ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ

ଢେଙ୍କାନାଳ ଅଫିସ, ୨୬।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ ଭାବେ ସୌଦାମିନୀ ସେଠୀ ଗୁରୁବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ହେଉଛନ୍ତି ୧୯୯୨ ବ୍ୟାଚ୍‌ର ବରିଷ୍ଠ ଓଏଏସ୍‌ ଅଧିକାରୀ। ଏଥିପୂର୍ବରୁ ସେ ଭୁବନେଶ୍ୱର ଇଡ୍‌କୋରେ ଜମି ଅଧିଗ୍ରହଣ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଏଥିସହ ସୁନ୍ଦରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି। କାର୍ଯ୍ୟରେ ଯୋଗଦେବା ପରେ ସେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଭେଟି ଆଲୋଚନା କରିଥିଲେ। ଏହାପରେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ତାଙ୍କୁ ସ୍ବାଗତ ଜଣାଇଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ସେ ବିଭାଗୀୟ ପ୍ରକୋଷ୍ଠଗୁଡିକୁ ବୁଲି ଦେଖିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁମତି ନ ଥାଇ ତିଆରି କରିଥିଲା ଓଏସ୍‌ଆର୍‌ଟିସି : ଭଙ୍ଗାଗଲା ବେଆଇନ ପାଚେରି

ଢେଙ୍କାନାଳ ଅଫିସ, ୮।୬- ଢେଙ୍କାନାଳ ମହିଷାପାଟ ପଡ଼ିଆରେ ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡ ଜମିରେ ରେକର୍ଡ ନ ଥାଇ ଓଏସ୍‌ଆର୍‌ଟିସି ପକ୍ଷରୁ ନିର୍ମିତ ପାଚେରିକୁ ଶୁକ୍ରବାର ଜିଲା...

ତାଳଚେର ରୋଡ୍‌ରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଢେଙ୍କାନାଳ,୧୧ା୯(ରତନ ନାୟାର): ପୁରୀରୁ ଢେଙ୍କାନାଳ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ ପରୀକ୍ଷାମୂଳକ ଭାବେ ସୋମବାର ତାଳଚେର ରୋଡ୍‌ ପର୍ଯ୍ୟନ୍ତ ଗଡ଼ିଛି। ପୁରୀରୁ ଏହି ଟ୍ରେନ...

ପୋଡ଼ପଡ଼ାରେ ପୁଣି ହାତୀ ମୃତ୍ୟୁ: ମାସକର ଛୁଆକୁ ଦଳି ମାରିଦେଲେ ହାତୀପଲ

ଓଡ଼ାପଡ଼ା,୬।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ପୋଡ଼ପଡ଼ା ଗ୍ରାମ ନିକଟସ୍ଥ ବେଣୁଗୁଡ଼ା ପୋଲ ନିକଟରେ ଗୁରୁବାର ଏକ ଛୁଆହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ମାସକର...

ଚୂଡ଼ାନ୍ତ ପର୍ଯ୍ୟାୟରେ କପିଳାସ ଭକ୍ତନିବାସ

ଢେଙ୍କାନାଳ ଅଫିସ, ୩୧।୧: ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁଙ୍କ ରହଣି ସୁବିଧା ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟରେ ଚାଲିଥିବା ଭକ୍ତ ନିବାସ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ...

ଢେଙ୍କାନାଳ କଲେଜରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା: ‘କ୍ଷୁଧା ବଢ଼ିଲେ ଶିକ୍ଷାଦାନ ପ୍ରତି ଆଗ୍ରହ ବଢ଼ିବ’

ଢେଙ୍କାନାଳ ଅଫିସ, ୧୫।୮: ଛାତ୍ରୀଛାତ୍ରଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଇବା ଦାୟିତ୍ୱ ଅଧ୍ୟାପିକାଅଧ୍ୟାପକମାନଙ୍କର। ସରକାରୀ କଲେଜ ବେସରକାରୀ କଲେଜ ସହ ପ୍ରତିଯୋଗିତା କରିବା ଉଚିତ। ଏ...

ପରମ୍ପରା ବଞ୍ଚାଇବାକୁ ପ୍ରୟାସ

ଢେଙ୍କାନାଳ ଅଫିସ, ୨୮।୧୦ – ଦଶହରା ପରେ ଲକ୍ଷ୍ମୀପୂଜା ଉପରେ ଢାଙ୍କିଛି କରୋନା କଳାବାଦଲ। ପାର୍ବଣର ଅନ୍ୟତମ ପ୍ରମୁଖ ଉତ୍ସବକୁ ନେଇ ଚଳିତବର୍ଷ ନାହିଁ ଉତ୍ସାହ...

ଯୁବକଙ୍କୁ ଗଳାକାଟି ହତ୍ୟା

କାମାକ୍ଷାନଗର, ୯।୬(ଡି.ଏନ.ଏ.) – ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ା ଥାନା ପଥରକଟା ଗ୍ରାମର ସର୍ବେଶ୍ୱର ମହନ୍ତ (୨୯)ଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ବାଲିକୁମା ସନ୍ଦା ଜଙ୍ଗଲରୁ...

ମିନିବସ୍‌ ଓଲଟି ୫ ଗୁରୁତର, ୩୫ ଆହତ

ଢେଙ୍କାନାଳ ଅଫିସ, ୨୩।୩ – କ୍ଷମତାଠାରୁ ଅଧିକ ଯାତ୍ରୀ ଧରି ଯାଉଥିବାବେଳେ ଢେଙ୍କାନାଳ ସଦର ଥାନା ବଣସିଂହ ସ୍ବାସ୍ଥ୍ୟକେନ୍ଦ୍ର ଛକ ନିକଟରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ...

Advertisement
Archives

Model This Week