ରାଜଧାନୀରେ ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୦ା୪(ବ୍ୟୁରୋ)- ରାଜଧାନୀରେ ଲଜ୍ଜା। ବଳାତ୍କାରର ଶିକାର ହୋଇଛନ୍ତି ଜଣେ ୬ ବର୍ଷର ଶିଶୁ କନ୍ୟା। ଶହୀଦନଗର ଥାନାଞ୍ଚଳରେ ଘଟିଛି ଏହି ସ୍ପର୍ଶକାତର ଘଟଣା। ପୀଡିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବୀରେନ୍ଦ୍ର ପ୍ରଧାନ(୪୧)। ପୋଲିସ କେସ୍‌ ନଂ.୧୮୪/୧୯, ଦଫା ୩୭୬(ଏବି) ଓ ପୋକ୍‌ସୋ ଆକ୍ଟ ଲଗାଇ ଅଭିଯୁକ୍ତ ବୀରେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଛି। ଏଥିସହ ଡାକ୍ତରୀମାଇନା ପରେ ପୀଡିତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ବୀରେନ୍ଦ୍ର ପଥରବନ୍ଧ ବସ୍ତିରେ ରହି ମଜୁରିଆ ଭାବେ କାମ କରନ୍ତି।  ଶିଶୁକନ୍ୟାଙ୍କ ପରିବାର ଲୋକେ ସ୍ଥାନୀୟ ଅଞ୍ଚଳରେ ରୁହନ୍ତି। ଶୁକ୍ରବାର ରାତିରେ ବୀରେନ୍ଦ୍ର ଶିଶୁକନ୍ୟାଙ୍କ ଘରକୁ ଯାଇଥିଲେ। ସେତେବେଳେ ଶିଶୁକନ୍ୟା ଘରେ ଏକୁଟିଆ ଥିବା ଦେଖି କବାଟ ବନ୍ଦ କରି ବଳାତ୍କାର କରିଥିଲେ। ଶିଶୁଟି ଚିତ୍କାର କରିବାରୁ ସେ ପାଟିରେ ହାତଦେଇ ଅମାନୁଷିକ କାଣ୍ଡ ଘଟାଇଥିଲେ। ପରେ ପାଟି ବନ୍ଦ କରି ଚୁପ୍‌ ରହ। କାହାକୁ କହିଲେ ମାରିଦେବାକୁ ଧମକ ଦେଇ ପଳାଇଥିଲେ।  ପରିବାର ଲୋକେ ଘରେ ପହଞ୍ଚତ୍ବା ପରେ ପୀଡିତା ଶିଶୁକନ୍ୟା କାନ୍ଦି କାନ୍ଦି ସବୁ ଘଟଣା ଜଣାଇଥିଲେ।  ଶନିବାର ସକାଳୁ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗ ପର୍ଯ୍ୟାପ୍ତ, ଉତ୍ପାଦନ ଦୁର୍ବଳ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଦିନକୁ ଦିନ ଶକ୍ତି ଚାହିଦା ବଢ଼ିବାରେ ଲାଗିଛି। ତାପଜ ଓ ଜଳବିଦ୍ୟୁତ୍‌ ଭଳି ପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ଉପରେ ଚାପ ବୃଦ୍ଧି ହେବା ସହ...

ପୁଣି ଡରାଇଲା କରୋନା : ଆଜି ୭୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟରେ ରବିବାର ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୬ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ...

୨ ଗିରଫ, ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଶହୀଦନଗର ଥାନା ଅନ୍ତର୍ଗତ ଖଡୱାଲି ମନ୍ଦିର ନିକଟ ବିଡିଏ ପାର୍କ ସାମ୍ନାରେ ସ୍କୁଲ ବସ୍‌କୁ ଭଙ୍ଗାରୁଜା କରି ଡ୍ରାଇଭରଙ୍କୁ ଆକ୍ରମଣ କରିବା ସହ ପିଲାଙ୍କୁ...

ଓଡ଼ିଶାରେ ବଢ଼ିଲା ଟିକାକରଣ କେନ୍ଦ୍ର

ଭୁବନେଶ୍ୱର,୨୨।୯(ବ୍ୟୁରୋ): କରୋନା ସହ ଲଢ଼ିବା ପାଇଁ ଟିକାକରଣ ହିଁ ଏକମାତ୍ର ବାଟ ବୋଲି ବିଶେଷଜ୍ଞମାନେ ମତ ରଖିସାରିଛନ୍ତି। ସେଥିପାଇଁ କେନ୍ଦ୍ର ସହ ରାଜ୍ୟ ସରକାର ଲୋକଙ୍କୁ...

ନଭେମ୍ବର ୧ ପୂର୍ବରୁ ଖୋଲିବ ପ୍ରକୃତି ନିବାସ

ପୁରୀ ଅଫିସ, ୫।୬: ପ୍ରକୃତି ନିବାସ। ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ପର୍ଯ୍ୟଟକଙ୍କୁ ପ୍ରକୃତିର ମଜା ଦେବା ପାଇଁ ବନ ବିଭାଗ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିଲା।...

କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପର ଦ୍ବିତୀୟ ରାଜ୍ୟସ୍ତରୀୟ ସମନ୍ବୟ ବୈଠକ: ୪ ବର୍ଷରେ ୪୦୧.୬ କୋଟି ଖର୍ଚ୍ଚ ହେବ

ଭୁବନେଶ୍ୱର, ୧୨।୯(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପର ଦ୍ବିତୀୟ ରାଜ୍ୟସ୍ତରୀୟ ସମନ୍ବୟ ବୈଠକ ବୁଧବାର କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କୃଷି...

ବାତ୍ୟା ମୁକାବିଲା ନେଇ ସରକାର ପ୍ରସ୍ତୁତ: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏନେଇ ରାଜସ୍ୟ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।...

ଗାଡ଼ି ସାଇଡ୍‌ ମାରି ଖଣ୍ଡାରେ ହାଣିଲେ

ଭୁବନେଶ୍ୱର (ବ୍ୟୁରୋ)/ଯଁାଳା,୫।୧୨(ଡି.ଏନ୍‌.ଏ.) :ଛାତ୍ର ନେତାଙ୍କ ଗୁଣ୍ଡାରାଜ୍‌। ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ତାଙ୍କ ଭାଇଙ୍କୁ ହତ୍ୟା ଯୋଜନା କରିଥିଲେ। ଗାଡି...

Advertisement
Archives

Model This Week