ ଧାରଣ…

ବଲାଙ୍ଗୀରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ନୀତି ସମ୍ପନ୍ନ, ଦେବଦମ୍ପତିଙ୍କ ମାତାପିତା ସ୍ଥିରୀକୃତ

ବଲାଙ୍ଗୀର,୨୨ା୪(ସୁନିଲ କୁମାର ମହାନ୍ତି): ଆସନ୍ତା ୧୮ ଜୁନ୍‌ରୁ ୨୦ ଜୁନ୍‌ ପର୍ଯ୍ୟନ୍ତ ହେବ ଦେବଦମ୍ପତିଙ୍କ ଶୁଭ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା। ପବିତ୍ର ଅକ୍ଷୟ ତୃତୀୟା ତିଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri