ର଼୍ୟାମ୍ପରେ ଚାଲିଲେ ବଢ଼େ ଆତ୍ମବିଶ୍ୱାସ

ସୁରମୟୀ ମହାପାତ୍ର। ଓଡ଼ିଆ ସିନେ ଜଗତର ଏବେ ଜଣାଶୁଣା ଚେହେରା। ମଡେଲିଂରୁ କ୍ୟାରିୟର ଆରମ୍ଭ କରି ସେ ନିଜ ଦକ୍ଷତା ବଳରେ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ। ‘ଭଲପାଏ ତୋତେ ୧୦୦ରୁ ୧୦୦’, ‘ଆଖି ଖୋଲିଲେ ତୁ ହି ତୁ’, ‘ଶକ୍ତି’, ‘କ୍ରିଷ୍ଣା’, ‘ସେଲ୍‌ଫିଶ୍‌ ଦିଲ୍‌’, ‘ମିଷ୍ଟର ମଜ୍‌ନୁ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ଭଲପାଇବା ସାଉଁଟିଛନ୍ତି। ଏଥର ‘ଧରିତ୍ରୀ’ ଆଳାପରେ ସୁରମୟୀଙ୍କ ଅଭିନୟ ଯାତ୍ରା ସମ୍ପର୍କରେ…

ମଡେଲିଂରେ କିପରି ପାଦ ଥାପିଥିଲେ?
*ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ୍‌ ସ୍କୁଲରୁ ପଢ଼ା ସାରିବା ପରେ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଭାଇଜାଗ୍‌ରେ କୋଚିଂ ନେଉଥିଲି। ସେଠାରେ ରହିବା ସମୟରେ ମିସ୍‌ ଭାଇଜାଗ୍‌ ପାଇଁ ବିୟୁଟି ପିଜାଣ୍ଟ ବିଷୟରେ ଜାଣିବାକୁ ପାଇଲି। ସେଥିରେ ଭାଗ ନେଇଥିଲି ଏବଂ ‘ମିସ୍‌ ଭାଇଜାଗ୍‌-୨୦୧୪’ର ଟାଇଟଲ ଜିତିଥିଲି। ତାହା ଜିତିବା ପରେ ତେଲୁଗୁ ଫିଲ୍ମ ପାଇଁ ମୋତେ ଅଫର ଆସିଥିଲା। କିନ୍ତୁ ତାକୁ ମୁଁ ଗ୍ରହଣ କରି ନ ଥିଲି। କାରଣ ମୁଁ ବହୁତ ଘରୋଇ ଏବଂ ଫିଲ୍ମ ଲାଇନ୍‌ରେ ଓଡ଼ିଶାରେ କିଛି କରିବା ପାଇଁ ଇଚ୍ଛା ଥିଲା।
ମଡେଲିଂରୁ ଫିଲ୍ମର ଯାତ୍ରା କିପରି ଥିଲା?
*ଓଡ଼ିଶାକୁ ଫେରିବା ପରେ ରିୟଲିଟି ଶୋ’ ‘ମୁଁ ବି ହେବି ହିରୋଇନ୍‌’ ସିଜିନ୍‌ ୨ରେ ମୁଁ ଭାଗ ନେଇଥିଲି। ସେଥିରେ ବିଜେତା ମଧ୍ୟ ହୋଇଥିଲି। ସେଠାରୁ ମୁଁ ବାବୁସାନଙ୍କ ସହିତ ପ୍ରଥମ ଫିଲ୍ମ ‘ଭଲପାଏ ତୋତେ ୧୦୦ରୁ ୧୦୦’ ପାଇଁ ଅଫର ପାଇଥିଲି।
ଫିଲ୍ମ ଶୁଟିଂର ପ୍ରଥମ ଦିନ କିପରି ଥିଲା?
*ହଜାର ହଜାର ଝିଅଙ୍କୁ କାଟି ‘ମୁଁ ବି ହେବି ହିରୋଇନ୍‌’ ସିଜିନ୍‌ ୨ର ବିଜେତା ହୋଇଥିବାରୁ ନିଜ ଉପରେ ଆତ୍ମବିଶ୍ୱାସ ଥିଲା। କିନ୍ତୁ ଶୁଟିଂର ପ୍ରଥମ ଦିନରେ ମୁଁ ବହୁତ ନର୍ଭସ ହୋଇଯାଇଥିଲି। କାରଣ ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସି ବାବୁସାନଙ୍କ ଭଳି ଜଣେ ଅଭିନେତାଙ୍କ ସହିତ କାମ କରୁଥିଲି। ତେବେ ଫିଲ୍ମର ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ସମସ୍ତ କ୍ରିଉ ମେମ୍ବର ମୋତେ ବହୁତ ସହଯୋଗ କରିଥିଲେ।
କେଉଁ ଫିଲ୍ମରୁ ଆତ୍ମତୃପ୍ତି ମିଳିଛି?
*‘ମିଷ୍ଟର ମଜ୍‌ନୁ’। ପୂର୍ବରୁ ମୋତେ ଡ୍ୟାନ୍ସ ପାଇଁ ପ୍ରଶଂସା ମିଳିଥିଲା। ଯେହେତୁ ମୁଁ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଥିଲି, ତେଣୁ ସେହି ପ୍ରଶଂସା ସେତେ ଅଧିକ ଖୁସି ଦେଇ ନ ଥିଲା। ତେବେ ‘ମିଷ୍ଟର ମଜ୍‌ନୁ’ ଫିଲ୍ମରେ ମୋତେ ମୋ ଅଭିନୟ ପାଇଁ ପ୍ରଶଂସା ମିଳିଥିଲା। ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତଙ୍କଠାରୁ ମୋତେ ଏହି ପ୍ରଶଂସା ମିଳିଥିଲା। ଏହି ଫିଲ୍ମରେ ଯେତିକି କଷ୍ଟ କରିଥିଲି ସେତିକି ସଫଳତା ବି ପାଇଥିଲି।
ଶୁଟିଂ ସେଟ୍‌ର କିଛି ଅନୁଭୂତି ସମ୍ପର୍କରେ?
*‘ମିଷ୍ଟର ମଜ୍‌ନୁ’ ଫିଲ୍ମରେ ଏକ ଗୀତ ଜୟଦେବ ବାଟିକାରେ ଶୁଟିଂ ହୋଇଥିଲା। ରାତି ୯ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଶୁଟିଂ ଚାଲିଥିଲା। ତାହା ପୁଣି ପାଣି ଭିତରେ ଶୁଟିଂ ହୋଇଥିଲା। ଯେହେତୁ ସେ ଗୀତଟି ବହୁତ ଭଲ ଥିଲା ଏବଂ କୋରିଓଗ୍ରାଫି ଭଲ ଥିଲା, ତେଣୁ ଏତେ ସମୟ କିପରି ଚାଲିଯାଇଥିଲା ଜାଣିପାରିନଥିଲି। କିନ୍ତୁ ଦୁଇଦିନ ପରେ ମୋ ଦେହ ବହୁତ ଖରାପ ହୋଇଗଲା। ତେବେ ସ୍କ୍ରିନ୍‌ରେ ସେହି ଗୀତକୁ ଦେଖିବା ପରେ ମୋ କଷ୍ଟ ଦୂରେଇ ଯାଇଥିଲା।
ଭବିଷ୍ୟତରେ କେଉଁ କୋ-ଷ୍ଟାର ସହିତ କାମ କରିବାର ଲକ୍ଷ୍ୟ ରଖିଛନ୍ତି ?
*ଅନୁଭବ ମହାନ୍ତି। ମୁଁ ତାଙ୍କର ବହୁତ ବଡ଼ ଫ୍ୟାନ୍‌। ଯଦି କେବେ ସୁଯୋଗ ଆସିବ ତେବେ ନିଶ୍ଚିତ ଭାବେ କରିବି।
କେଉଁଭଳି ଫିଲ୍ମ ଓ ଚରିତ୍ରରେ ଅଭିନୟ କରିବାକୁ ଚାହାନ୍ତି ?
*କଣ୍ଟେଣ୍ଟ ଓରିଏଣ୍ଟେଡ୍‌ ଫିଲ୍ମ। ଯେଉଁ ଫିଲ୍ମରେ ନିଜ ଉପରେ ଏକ୍ସପରିମେଣ୍ଟ କରିହେବ। ଯେଉଁ ଚରିତ୍ରରେ ଅଭିନୟ କରିବାକୁ ଭୟ ଲାଗୁଥିବ ସେହି ଚରିତ୍ରରେ ଅଭିନୟ କରିବା ପାଇଁ ମୋର ଇଚ୍ଛା ରହିଛି।
ଆଗକୁ ପ୍ରୋଜେକ୍ଟ କ’ଣ ରହିଛି ?
*ଏବେ ଅଫର ବହୁତ ଆସୁଛି। କିନ୍ତୁ ସେହିଭଳି ଗୋଟେ ପ୍ରୋଜେକ୍ଟକୁ ଅପେକ୍ଷା କରିଛି, ଯେଉଁଟା ମୋତେ ଲାଗିବ ଯେ ମୁଁ ସେଥିରେ ନିଜକୁ ଏକ୍ସପରିମେଣ୍ଟ କରିପାରିବି।
ଭବିଷ୍ୟତରେ ମଡେଲିଂ ନା ଫିଲ୍ମ, କେଉଁଟା ଜାରି ରହିବ?
*ଏବେ ମୁଁ ଆଡ୍‌, ଜୁଏଲେରି ପାଇଁ ଶୁଟ୍‌ କରୁଛି। ଫ୍ୟାଶନ ଶୋ’କୁ ଡକାଗଲେ ମଧ୍ୟ ଯାଉଛି। ର଼୍ୟାମ୍ପରେ ଚାଲିଲେ ଆତ୍ମବିଶ୍ୱାସ ବଢ଼ୁଛି। ମଡେଲିଂ କରୁଥିବି। ତେବେ ଭବିଷ୍ୟତରେ ମଡେଲିଂ ରହୁ କି ଶୋ’ ରହୁ ଫିଲ୍ମ ରହିବ।
ରିଲ୍‌ ଓ ରିୟଲ ସୁରମୟୀ ଭିତରେ କ’ଣ ପାର୍ଥକ୍ୟ ?
*ରିଲ୍‌ରେ ମୁଁ ଯାହା ରିୟଲରେ ପୂରା ଓଲଟା। ଅଧିକ କଥାବାର୍ତ୍ତା କରିବାକୁ ଭଲଲାଗେ ନାହିଁ। ସମୟ ନଷ୍ଟ କରିବାକୁ ପସନ୍ଦ କରେନି।
କ’ଣ ଖାଇବାକୁ ପସନ୍ଦ କରନ୍ତି?
*ମୁଁ ବହୁତ ଫୁଡି। ସବୁ ପ୍ରକାର ଖାଦ୍ୟ ଖାଏ। ସି’ ଫୁଡ୍‌ ଖାଇବାକୁ ଅଧିକ ପସନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ କିଏ? କରାଟେରେ ପାଇଛନ୍ତି ବ୍ଲାକ ବେଲ୍ଟ, ଓଡ଼ିଶା ସହ ରହିଛି…

ନୂଆଦିଲ୍ଲୀ,୨୧।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସମ୍ପ୍ରତି ତାଙ୍କ ଆନ୍ଦୋଳନ ଏବଂ ଅନଶନ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଇତିମଧ୍ୟରେ, ତାଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ ମଧ୍ୟ…

ପ୍ଲାଷ୍ଟିକ୍‌ ଦଉଡ଼ି ଟାଣି ଚାଲିଛି ଚଣ୍ଡିଆପଲ୍ଲୀ ଫେରିଘାଟ: ବିପଦରେ ଯାତ୍ରୀ

ମହାକାଳପଡ଼ା,୨୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା, ବ୍ଲକ୍‌, ତହସିଲ ଓ କଲେଜ ଏବଂ ମେଡିକାଲକୁ ଲୋକେ ବିଭିନ୍ନ ସମୟରେ ଯାତାୟାତ କରିଥାନ୍ତି। କିନ୍ତୁ ସେଠାକୁ ଯିବାକୁ…

ହାଇ ଭୋଲଟେଜ ତାର ସଂସ୍ପର୍ଶରେ ଆସିଲା ଜଗନ୍ନାଥଙ୍କ ରଥ, ୨ ଛାତ୍ର ମୃତ, ୭ ଗୁରୁତର

ରାଞ୍ଚି,୨୧।୭: ଝାଡ଼ଖଣ୍ଡ ଟୋରପା ଥାନା ଅଞ୍ଚଳର କୋଟେଙ୍ଗସେରାର ‘ମାଉସି ବାରି’ ନିକଟରେ ପ୍ରଭୁ ଜଗନ୍ନାଥଙ୍କ ରଥ ୧୧,୦୦୦ ଭୋଲ୍ଟର ହାଇ-ଟେନସନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଦୁଇଜଣ…

ମହାକାଶରେ ମିଳିଲା ଶର୍କରା: ଖୋଲିବ ଜୀବନ ଉତ୍ପତ୍ତିର ରହସ୍ୟ

ନୂଆଦିଲ୍ଲୀ,୨୧।୭(ପି.ଟି): ମାନବ ଜୀବନର ଉତ୍ପତ୍ତିକୁ ନେଇ ଏବେ ମଧ୍ୟ ଗବେଷଣା ବନ୍ଦ ହୋଇନାହିଁ। ଜ୍ଞାନ ବିଜ୍ଞାନର କ୍ରମୋନ୍ନତି ସାଙ୍ଗକୁ ଏହି ଜୀବନ ଉତ୍ପତ୍ତିର ଗୂଢ଼ ରହସ୍ୟ ଖୋଲିବାକୁ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

CJPକୁ ସମର୍ଥନ କରିବାକୁ ଘରେ ମିଛ କହି ଦୂରଦୂରାନ୍ତର ଅଞ୍ଚଳରୁ ଆସିଛନ୍ତି ଅନେକ ଯୁବତୀ

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଆୟୋଜିତ ପ୍ରତିବାଦରେ ଅଂଶଗ୍ରହଣ କରିବା ପାଇଁ ସାରା ଦେଶରୁ ଯୁବତୀମାନେ ଦିଲ୍ଲୀରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ…

CJP ପ୍ରତିବାଦ ସହିତ ପାକିସ୍ତାନ କନେକ୍ସନ: ‘ସଂସଦ ମାର୍ଚ୍ଚ’ର ସ୍କ୍ରିପ୍ଟ କେଉଁଠାରେ ଲେଖାଯାଇଥିଲା? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୭: CJP ପ୍ରତିବାଦର ହଠାତ ବୃଦ୍ଧି ଏବଂ ଏହା ପଛରେ ସୋସିଆଲ ମିଡିଆରେ ବ୍ୟବସ୍ଥିତ କାହାଣୀ ସମ୍ପର୍କରେ ଏକ ପ୍ରମୁଖ ‘ଟୁଲକିଟ’ ଏବଂ ବିଦେଶୀ-ବିରୋଧୀ ଷଡ଼ଯନ୍ତ୍ର ଦୃଷ୍ଟିକୋଣ…

କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri