ରାଜଧାନୀରେ ଯୋଜନାବଦ୍ଧ ଜବରଦଖଲ: ଗଳାବାଟ ଦେଖାଉଛନ୍ତି ଅଧିକାରୀ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଦିନ ଆସିବ ଭୁବନେଶ୍ୱରର ସରକାରୀ ଜମି ଆଉ ସରକାରଙ୍କ ହାତରେ ନ ଥିବ। ସରକାରଙ୍କ ନାଁରେ ରେକର୍ଡ ଥିବ, ହେଲେ ଉପଭୋଗ କରୁଥିବେ ଜମି ମାଫିଆ ଓ ପ୍ରଭାବଶାଳୀ ବ୍ୟକ୍ତି। ସହରରେ ବଢ଼ି ଚାଲିଥିବା ଜବରଦଖଲ ଓ ଲୋକଦେଖାଣିଆ ଉଚ୍ଛେଦରୁ ଏଭଳି ଏକ ଆଶଙ୍କା ସହରବାସୀଙ୍କ ମନରେ ସୃଷ୍ଟି ହୋଇଛି। କାରଣ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ମିଳିତ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଜବରଦଖଲ ଉଚ୍ଛେଦ କରୁଛି। ହେଲେ ଉଚ୍ଛେଦର କେଇଘଣ୍ଟା ନ ଯାଉଣୁ ଉକ୍ତ ସ୍ଥାନକୁ ସର୍ବସମ୍ମୁଖରେ ପୁନଃ ଦଖଲ କରାଯାଇ ବସତି ଓ ବ୍ୟବସାୟ କରାଯାଉଛି। ପୁଣି ଅଭିଯୋଗ ବା ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଦେଖୁଥିଲେ ମଧ୍ୟ ହାତ ମାରୁନି। ଏପଟେ ବର୍ଷବର୍ଷ ଧରି ଏଭଳି ଭେଳିକି ଭିତରେ ଜବରଦଖଲକାରୀମାନେ ଆଇନର ଗଳାବାଟ ଦେଇ ତାହାକୁ ନିଜ ନାମରେ ହେଉ ଅବା ସ୍ଥାୟୀ ଭାବେ ଅକ୍ତିଆର କରି ରଖୁଛନ୍ତି। ତେବେ ସବୁଠାରୁ ସମ୍ବେଦନଶୀଳ ଘଟଣା ହେଲା, ଜବରଦଖଲକାରୀଙ୍କୁ ଖୋଦ୍‌ ବିଭାଗୀୟ ଅଧିକାରୀମାନେ ହିଁ ଗଳାବାଟ ଦେଖାଉଥିବା ଜଣାପଡିଛି। କ’ଣ କଲେ ଆମେ ହାତମାରିପାରିବୁନି ତାହାକୁ ମଧ୍ୟ ଶିଖାଉଛନ୍ତି। ଉଚ୍ଛେଦ ପୂର୍ବରୁ ଏସବୁ ପାଇଁ ଡିଲ୍‌ ମଧ୍ୟ ହେଉଛି। ଟିମ୍‌ ପହଞ୍ଚତ୍ବା ପୂର୍ବରୁ ଜବରଦଖଲକାରୀମାନେ କୋର୍ଟ ଦସ୍ତାବିଜ ଦେଖାଇ ତଡ଼ି ଦେଉଛନ୍ତି। ବହୁ ସ୍ଥାନରେ ଉଚ୍ଛେଦ ଟିମ୍‌କୁ ଘେରାଉ କରୁଛନ୍ତି। ଏଭଳି ଘଟଣାର ଅନେକ ନଜିର ରହିଛି। ଏବେ ପରିସ୍ଥିତି ଏପରି ହୋଇଛି ସହରରେ ଚାଲିଥିବା ଉଚ୍ଛେଦକୁ ଜବରଦଖଲକାରୀମାନେ ଆଉ ଖାତିର କରୁନାହାନ୍ତି। ଅନ୍ୟପକ୍ଷରେ ସେଭଳି ଆଇନ ଅଭିଜ୍ଞତା ଅଧିକାରୀଙ୍କର ନ ଥିବାରୁ ସେମାନେ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ବିଭାଗୀୟ ଆଇନ ସେଲ୍‌ ସତେ ଯେପରି ନିଷ୍କ୍ରିୟ ହୋଇଯାଇଛି। ଆଗାମୀ ଦିନରେ ଜବରଦଖଲ ହିଁ ସହରର ସୌନ୍ଦର୍ଯ୍ୟକରଣ ହେଉ ବିକାଶଧାରାର ବଡ଼ ବାଧକ ସାଜିବ ବୋଲି ବାରି ହୋଇପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ୩ ଜିଲାରେ ଗାଡ଼ି ବିକ୍ରି, ପଞ୍ଜୀକରଣ

ଭୁବନେଶ୍ୱର,୧ା୬(ବ୍ୟୁରୋ): ରାଜ୍ୟର ୩ ଜିଲା ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତିରେ ମଙ୍ଗଳବାରଠାରୁ ନୂଆ ଗାଡ଼ି ପଞ୍ଜୀକରଣ ଆରମ୍ଭ ହେବ। ଏସବୁ ଜିଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ...

ବାତ୍ୟା: ୧୮ରୁ ଉପକୂଳରେ ବର୍ଷା, ପବନ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହା ଆହୁରି ଘନୀଭୂତ ହୋଇ ୧୬...

ଓଡ଼ିଆ ଯବାନଙ୍କ ମରଶରୀରକୁ ଅସମ୍ମାନ

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଓଡ଼ିଆ ଯବାନ ପ୍ରବୀର ନାୟକଙ୍କୁ ଅସମ୍ମାନିତ କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତାଙ୍କ ମରଶରୀର...

ରାସ୍ତା ମରାମତି ନ ହେଲେ ଆନ୍ଦୋଳନ : ଚେତାବନୀ ଦେଲା ଯୁବ କଂଗ୍ରେସ

ଜଳେଶ୍ୱର, ୬।୧୨(ସ୍ବ.ପ୍ର./ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆର ୧୪ଟି ପଞ୍ଚାୟତର ଲାଇଫ ଲାଇନ୍‌ କୁହାଯାଉଥିବା ଜଳେଶ୍ୱର-ଓଲମରା ଶାନ୍ତିପୁର ରୋଡ଼ର ଦୁରବସ୍ଥା ବଦଳୁ ନାହିଁ। ୩ମାସ ପୂର୍ବରୁ ଜିଲାପାଳ ଦେଇଥିବା...

ବିଧାନସଭା ମୌସୁମୀ ଅଧିବେଶନ: ଅସୁସ୍ଥତା ସତ୍ତ୍ୱେ ଭର୍ଚୁଆଲରେ ଯୋଡ଼ି ହେଲେ ପ୍ରଦୀପ୍ତ ନାୟକ

ଭୁବନେଶ୍ୱର,୧।୯(ବ୍ୟୁରୋ): ବୁଧବାରଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। କରୋନା କଟକଣା ମଧ୍ୟରେ ଗୃହ ପରିଚାଳିତ ହେଉଥିବା ବେଳେ ଡାକ୍ତରଖାନାରୁ ଭର୍ଚୁଆଲ ମାଧ୍ୟମରେ ବିରୋଧୀ...

ସୁସ୍ଥ ହେଲେ ୧୪୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫।୧: ଓଡ଼ିଶାରେ ସୋମବାର ୧୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ମୋଟ ୩,୩୧,୨୮୪ରେ ପହଞ୍ଚିଛି।...

CORONAVIRUS UPDATE: ୩୦ ଜିଲାରୁ ପୁଣି ୩୨୫୨ ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରେ ଗୋଟିଏ ଦିନରେ ୭ଶହ ଟପିଲା

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜ୍ୟରେ ଶନିବାର ୩୦ ଜିଲାରୁ ପୁଣି ୩୨୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

ରାକେଶଙ୍କୁ ଏନ୍‌ଏସ୍‌ଏସ୍‌ ପୁରସ୍କାର

ରୂପ୍‌ସା, ୧୨।୭(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ନୀଳମଣି ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌(ଜାତୀୟ ସେବା ଯୋଜନା) ସ୍ବେଚ୍ଛାସେବୀ ରାକେଶ କୁମାର ବାରିକଙ୍କୁ ୨୦୧୮-୧୯ ଶିକ୍ଷାବର୍ଷ ପାଇଁ...

Advertisement
Archives

Model This Week