ରାଜ୍ୟରେ ବଢୁଛି କଏଦୀ ସଂଖ୍ୟା

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ରାଜ୍ୟରେ ବର୍ତ୍ତନା ୮୬ଟି ଜେଲ୍‌ ରହିଥିବାବେଳେ ପ୍ରତିବର୍ଷ କଏଦୀଙ୍କ ସଂଖ୍ୟା ବଢ଼ି ଚାଲିଛି। ପୂର୍ବବର୍ଷ ତୁଳନାରେ ୨୦୧୯ରେ ପ୍ରାୟ ୬.୪୩ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୮ରେ ରାଜ୍ୟର ବିଭିନ୍ନ ଜେଲ୍‌ରେ କଏଦୀଙ୍କ ସଂଖ୍ୟା ୧୬୫୦୧ ରହିଥିଲାବେଳେ ଗତବର୍ଷ ୧୭୫୬୩କୁ ବୃଦ୍ଧି ପାଇଥିବା ରାଜ୍ୟ ଜେଲ୍‌ ବିଭାଗ ତଥ୍ୟରୁ ଜଣାପଡିଛି। ତେବେ ଏମାନଙ୍କ ମଧ୍ୟରୁ ୩୭୨୫ଜଣ ସଜା କାଟୁଥିବା କଏଦୀ ରହିଥିବାବେଳେ ୧୩୮୩୮ଜଣ ବିଚାରଧିନ କଏଦୀ ରହିଛନ୍ତି। ୨୪ଜଣଙ୍କ ମାମଲା ସ୍ଥଗିତ ରଖାଯାଇଛି। ଜେଲ୍‌ ଅନ୍ତେବାସୀଙ୍କ ମଧ୍ୟରେ ୧୨୭ଜଣ ମହିଳା ରହିଛନ୍ତି। ସବୁଠୁ ଚିନ୍ତାଜନକ କାରଣ ହେଲା ଓଡ଼ିଶାର ବିଭିନ୍ନ କାରାଗାରରେ କ୍ଷମତାଠାରୁ ଅଧିକ କଏଦୀ ରହୁଛନ୍ତି। ୨୦୧୭ରେ ଜେଲରେ ରହିବାର କ୍ଷମତା ୧୮୦୧୨ ଥିବାବେଳେ ୧୫୨୨୩ ଜଣ କଏଦୀ ରହିଥିଲେ। ଏହାକୁ ଦୃଷ୍ଟିରେ ରଖି ୨୦୧୮ରେ ଜେଲ୍‌ରେ କଏଦୀ ରହିବା କ୍ଷମତାକୁ ୧୯୧୭୬କୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର। ସେହିବର୍ଷ କଏଦୀ ସଂଖ୍ୟାରେ ବୃଦ୍ଧି ଘଟି ୧୬୫୦୧ ପହଞ୍ଚତ୍ଥିଲା। ଏହି ହାରକୁ ଦେଖିଲେ ୨୦୧୭ରେ ଜେଲ୍‌ କ୍ଷମତାର ମୋଟ ୮୪ ପ୍ରତିଶତ କଏଦୀ ରହିଥିବାବେଳେ ୨୦୧୮ରେ ୮୬.୧ ପ୍ରତିଶତ ଓ ୨୦୧୯ରେ ଏଥିରେ ୬.୨୫ ପ୍ରତିଶ୍ରତ ବୃଦ୍ଧି ପାଇଁ ୯୨.୩୫ ପ୍ରତିଶତରେ ପହଞ୍ଚତ୍ଛି। ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, କଏଦୀ ସଂଖ୍ୟାକୁ ଦୃଷ୍ଟିରେ ରଖି କଟକ ଓ ସୁନ୍ଦରଗଡ଼ ଜିଲାରେ ୧ ହଜାର ଲେଖାଏ କଏଦୀ ରହିପାରିବା ଭଳି ଦୁଇଟି ନୂଆ ଜେଲ୍‌ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ।
ଅନ୍ୟପକ୍ଷରେ ୬୯୭୯୪ଜଣ କଏଦୀଙ୍କୁ ଜେଲରେ ଭର୍ତ୍ତି କରାଯାଇଥିବାବେଳେ ୨୦୧୯ରେ ୬୮୭୩୨ ଜଣ ଅନ୍ତେବାସୀଙ୍କୁ ଜାମିନରେ ମୁକ୍ତ ହୋଇଛନ୍ତି। ୨୦୧୮ରେ ୫୧ ଓ ୨୦୧୯ରେ ୫୩ ଜଣ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଛି। ଏହି ୫୩ଜଣଙ୍କ ମଧ୍ୟରୁ ୪୮ ଜଣ ଅନ୍ତେବାସୀ ଅସୁସ୍ଥତା ଯୋଗୁ ମୃତ୍ୟୁବରଣ କରିଥିବାବେଳେ ୪ଜଣ ଜେଲ ଭିତରେ ଆତ୍ମହତ୍ୟା କରିଛନ୍ତି ଓ ଚୌଦ୍ୱାରା ସର୍କଲ ଜେଲରେ ଜଣେ କଏଦୀକୁ ହତ୍ୟା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷରେ ୪,୫୮୧ ନାମ ପଞ୍ଜୀକରଣ: ନିଯୁକ୍ତି ଶୂନ

ପାରାଦୀପ,୨୪ା୬ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ଅଛି ୧୫ଟି ବୃହତ୍‌ ଶିଳ୍ପ। ଏହା ବ୍ୟତୀତ ଶତାଧିକ କ୍ଷୁଦ୍ରଶିଳ୍ପ, ଠିକା ସଂସ୍ଥା, ପାରାଦୀପ ବନ୍ଦର,...

ଅଗଷ୍ଟ ଶେଷ ସୁଦ୍ଧା ପଦୋନ୍ନତି ପାଇବେ ୫୬ ହଜାର ଶିକ୍ଷକ

ଭୁବନେଶ୍ୱର,୧୦।୮(ବ୍ୟୁରୋ)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ବ୍ୟବସ୍ଥାକୁ ଚଳଚଞ୍ଚଳ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବାକୁ...

ମେଟଲ୍‌ ମିଟ୍‌-୨୦୧୯; ଏଠାରେ କେହି ଲୁଜର୍‌ ନୁହନ୍ତି, ସମସ୍ତେ ଓ୍ବିନର୍‌: ତଥାଗତ ସତପଥୀ

ଭୁବନେଶ୍ୱର,୩।୮(ବ୍ୟୁରୋ): ଓଡ଼ିଶାରେ କୁଇଜିଂ କଲଚର୍‌କୁ ପ୍ରୋତ୍ସାହିତ କରିବା ‘ମେଟଲ୍‌ ମିଟ୍‌’ର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାରେ ନାଚ, ଗୀତ, ମଡେଲିଂ ଭଳି ବହୁ ଗ୍ଲାମର ଇଭେଣ୍ଟ ହେଉଥିବା...

ସରପଦାରେ ହେବ ମିନିଷ୍ଟାଡିୟମ୍‌

ଭଣ୍ଡାରିପୋଖରୀ, ୧୮।୯ (ଡି.ଏନ.ଏ.):  ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ସରପଦା ସ୍କୁଲ ପଡ଼ିଆରେ ମିନିଷ୍ଟାଡିୟମ୍‌ ନିର୍ମାଣ ହେବ। ଏଥିପାଇଁ ଅଢ଼େଇ ଏକର ସ୍ଥାନ...

‘ପାରାଦୀପ ଦେଶର ୧ ନମ୍ବର ବନ୍ଦର ହେବ’

ପାରାଦୀପ,୨୭।୧୧(ସ୍ବ.ପ୍ର.): ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର ଶୁକ୍ରବାର ପାରାଦୀପ ଗସ୍ତରେ ଆସି ଖୁବ୍‌ଶୀଘ୍ର ଏହି ବନ୍ଦର ଦେଶର ୧ ନମ୍ବର...

ବୁଣାକାରଙ୍କ ବିକାଶ ପାଇଁ ବୟନିକା ବଦ୍ଧପରିକର

ଭୁବନେଶ୍ୱର,୬।୫(ବ୍ୟୁରୋ): ଉତ୍କର୍ଷ କଳାର ରାଜ୍ୟ ଓଡ଼ିଶା ନିଜର କଳା ସଂସ୍କୃତି ଓ ସ୍ଥାପତ୍ୟ ପାଇଁ ବିଶ୍ୱବିଦିତ। ଉତ୍କଳୀୟ କଳା ସଂସ୍କୃତି ପାଇଁ ‘ହସ୍ତତନ୍ତ ବସ୍ତ୍ର’ର ଭୂମିକା...

ବିମାନବନ୍ଦରରୁ ଅଧକୋଟି ଟଙ୍କାର ସୁନା ଜବତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ପୁଣି ଜଣେ ଯାତ୍ରୀଙ୍କଠାରୁ ୧୩୧୦.୬୫୦ ଗ୍ରାମର ଦୁଇଟି ସୁନା ବିସ୍କୁଟ ଜବତ କରାଯାଇଛି। ଏହି ସୁନା...

ହାଇଓ୍ବା ଧକ୍କାରେ ୩ ଜଣଙ୍କ ଜୀବନ ଗଲା

ସମ୍ବଲପୁର ଅଫିସ,୨୫ା୫: ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ପେଟ୍ରୋଲ ପମ୍ପ ସାମ୍ନା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ବୁଧବାର ଅପରାହ୍ନରେ...

Advertisement
Archives

Model This Week