Posted inଖେଳ

ରାଜନୀତିରେ ଯୋଗଦେବାକୁ ଦୂତୀ ଆଗ୍ରହୀ

ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)-
ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଏବେ ପୁଣି ଚର୍ଚ୍ଚାରେ। ମାତ୍ର ଏଥର କୌଣସି ଖେଳ ପାଇଁ ନୁହେଁ ବରଂ ସେ ରାଜନୀତିରେ ଯୋଗଦେବାକୁ ଆଗ୍ରହୀ ବୋଲି ପ୍ରକାଶ କରି ଚର୍ଚ୍ଚାରେ ରହିଛନ୍ତି। ଏଥିପାଇଁ ସୋସିଆଲ ମିଡିଆର ସହାୟତା ନେଇଛନ୍ତି ଦୂତୀ। ରାଜନୀତିରେ ଯୋଗଦେବା ମୋ ପିଲାଦିନର ସ୍ବପ୍ନ। ମୋ ପରିବାର ତ୍ରୁଣମୂଳସ୍ତରରେ ରାଜନୀତି ସହ ସମ୍ପୃକ୍ତ। ମୋ ମା’ ସରପଞ୍ଚ ପ୍ରାର୍ଥୀ ଥିଲେ ବୋଲି ଟୁଇଟ୍‌ କରିଛନ୍ତି ଦୂତୀ। ନିଜ ଫେସ୍‌ବୁକ୍‌ରେ ମଧ୍ୟ ସମାନ କଥା ପୋଷ୍ଟ କହିଛନ୍ତି ଭାରତର ଏହି ଦ୍ରୁତତମ ଧାବିକା। ”ଭବିଷ୍ୟତରେ ସୁଯୋଗ ପାଇଲେ ମୁଁ ରାଜନୀତିରେ ଯୋଗଦେବାକୁ ଚାହେଁ, ରାଜନୀତିକୁ ଆସିବା ମୋର ଦୀର୍ଘଦିନର ସ୍ବପ୍ନ। ମୋତେ ଏବେ ୨୩ ବର୍ଷ। ରାଜନୀତିକୁ ଆସିଲେ ଯେ ଖେଳ କ୍ୟାରିୟର ନଷ୍ଟ ହେବ ଏଥିରେ ମୁଁ ବିଶ୍ୱାସ କରେନି। ଦକ୍ଷତା ଥିଲେ ଏକସଙ୍ଗେ ଅନେକ କାର୍ଯ୍ୟ କରିହେବ। ରାଜନୀତିରେ ଯୋଗଦେବା ପାଇଁ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ପକ୍ଷରୁ ଅଫର ପାଇନି। ଯଦି ମୋତେ ଅଫର ମିଳେ ତେବେ ନିଶ୍ଚିତ ସେ ସମ୍ପର୍କରେ ଚିନ୍ତା କରିବି। ତେବେ ବର୍ତ୍ତମାନ ମୁଁ ଆସନ୍ତା ବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ଉପରେ ଫୋକସ କରୁଛି“ ବୋଲି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଜାରି ରଖିଥିବା ଦୂତୀ ପ୍ରକାଶ କରିଛନ୍ତି। ରାଜନୀତିରେ ଯୋଗଦେଲେ କ୍ରୀଡ଼ା ଏବଂ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକୁ ସେ ପ୍ରାଥମିକତା ଦେବେ ବୋଲି ଦୂତୀ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ହାଇପରଆଣ୍ଡ୍ରୋଜେନିଜମ୍‌ ପାଇଁ ୨୦୧୪ରେ ଆଥଲେଟିକ୍‌ ଫେଡେରେଶନ ଅଫ ଇଣ୍ଡିଆ(ଏଏଫଆଇ) ଦୂତୀଙ୍କୁ ବାସନ୍ଦ କରିଥିଲା। ମାତ୍ର କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ(କାସ୍‌)ରେ ବିଜୟୀ ହୋଇ ସେ ଟ୍ରାକ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଗତ ବର୍ଷ ସେ ଏସିଆନ ଗେମ୍ସରେ ୨ଟି ରୌପ୍ୟ ପଦକ ଜିତିବା ସହ ଚଳିତବର୍ଷ ଜୁଲାଇରେ ପ୍ରଥମ ଭାରତୀୟ ମହିଳା ଆଥଲେଟ୍‌ଭାବେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ସେ ସମଲିଙ୍ଗୀ ସମ୍ପର୍କରେ ଥିବା କଥା ପ୍ରକାଶ କରି ଚର୍ଚ୍ଚାର ଶିରୋନାମାରେ ରହିଥିଲେ। ଦୋହାରେ ଚଳିତମାସ ୨୭ରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌ ପାଇଁ ଦୂତୀ ଏବେ କଳିଙ୍ଗ ଷ୍ଟାଡିୟମ ସିନ୍ଥେଟିକ୍‌ ଟ୍ରାକ୍‌ରେ ରାତିରେ ଅଭ୍ୟାସ କରୁଛନ୍ତି। ମଙ୍ଗଳବାର ସେ ହାଇଦ୍ରାବାଦ ଯିବେ ଏବଂ ସେଠାରୁ ଦୋହା ଯାତ୍ରା କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାବର, ହିଲି ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ

ଦୁବାଇ, ୧୧।୫(ପି.ଟି.):ପାକିସ୍ତାନ ଅଧିନାୟକ ବାବର ଆଜମ ଏବଂ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଉଇକେଟ କିପର ଆଲିସା ହିଲି ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ...

କୋହଲି ହିଁ ରହିବେ ଆରସିବି ଅଧିନାୟକ

ବେଙ୍ଗାଲୁରୁ,୨୦।୯: ୨୦୧୩ଠାରୁ ବିରାଟ କୋହଲିଙ୍କ ନେତୃତ୍ୱରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଥରେ ହେଲେ ଆଇପିଏଲ ଟ୍ରଫି ହାସଲ କରିପାରି ନାହଁି। ହେଲେ ଫ୍ରାଞ୍ଚାଇଜ ଦଳର...

ସଚିନ, ସଙ୍ଗାକାରାଙ୍କୁ ପଛରେ ଛାଡ଼ିଲେ ସ୍ମିଥ

ଲାହୋର,୨୪।୩: ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ବିଶ୍ୱର ଦ୍ରୁତତମ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୮ ହଜାର ରନ୍‌ ପୂରଣ କରିଛନ୍ତି। ପାକିସ୍ତାନ ବିପକ୍ଷ ୩ୟ ଟେଷ୍ଟ...

ଏଟିପି ମ୍ୟାଚ୍‌ ଜିତିବାରେ ଲି ପ୍ରଥମ ବଧିର ଖେଳାଳି

ଓ୍ବାଶିଂଟନ, ୨୦।୮ (ଏଏଫ୍‌ପି)- ଦକ୍ଷିଣ କୋରିଆର ଲି ଡକ୍‌-ହେ ପ୍ରଥମ ବଧିର ଟେନିସ ଖେଳାଳି ଭାବେ ଏଟିପି ମୁଖ୍ୟ ପର୍ଯ୍ୟାୟର ଏକ ମ୍ୟାଚ୍‌ ଜିତିବାର କୀର୍ତ୍ତିମାନ...

ଈଶାନ୍ତଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି

ଅହମ୍ମଦାବାଦ,୨୪।୨: ଭାରତୀୟ ପେସର ଈଶାନ୍ତ ଶର୍ମା ବୁଧବାର କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଛନ୍ତି। ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ ହୋଇଥିବା ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ...

୧୦ ବର୍ଷ ହେଲା କ୍ରିକେଟରଙ୍କ ଟଙ୍କା ବାକି ରଖିଛି ବିସିସିଆଇ: ଅଭିଯୋଗ ଆଣିଲେ ଏହି ଖେଳାଳି…

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ପୃଥିବୀର ଧନୀ ବୋର୍ଡ ଭାବେ ପରିଗଣିତ କରାଯାଇଥାଏ। ତେବେ କରୋନା ମହାମାରୀ ସଙ୍କଟ ଯୋଗୁ ବିସିସିଆଇର ଆର୍ଥିକ ସ୍ଥିତି...

ଭାରତରେ ପ୍ରଥମ ଥର ପାଇଁ ଖେଳିପାରେ ମାଞ୍ଚେଷ୍ଟର ୟୁନାଇଟେଡ୍‌

ନୂଆଦିଲ୍ଲୀ,୭।୨- ପ୍ରିମିୟର କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଚଳିତ ସିଜନ ପୂର୍ବରୁ ଭାରତରେ ପ୍ରଥମ ଥର ପାଇଁ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିପାରେ। ଏହି କ୍ଲବ ଭାରତୀୟ ଆଇ...

ଅବସର ନେବାର ଗୋଟିଏ ଦିନ ପରେ ବିସିସିଆଇ ସହ ଯୋଗାଯୋଗ କଲେ ରାଇନା

ନୂଆଦିଲ୍ଲୀ, ୧୭।୮: ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ଘୋଷଣା କରିବାର କିଛି ସମୟ ଅନ୍ତରରେ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ମଧ୍ୟ...

Advertisement
Archives

Model This Week