ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦: ୧୨ ସୁସ୍ଥ, ୧ ମୃତ, ବିଭିନ୍ନ ହସ୍ପିଟାଲରେ ୩୭ ଚିକିତ୍ସାଧୀନ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଶୁକ୍ରବାର ୨ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ ଶୁକ୍ରବାର ମୋଟ ୨୯୮ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ସେଥିରୁ ୨ ଜଣଙ୍କର ପଜିଟିଭ ଆସିଛି। ବର୍ତ୍ତମାନ ସୁଦ୍ଧା ୩୫୪୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ୩୪୯୭ ନେଗେଟିଭ୍‌ ଓ ୫୦ ଜଣଙ୍କ ପଜିଟିଭ ଆସିଛି।
ତେବେ ପୂର୍ବରୁ ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଶୁକ୍ରବାର ଆଉ ୧୦ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୫ଜଣ, ଭଦ୍ରକର ୨ , କଟକ, ଯାଜପୁର ଓ ପୁରୀର ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ମୋଟ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୩୭ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri