Posted inଜାତୀୟ

ରାଜଧାନୀରେ ଫେରୁଛି ଶାନ୍ତି, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨।୩: ଦିଲ୍ଲୀରେ ଉପୁଜିଥିବା ଦଙ୍ଗା ପରେ ଏବେ ଶାନ୍ତି ଫେରୁଛି, ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ହେଲେ ଏହି ଦଙ୍ଗାରେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟି ସୋମବାର ସୁଦ୍ଧା ଏହା ୪୬ରେ ପହଞ୍ଚିଛି। ଉତ୍ତର-ପୂର୍ବ ଦିଲ୍ଲୀରେ ଏହା ଅଧିକ ପରିମାଣରେ ହୋଇଥିବା ବେଳେ ଏବେସୁଦ୍ଧା ଗୁରୁ ତେଜ ବାହାଦୂର ହସ୍ପିଟାଲରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଲୋକ ନାୟକ ହସ୍ପିଟାଲରେ ୩, ଜଗ ପରଭେଶ ଚନ୍ଦର ହସ୍ପିଟାଲରେ ୧, ଡ. ରାମ ମନୋହର ଲୋହିଆ ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଦଙ୍ଗାରେ ଶତାଧିକ ଲୋକେ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଦିଲ୍ଲୀ ଦଙ୍ଗାକୁ ନେଇ ଏପର୍ଯ୍ୟନ୍ତ ପ୍ରାୟ ୩୩୪ ଏଫ୍‌ଆଇଆର୍‌ ଦାଖଲ କରାଯାଇଥିବା ବେଳେ ୩୩ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ୯୦୩ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି। ଏହାସହ ଶାନ୍ତିର ବାତାବରଣ ଫେରାଇ ଆଣିବାକୁ ସୋସିଆଲ ମିଡିଆ ଉପରେ ମଧ୍ୟ କଡା ନଜର ରଖାଯାଇଛି। ଗଜବ ପ୍ରଚାର ପାଇଁ ୧୩ ମାମଲା ଦାଖଲ କରାଯାଇଥିବା ବେଳେ ଆର୍ମ ଆକ୍ଟରେ ୪୪ ମାମଲା ଦାଖଲ କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଗତ ସୋମବାରରୁ ଦିଲ୍ଲୀରେ ଆରମ୍ଭ ହୋଇଥିବା ଦଙ୍ଗା ପରିସ୍ଥିତି ପ୍ରାୟ ୫ ଦିନ ପରେ ଥମିଥିଲା। ଏବେ ସେଠାରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହୋଇଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋଷୀମଠ ପରେ କର୍ଣ୍ଣପ୍ରୟାଗରେ ସମାନ ସ୍ଥିତି: ଭୁଶୁଡିବା ଅବସ୍ଥାରେ ୨୮ଘର

କର୍ଣ୍ଣପ୍ରୟାଗ,୨୦।୨: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ଜୋଷୀମଠ ପରେ କର୍ଣ୍ଣପ୍ରୟାଗର ଅନେକ ଘରେ ଫାଟ ସୃଷ୍ଟି ହୋଇଛି। ଏହି ଫାଟଗୁଡ଼ିକ ଦ୍ରୁତରେ ବଢ଼ୁଥିବାରୁ ୨୮ଟି ଘର...

ଭାରତୀୟ ଯବାନଙ୍କ ‘ପ୍ଲାନ୍‌-୧୯୦’ ଚାଇନା ସୈନ୍ୟଙ୍କୁ ପରାସ୍ତ କରିବାକୁ ସକ୍ଷମ ହେବ…

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ସେନା ଚାଇନାର ସୈନ୍ୟଙ୍କ ମୁକାବିଲା ପାଇଁ ଏନେ ନୂଆ ଯୋଜନା ଉପରେ କାର୍ଯ୍ୟ ଜାରି ରଖିଛି। ଶୀତ ଆସିବା ପୂର୍ବରୁ ଏବେ ଭାରତ...

ରାୟବରେଲୀରେ ସୋନିଆ ପଛରେ

ନୂଆଦିଲ୍ଲୀ,୨୩।୫: ରାୟବରେଲୀ ଲୋକ ସଭା ଆସନରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଛରେ ଚାଲିଛନ୍ତି। ସେହିପର ଅମେଠିରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଛୁଆ ଥିବା ପ୍ରଥମ...

ଧାରଣାରେ ବସିଥିବା ଆର୍‌ଏଲ୍‌ଏସ୍‌ପି ଅଧ୍ୟକ୍ଷଙ୍କ ବିଗଡ଼ିଲା ସ୍ବାସ୍ଥ୍ୟାବସ୍ଥା

ପାଟନା,୨୭।୧୧: ବିହାରରେ ଶିକ୍ଷା ବ୍ୟବସ୍ଥାର ଖରାପ୍‌ ସ୍ଥିତିକୁ ନେଇ ଆମରଣ ଅନଶନରେ ବସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି(ଆର୍‌ଏଲ୍‌ଏସ୍‌ପି)ର ଅଧ୍ୟକ୍ଷ ଉପେନ୍ଦ୍ର...

ମନ୍ଦିର ପରିସରରେ ଡ୍ୟାନ୍ସ ଭିଡିଓ ରେକର୍ଡିଂ କଲେ ଯୁବତୀ, ଆଉ ତା’ ପରେ…

ଭୋପାଳ,୨୭ା୯: ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଲୋକେ ଅଜବ ଉପାୟ ସବୁ ଆପଣାଉଛନ୍ତି। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଛତରପୁରରେ ଦେଖିବାକୁ ମିଳିଛି। ଭିଡିଓରେ...

ସ୍କୁଲ ପିଲାଙ୍କୁ ମାସ୍କ ବାଣ୍ଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧।୧୧: ଦିଲ୍ଲୀ ପ୍ରଦ୍ୟୁଷଣକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦିଲ୍ଲୀରେ ପ୍ରଦ୍ୟୁଷଣ ପାଇଁ ହରିୟାଣା ଓ ପଞ୍ଜାବ ସରକାରଙ୍କୁ ଦାୟି...

ସାଇକେଲରେ ଆସି ପ୍ରାର୍ଥିପତ୍ର ଦାଖଲ କଲେ ଦର୍ଜି, କହିଲେ ବିଧାୟକ ହେଲେ ପ୍ରଥମେ ନିଜର ବିକାଶ କରିବି

ଶେଖପୁରା,୯ ।୧୦: ବିଧାୟକ ହେଲେ ପ୍ରଥମେ ଜନତାଙ୍କ ପାଇଁ କାମ କରିବି । ଏଭଳି କଥା ପ୍ରାୟ ସବୁ ରାଜନେତା ନିର୍ବାଚନ ପୂର୍ବରୁ କହିଥିବା ସମସ୍ତେ...

ସଞ୍ଜୟ ରାଉତଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ସିଲ୍‌

ମୁମ୍ବାଇ,୫ ।୪: ଶିବସେନା ନେତା ସଞ୍ଜୟ ରାଉତ ଏବେ ଅଡୁଆରେ । ମଙ୍ଗଳବାର ଏକ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ କାର୍ଯ୍ୟନୁଷ୍ଠାନ ନେଇଛନ୍ତି ।...

Advertisement
Archives

Model This Week