ରାଜ୍ୟପାଳ ପୁରସ୍କାର ପାଇବ ଜାମୁଣ୍ଡା ଏସ୍‌ଏଚ୍‌ଜି

ଜୟପୁର,୧୪।୧(ଡି.ଏନ୍‌.ଏ.) କୋରାପୁଟ ଜିଲା ଜୟପୁର ବ୍ଲକ ଅଧୀନ ଜାମୁଣ୍ଡା ପଞ୍ଚାୟତର ସଦର ମହକୁମାସ୍ଥିତ ମା’ ମୁତ୍ୟାଲୁମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ ହେବ। ଆସନ୍ତା ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରଠାରେ ରାଜ୍ୟପାଳ ଏହି ସଫଳ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁରସ୍କୃତ କରିବେ। ଏନେଇ ସରକାରଙ୍କ ପକ୍ଷରୁ ପତ୍ର ମାଧ୍ୟମରେ ଜିଲା ପ୍ରଶାସନକୁ ସୂଚନା ଦିଆଯାଇଛି । ଏହି ଏସ୍‌ଏଚ୍‌ଜି ମୁଖ୍ୟତଃ ଗ୍ରାମର ପଞ୍ଚାୟତ ପୋଖରୀରେ ଦୁଇବର୍ଷ ହେଲାଣି ମାଛ ଚାଷ କରୁଥିବା ବେଳେ ଏହାକୁ ବଜାରରେ ବିକ୍ରି କରିବା ସହିତ ଆୟ ବୃଦ୍ଧି କରିଛନ୍ତି । ଫଳରେ ଏସ୍‌ଏଚ୍‌ଜିର ଆର୍ଥତ୍କ ସ୍ଥିତି ସୁଦୃଢ଼ ହୋଇପାରିଛି । ତେଣୁ ଚଳିତ ୨୦୧୯-୨୦ ବର୍ଷର ଖରିଫ ଧାନ ମଣ୍ଡିରେ ସରକାରଙ୍କ ପକ୍ଷରୁ କ୍ରୟକାରୀ ସଂସ୍ଥା ଭାବେ ଏହି ଗୋଷ୍ଠୀ ଭାଗ ନେବାକୁ ଯୋଗ୍ୟ ହୋଇଛି। ଜାମୁଣ୍ଡା ପଞ୍ଚାୟତରେ ୩୯୫ ଜଣ ଚାଷୀଙ୍କ ପଞ୍ଜିକରଣ କରାଯାଇଛି। ଏଥିମଧ୍ୟରୁ ୩୪୭ ଜଣ ଚାଷୀ ଅଦ୍ୟାବଧି ୩୫ ହଜାର ୫୫୫ କୁଇଣ୍ଟାଲ ୫୩ କିଲୋଗ୍ରାମ ଧାନ ବିକ୍ରି କରିସାରିଛନ୍ତି। ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ଚୟନ ହୋଇଥିବା ଯୋଗୁ ରାଜ୍ୟ ସରକାରଙ୍କୁ ସଭାପତି, ସଂପାଦକ ଏବଂ ସଦସ୍ୟମାନେ ଧନ୍ୟବାଦ ଦେଇଛନ୍ତି। ଆଗାମୀ ଦିନରେ ଏହି ଏସ୍‌ଏଚ୍‌ଜିକୁ ସରକାର ଏବଂ ପ୍ରଶାସନ ଯେଉଁ ଦାୟିତ୍ୱ ଦେବେ, ତାହାକୁ ପାଳନ କରିବା ସହ ଅନ୍ୟ ସରକାରୀ ଯୋଜନାରେ ମଧ୍ୟ ସେମାନେ ସାମିଲ ହେବେ ବୋଲି ସଭାପତି ସୁଜାତା ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୯ ଡିଗ୍ରୀ ତଳେ ସାରା ରାଜ୍ୟ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି। ଧୀରେ ଧୀରେ ପାରଦ ଖସୁଥିବାରୁ ରାତି ଅପେକ୍ଷା ଭୋର ସମୟରେ ଥଣ୍ଡାର ପ୍ରକୋପ ଅଧିକ ରହୁଛି।...

ଆରମ୍ଭ ହେଲା ଡିଜିଟାଲ ଠିକଣା ସର୍ଭେ

ଭୁବନେଶ୍ୱର,୩ା୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଘର ଖୋଜିବାକୁ ଆଉ ଅସୁବିଧା ହେବ ନାହିଁ। ବିଏମ୍‌ସି ମଙ୍ଗଳବାରଠାରୁ ଜିଓ ଟ୍ୟାଗ ସ୍ମାର୍ଟ ଆଡ୍ରେସ୍‌ ପ୍ରଦାନ ଆରମ୍ଭ...

୧୧ ଟଙ୍କାର କାମ ପାଇଁ ନେଉଥିଲେ ୧୫ ଶହ

ବ୍ରଜରାଜନଗର,୧୯।୧: ଝାରସୁଗୁଗୁଡ଼ା ଜିଲା ରାଜପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ଭରତ ଘାସି ମଙ୍ଗଳବାର ୧୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ...

ସ୍ବାଇନ୍‌ ଫ୍ଲୁ ପାଇଁ ପ୍ରସ୍ତୁତ ଏସ୍‌ସିବି ମେଡିକାଲ

କଟକ ଅଫିସ,୨୮।୨: ଏସ୍‌ସିବି ମେଡିକାଲ ଚକ୍ଷୁ ବିଭାଗର ତୃତୀୟ ମହଲାରେ ଖୋଲାଯାଇଥିବା ସ୍ବତନ୍ତ୍ର ସ୍ବାଇନ୍‌ ଫ୍ଲୁ ୱାର୍ଡରେ ତିନି ଜଣ ସନ୍ଦେହରେ ଚିକିତ୍ସିତ ହୋଇ ଫେରିଛନ୍ତି।...

ମୋବାଇଲ କିଣି ନ ଦେବାରୁ ପୁଅ କଲା ଆତ୍ମହତ୍ୟା

ପଟ୍ଟାଙ୍ଗି,୧୯ା୫(ଡି.ଏନ.ଏ)-ବାପା ମୋବାଇଲ୍‌ କିଣି ନ ଦେବାରୁ ପୁଅ(୧୪) ଆତ୍ମହତ୍ୟା କରିବା ପରି ଘଟଣା କୋରାପୁଟ ଜିଲା ପଟାଙ୍ଗି ଥାନା ତଥା ସେମିଳିଗୁଡା ବ୍ଲକ ଅଞ୍ଚଳରେ ଘଟିଛି।...

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା: ପୁଣି ସୁସ୍ଥ ହେଲେ ୨ କରୋନା ଆକ୍ରାନ୍ତ, ସମସ୍ତେ ଭୁବନେଶ୍ୱରର

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।...

ପ୍ରଥମ ଦିନରେ ୭୯ ପ୍ରତିଶତ ନେଲେ ଟିକା

ଭୁବନେଶ୍ୱର,୧୬।୧: ରାଜ୍ୟରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଶନିବାର ଆରମ୍ଭ ହୋଇଯାଇଛି। ୧୬୧ଟି ଟିକାଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ୧୬୩୩୦ ଜଣ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଟିକା...

ଜଟିଳ ସ୍ଥିତିରେ ଜୀବିକା

ଭୁବନ, ୨୩।୪(ଡି.ଏନ୍‌.ଏ.) ବଦଳିଯାଉଛି ମଣିଷର ଜୀବନଶୈଳୀ। ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଆଗକୁ ବଢୁଛି ଜୀବନ। ଏସବୁ ଭିତରେ ପଛରେ ପଡ଼ିଯାଉଛି ପାରମ୍ପରିକ ହସ୍ତଶିଳ୍ପ। ଆବଶ୍ୟକତା...

Advertisement


Archives

Model This Week