Posted inଖେଳ

ର଼୍ୟାକେଟ ବାଡ଼େଇ ଭାଙ୍ଗିଲେ ଟେନିସ ଖେଳାଳି

ସିନସିନାଟି,୧୫।୮(ଏଏଫ୍‌ପି)- ଟେନିସ କୋର୍ଟରେ କ୍ୱଚିତ ଖେଳାଳିମାନଙ୍କ ନିରାଶା ଦେଖିବାକୁ ମିଳେ। କୌଣସି ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଖେଳାଳି ଦର୍ଶକଙ୍କୁ ଗାଳି ଦେବା ସହ ସେମାନଙ୍କ ଉପରକୁ ର଼୍ୟାକେଟ ଫିଙ୍ଗିବାର ମଧ୍ୟ ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଚଳିତ ସିନସିନାଟି ମାଷ୍ଟର୍ସ ଟୁର୍ନାମେଣ୍ଟରେ ଘଟିଛି। ଅଷ୍ଟ୍ରେଲିଆର ପ୍ରତିଭାସମ୍ପନ୍ନ ଖେଳାଳି ନିକି କିର୍ଗିଅସ ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡର ଏକ ମୁକାବିଲାରେ ୭-୬(୭/୩), ୬-୭ (୪/୭), ୨-୬ ସେଟ୍‌ରେ ରୁଷିଆର କରନ ଖାଚାନୋଭଙ୍କଠାରୁ ହାରିଯାଇଥିଲେ। ମ୍ୟାଚ୍‌ର ଦ୍ୱିତୀୟ ସେଟ୍‌ ହାରିବା ପରେ କିର୍ଗିଅସ ହଠାତ୍‌ ଗାଧୋଇବାକୁ ଯାଉଥିବା କହିଥିଲେ। ମାତ୍ର ଏଥିନେଇ ସମୟ ନ ଥିବା ଅମ୍ପାୟର ଫଗର୍‌ସ ମର୍ଫି ଚେତାଇଥିଲେ। ହେଲେ ଅଷ୍ଟ୍ରେଲିଆ ଖେଳାଳି ଦୁଇଟି ର଼୍ୟାକେଟ ଧରି ଭିତରକୁ ଚାଲି ଯାଇଥିଲେ। ଉକ୍ତ ଦୁଇ ର଼୍ୟାକେଟକୁ ଭାଙ୍ଗିବା ସହ ଦର୍ଶକଙ୍କ ଉପରକୁ ଜୋତା ଫିଙ୍ଗି ଥିଲେ। ତେବେ ଏଭଳି ଘଟଣା ଅଷ୍ଟ୍ରେଲିଆନ୍‌ଙ୍କ ଲାଗି ପ୍ରଥମ ନୁହେଁ। ତିନି ମାସ ପୂର୍ବେ ଏକ ମ୍ୟାଚ୍‌ରେ ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ କୋର୍ଟ ମଧ୍ୟକୁ ଚେୟାର ଫିଙ୍ଗିଥିଲେ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୨୭ତମ ସ୍ଥାନରେ ଥିବା କିର୍ଗିଅସ ଦୁଇ ସପ୍ତାହ ତଳେ କ୍ୟାରିୟରର ୬ଷ୍ଠ ଏଟିପି ଟାଇଟଲ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାନେମତ-ଅଙ୍ଗଦ ଯୋଡ଼ିଙ୍କୁ ଟାଇଟଲ

ନୂଆଦିଲ୍ଲୀ, ୧ା୧୨ (ପି.ଟି.):ଯୁବ ଶୁଟର ଗାନେମତ ସେଖନ ଓ ତାଙ୍କ ପାର୍ଟନର ଅଙ୍ଗଦ ବୀର ସିଂ ବାଜଓ୍ବା ଏଠାରେ ଚାଲିଥିବା ନ୍ୟାଶନାଲ ଶୁଟିଂ ଚାମ୍ପିୟନଶିପ୍‌ରେ ମିକ୍ସଡ...

ସେଲ୍‌ ହକି ଏକାଡେମୀକୁ ଡବଲ ଟାଇଟଲ

ଭୁବନେଶ୍ୱର, ୧।୧୨(ତପନ ସ୍ବାଇଁ):ତାମିଲନାଡୁର କୋଭିଲପଟ୍ଟିଠାରେ ଅନୁଷ୍ଠିତ ସର୍ବପ୍ରଥମ ହକି ଇଣ୍ଡିଆ ଏକାଡେମୀ ଚାମ୍ପିୟନଶିପ୍‌ (ଜୋନ-ବି)ରେ ସେଲ୍‌ ହକି ଏକାଡେମୀ ଡବଲ ଟାଇଟଲ ହାସଲ କରିଛି। ଏହି...

ଦିନିକିଆ ଦଳରେ ପ୍ରଥମଥର ଏହି ଖେଳାଳିଙ୍କୁ ଦେଖି ଖୁସିରେ ଝୁମିଲେ ଅଶ୍ୱିନ୍‌

ନୂଆଦିଲ୍ଲୀ,୧।୧୨: ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ଅର୍ଥାତ୍‌ ବିସିସିଆଇ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତର ଦିନିକିଆ ଦଳ ଘୋଷଣା କରିଛି। ଦିନିକିଆ ଦଳରେ...

କୋହଲି-ରୋହିତଙ୍କୁ କାହିଁକି ମିଳିଲାନି ଦଳରେ ସ୍ଥାନ: ବିସିସିଆଇ କହିଲା କାରଣ

ନୂଆଦିଲ୍ଲୀ,୧।୧୨: ଭାରତୀୟ କ୍ରିକେଟ ଦଳ ଡିସେମ୍ବରରୁ ଦକ୍ଷିଣ ଆଫ୍ରିକା ଗସ୍ତ ସିରିଜ ପାଇଁ ବିସିସିଆଇ ଦଳ ଘୋଷଣା କରିଛି। ଏହି ଟୁର୍ନାମେଣ୍ଟରେ ଖେଳାଯାଇଥିବା ଦିନିକିଆ ଏବଂ...

ଆଇପିଏଲ୍‌ ୨୦୨୪ରେ ପାଣ୍ଡ୍ୟା ହୋଇପାରନ୍ତି ମୁମ୍ବାଇ ଅଧିନାୟକ ! ଅଶ୍ୱିନ କହିଲେ- ସହଜରେ ଗ୍ରହଣ କରିନେବେ ରୋହିତ

ଚେନ୍ନାଇ,୧।୧୨: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ପୂର୍ବ ଦୁଇ ସଂସ୍କରଣରେ ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିବା...

ଶୁକ୍ରବାର ଚତୁର୍ଥ ଟି-୨୦ ମ୍ୟାଚ୍‌ : ଦଳକୁ ଫେରିବେ ଶ୍ରେୟସ୍‌ ଆୟର

ରାୟପୁର,୩୦ା୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ଶୁକ୍ରବାର ରାୟପୁରରେ ଖେଳାଯିବ। ଏହି ମ୍ୟାଚ୍‌କୁ ଜିତି ଭାରତ ସିରିଜ୍‌ ଜିତିବାକୁ ପ୍ରୟାସ...

ସଚିନଙ୍କ ନାମରେ ରେଲଓ୍ବେ ଷ୍ଟେଶନ, ଫଟୋ ଉଠାଇଲେ ଗାଭାସ୍କର

ଗାନ୍ଧିନଗର,୩୦।୧୧: ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ନଭେମ୍ବର ୨୮, ମଙ୍ଗଳବାର ଗୁଜରାଟର ସୁରଟରେ ଥିବା ସଚିନ ରେଳଓ୍ବେ ଷ୍ଟେଶନ ଯାଇ କରି ଖୁସି ବ୍ୟକ୍ତ...

ବିଶ୍ୱ ଜୁନିୟର ବକ୍ସିଂରେ ଭାରତର ଉଲ୍ଲେଖନୀୟ ସଫଳତା: ୮ ବକ୍ସରଙ୍କ ପଦକ ପକ୍କା

ନୂଆଦିଲ୍ଲୀ,୩୦ା୧୧: ଆର୍ମେନିଆର ୟେରେଭାନ୍‌ଠାରେ ଚାଲିଥିବା ଆଇବିଏ ଜୁନିୟର ଓ୍ବାଲର୍‌ଡ ବକ୍ସିଂ ଚାମ୍ପିୟନଶିପ୍‌ ୨୦୨୩ର ୬ଷ୍ଠ ଦିବସରେ ଭାରତକୁ ଉଲ୍ଲେଖନୀୟ ସଫଳତା ମିଳିଛି। ୮ବକ୍ସର ସେମିଫାଇନାଲରେ ପ୍ରବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri