ରାଜନୈତିକ ଶତ୍ରୁତାରୁ ହତ୍ୟା ଉଦ୍ୟମ: ବିଜୁଯୁବ ବାହିନୀ ସଦସ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଦିଗପହଣ୍ଡି,୩ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମ୍‌କେଇ ଗାଁରେ ମଙ୍ଗଳବାର ରାଜନୈତିକ ଶତ୍ରୁତାରୁ ବିଜୁ ଯୁବବାହିନୀର ସଦସ୍ୟ ନିରାକାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା କେ.ନୂଆଗାଁ ଥାନାରେ ଅଭିଯୋଗ ହୋଇଛି। କେ.ନୂଆଗାଁ ଆଇଆଇସି ମାଧବାନନ୍ଦ ନାୟକ, ଏସ୍‌ଆଇ ଜ୍ଞାନରଞ୍ଜନ ସେଠୀ ସଦଳବଳ ଗାଁରେ ପହଞ୍ଚତ୍ ଘଟଣାର ତଦନ୍ତ କରି ଫେରିଛନ୍ତି। ଗଣ୍ଡଗୋଳ ଆଶଙ୍କାରେ ଗ୍ରାମରେ ପୋଲିସ ମୁତୟନ କରାଯାଇଛି। ଏଥିରେ ସମ୍ପୃକ୍ତ ଏକ ନିର୍ଦ୍ଦିଷ୍ଟ ଦଳର ୩ ଜଣ ସମର୍ଥକଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି।

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କ ଗାଁ ବମ୍‌କେଇରେ ବିଜୁ ଯୁବବାହିନୀ ଶାଖାର ଜଣେ ସକ୍ରିୟ ସଦସ୍ୟ ଭାବେ ନିରାକାର କାର୍ଯ୍ୟ କରୁଥିଲେ। କିଛିଦିନ ହେଲା ସେ ସ୍ଥାନୀୟ ଚିଦାନନ୍ଦ ସରସ୍ବତୀ ଯୁକ୍ତ ୩ କଲେଜରେ ଅସ୍ଥାୟୀ କିରାଣି ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବାହ୍ନ ସାଢ଼େ ୧୦ଟାରେ ନିରାକାର ବାଇକ୍‌ ଯୋଗେ କଲେଜକୁ ଯାଉଥିବା ବେଳେ ଗାଁ ଛକରେ ଏକ ନିର୍ଦ୍ଦିଷ୍ଟ ଦଳର ୩ ଜଣ ସମର୍ଥକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ନିରାକାରଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳରେ ତାଲା ପକାଇଲେ ଛାତ୍ରୀଛାତ୍ର

ବିଞ୍ଝାରପୁର,୬ା୭(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଧୀନ ବାଛୋଳ ପଞ୍ଚାୟତ ଦାଣ୍ଡିସାହି ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ ପ୍ରକାଶ...

ବାଲି ଚୋରାଚାଲାଣ : ୫ ଟ୍ରାକ୍ଟର ଜବତ

ଚନ୍ଦ୍ରଗିରି,୧।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଖସଡ଼ା ରାମନଦୀରୁ ଗୁରୁବାର ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ଖବର ପାଇ ମୋହନା ତହସିଲଦାର କଲ୍ୟାଣୀ...

‘ମୋ ସ୍କୁଲ’ ନଁାରେ ଫେକ୍‌ ୱେବ୍‌ସାଇଟ୍‌

ଭୁବନେଶ୍ୱର,୨୭ା୮(ସୂର୍ଯ୍ୟକାନ୍ତ ବେହେରା)ଠକେଇ କରିବାକୁ ‘ମୋ ସ୍କୁଲ ଅଭିଯାନ’ ନଁାରେ ଫେକ୍‌ ୱେବ୍‌ସାଇଟ୍‌ ଖୋଲିଥିଲେ। ଚାକିରି ଦେବା ନାଁରେ ବେକାର ଯୁବତୀଯୁବକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଉଥିବା...

ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା, ଟ୍ରକ ଚାଳକ ମୃତ

ବାଙ୍ଗିରିପୋଷି,୧୪ା୧୦(ଡି.ଏନ୍‌.ଏ.): ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ରବିବାର ଟ୍ରକ ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଆହତ...

ଚାଲିଛି ଅବାଧ ବାଲି ଚୋର

କେନ୍ଦୁଝର,୧।୨(ସ୍ବ.ପ୍ର.) କେନ୍ଦୁଝର ଜିଲାର ବିଭିନ୍ନ ନଦୀ/ନାଳରୁ ବାଲି ଚୋରି ଯୋଗୁ ସରକାରଙ୍କ ବ୍ୟାପକ ରାଜସ୍ବ ହାନୀ ଘଟୁଥିଲେ ହେଁ ଏହାକୁ ରୋକିବା ପାଇଁ ଦୃଢ ପଦକ୍ଷେପ...

ଶ୍ରୀହୀନ ଶିଶୁ ଉଦ୍ୟାନ

ବାଲିଆପାଳ,୧୨।୧୦(ସ୍ବ.ପ୍ର.)- ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମ୍ମୁଖରେ ପ୍ରତିଷ୍ଠା ହୋଇଥିବା ଇନ୍ଦିରା ଶିଶୁ ଉଦ୍ୟାନ ଏବେ ସୌନ୍ଦର୍ଯ୍ୟ ହରାଇ ବସିଛି। ପୂର୍ବଭଳି ଆଉ ସେଠାରେ ଗହଳି...

ଚନ୍ଦଲି ଶକ୍ତିପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ

ଲେଫ୍ରିପଡ଼ା,୧୨।୮(ଡି.ଏନ୍‌.ଏ.):ସୁନ୍ଦରଗଡ଼ ଜିଲାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ରାଏ ପଞ୍ଚାୟତ ଅନ୍ତର୍ଗତ ଉଜ୍ୱଲପୁର ଠାରୁ ଦର୍ଲିପାଲି ପିଡ଼ବ୍ଲ୍ୟୁଡ଼ି ରାସ୍ତା କଡ଼ ଏନଟିପିସି ପ୍ରକଳ୍ପ ନିକଟରେ ରହିଛି ପ୍ରସିଦ୍ଧ...

ଚୋରି ଉଦ୍ୟମ ପଣ୍ଡ: ଚୋରକୁ ଗୋଡ଼ାଇ ଧରିଲେ ଲୋକେ

ରସୁଲପୁର,୨୨।୧୧(ଡିଏନଏ): ଯାଜପୁର ଜିଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ବାଲିଆପଶି ଗ୍ରାମରେ ଗୁରୁବାର ରାତି ସାଢେ ୯ଟାରେ ଚୋରି ଉଦ୍ୟମ ପଣ୍ଡ ହୋଇଛି। ଗାଁ ଲୋକେ...

Advertisement
Archives

Model This Week