Posted inଖେଳ

ରଷିଆନ ଓପନ ବ୍ୟାଡ୍‌ମିଣ୍ଟନ : ଭାରତର ଅଭିଯାନ ଶେଷ

ଭ୍ଲାଡିଭୋସ୍ତକ (ରୁଷିଆ), ୨୦ା୭ (ପି.ଟି.): ଏଠାରେ ଚାଲିଥିବା ରଷିଆନ ଓପନ୍‌ ବିଡଡ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ମେଘନା ଜାକାମ୍‌ପୁଡିଙ୍କ ପାଇଁ ଶନିବାର ଥିଲା ଖରାପ ଦିବସ। ସେ ତାଙ୍କର ଉଭୟ ମିକ୍ସଡ ଏବଂ ମହିଳା ଡବଲ୍ସ ମ୍ୟାଚରେ ହାରିଯାଇଛନ୍ତି। ପ୍ରତିଯୋଗିତାର ମିକ୍ସଡ ଡବଲ୍ସ ସେମିଫାଇନାଲରେ ୮ମ ସିଡ୍‌ ମେଘନା ଓ ଧ୍ରୁବ କପିଲା ୭ମ ସିଡ୍‌ ଆଦନାନ୍‌ ମୌଲାନା ଓ ମିଚେଲି ଖ୍ରିଷ୍ଟିନେ ବାନ୍ଦାସୋଙ୍କଠାରୁ ୬-୨୧, ୧୫-୨୧ରେ ପରାସ୍ତ ହୋଇଯାଇଛନ୍ତି। ଏହି ମ୍ୟାଚ ମାତ୍ର ୨୭ ମିନିଟରେ ଶେଷ ହୋଇଥିଲା। ୭୫,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଏହି ଟୁର୍ନାମେଣ୍ଟର ମହିଳା ଡବଲ୍ସ ସେମିଫାଇନାଲରେ ମେଘନା ଓ ତାଙ୍କ ପାର୍ଟନର ପୂର୍ବିଶା ଏସ୍‌.ରାମ୍‌ ଚତୁର୍ଥ ସିଡ୍‌ ଜାପାନର ମିକି କଶିହାରା ଏବଂ ମିୟୁକି କାଟୋଙ୍କଠାରୁ ୧୦-୨୧, ୮-୨୧ରେ ହାରିଯାଇଛନ୍ତି। ଏହି ମ୍ୟାଚ ୩୩ ମିନିଟରେ ଶେଷ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେଜାନ ପାପିକ୍‌ ଟିଟି’ର ନୂଆ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୨୩ା୭ (ପି.ଟି.)-କାନାଡାର ଡେଜାନ୍‌ ପାପିକ୍‌ ଜାତୀୟ ଟେବୁଲ ଟେନିସ (ଟିଟି) ଦଳର ନୂଆ ମୁଖ୍ୟ କୋଚ୍‌ ହେବେ। ମଙ୍ଗଳବାର ତାହା ସ୍ପଷ୍ଟ ହୋଇଛି। ସ୍ପୋଟର୍‌ସ...

ହରଭଜନଙ୍କୁ କ୍ୟାନ୍‌, କୁଡ୍‌ ମଧ୍ୟରେ ପାର୍ଥକ୍ୟ ଜଣା ନ ଥିଲା

ଜଣେ ଇଂଲିଶ ଭାଷାରେ ଦୁର୍ବଳ ହେବା ଆମ ଦେଶରେ କିଛି ନୂଆ ନୁହେଁ। ଅନେକ ଶିକ୍ଷାର୍ଥୀଙ୍କୁ ଇଂଲିଶ ଭାଷାର ସାଧାରଣ ଓ୍ବାର୍ଡ ଯଥା କ୍ୟାନ୍‌ ଓ...

‘ସ୍ପୋଟର୍‌ସ ମ୍ୟାନେଜମେଣ୍ଟରେ କ୍ୟାରିୟର’ ଓ୍ବେବିନାର

ଭୁବନେଶ୍ୱର,୨୯।୧୦(ସ୍ପୋଟର୍‌ସ ବ୍ୟୁରୋ): ‘ସ୍ପୋଟର୍‌ସ ମ୍ୟାନେଜେମେଣ୍ଟରେ କ୍ୟାରିୟର’ ଶୀର୍ଷକ ଏକ ଓ୍ବେବିନାର ଟାଟା ଷ୍ଟିଲ୍‌ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ବିଶ୍ୱରେ କ୍ରୀଡ଼ା ଶିଳ୍ପର ଉନ୍ନତି ହେଉଥିବା...

କୋଭିଡ୍‌-୧୯ ରିଲିଫ ପାଣ୍ଠିକୁ ୫ ନିୟୁତ ଅର୍ଥ ଦେବେ ପାକିସ୍ତାନ କ୍ରିକେଟର

କରାଚୀ,୨୬।୩- ପାକିସ୍ତାନର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କ୍ରିକେଟରମାନେ ସରକାରଙ୍କ ଜରୁରୀକାଳିନ ପାଣ୍ଠିକୁ ୫ ନିୟୁତ ଟଙ୍କା ଯୋଗାଇବେ। ଏହା ବ୍ୟତୀତ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ କ୍ରିକେଟ ଟ୍ରେନିଂ ଦେଉଛନ୍ତି ବୀରେନ୍ଦ୍ର ସେହ୍ବାଗ, ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣକୁ ବର୍ଷେ ପୂରିଛି। ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର...

ଶାନ୍ତନୁଙ୍କ ଶତକ: ବିଜୟ ଦ୍ୱାରରେ ଓଡ଼ିଶା

କଟକ ଅଫିସ,୨୮ା୧୨- ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଉତ୍ତରାଖଣ୍ଡ ବିପକ୍ଷ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ରେ ଘରୋଇ ଓଡ଼ିଶା ଦଳ ବିଜୟ ଦ୍ୱାରରେ ପହଞ୍ଚିଛି। ପ୍ରଥମ ଇନିଂସରେ...

‘ ମୋ ସମୟରେ ଟେଷ୍ଟ ଚାମ୍ପିୟନଶିପ୍‌ ହୋଇଥାନ୍ତା କି’

ଦୁବାଇ, ୨|୮-ମୋ ସମୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ହୋଇଥାନ୍ତା କି, ମୋ ମନରେ ବର୍ତ୍ତମାନ ଏ ବିଷୟ ଉଙ୍କି ମାରୁଛି। ଏକଥା କହିଛନ୍ତି, ଅଷ୍ଟ୍ରେଲିଆ କ୍ରିକେଟ...

ପିଅନ ଚାକିରି ପାଇଁ ଆବେଦନ କରିଛନ୍ତି ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ, ୨୯ା୭ (ପି.ଟି.)-ଅର୍ଥାଭାବ ଯୋଗୁ ଭାରତର ପୂର୍ବତନ ଭିନ୍ନକ୍ଷମ କ୍ରିକେଟ ଦଳର ଅଧିନାୟକ ଦୀନେଶ ସଇନ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ରେ ଏକ ପିଅନ...

Play 250+ Trending Games
Archives

Model This Week

Why Dharitri