ରବିନାଙ୍କୁ ଦେଖି ନିଜକୁ ହଜାଇ ଦେଲେ ରାଜକୁମାର

ମୁମ୍ବାଇ: ବଲିଉଡ୍‌ ନାୟିକା ରବିନା ଟଣ୍ଡନ ଏବେ ଆଉ ବଡ ପରଦାରେ ନଜର ଆସୁ ନାହାଁନ୍ତି। ହେଲେ ଟେଲିଭିଜନ ରିୟଲିଟି ଶୋ’ ‘ନଚ ବଲିୟେ’ରେ ରବିନାଙ୍କୁ ଦେଖିବାକୁ ମିଳିଛି। ନିକଟରେ ‘ନଚ ବଲିୟେ-୯’ର ଶୁଟିଂ ସମୟରେ ଏମିତି ଏକ ଘଟଣା ଶେୟାର କରିଛନ୍ତି ଅଭିନେତା ରାଜକୁମାର ରାଓ। ଏହି ଶୋ’ର ଶୁଟିଂ ସମୟରେ ରବିନାଙ୍କୁ ପାଖରେ ପାଇ ରାଜକୁମାର ନିଜକୁ ହଜାଇ ଦେଇଥିଲେ ବୋଲି କହିଛନ୍ତି। କାରଣ ପ୍ରଥମରୁ ସେ ଅଭିନେତ୍ରୀ ରବିନାଙ୍କର ଜଣେ ବଡ ଫ୍ୟାନ୍‌ ବୋଲି କହିଛନ୍ତି। ଯେତେବେଳେ ସେ ରବିନାଙ୍କୁ ‘ଅନ୍ଦାଜ ଅପନା ଅପନା’ ଫିଲ୍ମରେ ଦେଖିଥିଲେ ସେତେବେଳେ ସେ ତାଙ୍କ ପ୍ରଶଂସକ ପାଲଟି ଯାଇଥିଲେ ବୋଲି କହିଛନ୍ତି। ଆଉ ଏତେବର୍ଷ ପରେ ସେ ରବିନାଙ୍କୁ ପାଖରେ ପାଇଥିବାରୁ ତାଙ୍କ ସହ ଦୁଇ ଷ୍ଟେପ ନାଚିବାକୁ ଆଗ୍ରହ ପ୍ରକାଶ ମଧ୍ୟ କରିଥିଲେ। ଆଉ ରବିନା ଏହାକୁ ଏଡାଇ ବି ପାରି ନ ଥିଲେ। ଦୁହେଁ ମିଶି ଷ୍ଟେଜରେ ନାଚିଥିଲେ ମଧ୍ୟ ରବିନା କିଛି ସମୟ ପରେ ଅଟକି ଯାଇ ରାଜକୁମାରଙ୍କ ମୁଣ୍ଡରେ ହାତରେ ଧରିଥିବା ବାଡିରେ ବାଡେଇ ଦେଇଥିଲେ। ହେଲେ ତା’ପରେ ବି ରାଜକୁମାର ରବିନାଙ୍କ ନାଚରେ ହଜିଯାଇ ନାଚିବାରେ ଲାଗିଥିଲେ। ଆଉ ଏତିକି ବେଳେ ରବିନା କହିଥିଲେ ମୁଣ୍ଡରେ ମାଡ ଖାଇବା ପରେ ନାଚିବା ବ୍ୟକ୍ତି ବୋଧହୁଏ କେବଳ ରାଜକୁମାର ହୋଇପାରନ୍ତି। ତେବେ ଉଭୟଙ୍କ ଏହି ନଟଖଟକୁ ସେଠାରେ ଉପସ୍ଥିତ ଥିବା ଦର୍ଶକେ ଖୁବ୍‌ ଉପଭୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବାଲାକୋଟ-ଦି ଟ୍ରୁ ଷ୍ଟୋରି’ରେ ବିବେକ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ପରେ ଅଭିନେତା ବିବେକ ଓବେରୟ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଅଭିନୟ କରିବେ। ବାଲାକୋଟର...

ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଭିସେରା ରିପୋର୍ଟ: ଜାଣନ୍ତୁ ମୃତ୍ୟୁ ପଛର କାରଣ

ମୁମ୍ବାଇ,୨୭।୭: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାକୁ ଦେଢ଼ ମାସ ଉପରେ ବିତିଯାଇଛି। ହେଲେ ଏଯାଏ ତାଙ୍କ ମୃତ୍ୟୁ ପଛର କାରଣ...

କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ମନାକଲେ ସାରା

୨୦୧୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ତଥା ସୈଫ୍‌ ତନୟା ସାରା ଅଲ୍ଲୀ ଖାନ୍‌। ସୁନ୍ଦର ଅଭିନୟ ଓ ଭିନ୍ନ...

୨୨ ବର୍ଷ ହେଲା ମୋ ଜୀବନରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି: ଅଜୟ ଦେବ୍‌ଗନ

କରୋନାକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଲକ୍‌ଡାଉନ୍‌ ପାଇଁ ପ୍ରାୟ ସମସ୍ତେ ଏବେ ଘରେ ସମୟ ବିତାଉଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ କଳାକାର।...

‘ପତି ପତ୍ନୀ ଔର ଓ୍ବ’ରେ ଭୂମି ପେଡ଼ନେକର

ଲକ୍ଷ୍ନୌ: ଅଭିନେତ୍ରୀ ଭୂମି ପେଡନେକର ତାଙ୍କର ପରବର୍ତ୍ତୀ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ଶୁଟିଂ ଆରମ୍ଭ କରିଛନ୍ତି। ରବିବାର ଲକ୍ଷ୍ନୌ ବିମାନବନ୍ଦରରୁ ତାଙ୍କର ଏକ...

ଅମିତାଭଙ୍କୁ କାହିଁକି କ୍ଷମା ମାଗିଲେ ଅମର ସିଂହ

ନୂଆଦିଲ୍ଲୀ,୧୮।୨: ସମାଜବାଦୀ ପାର୍ଟି(ଏସ୍‌ପି)ର ପୂର୍ବତନ ନେତା ତଥା ରାଜ୍ୟସଭା ଏମ୍‌ପି ଅମର ସିଂହଙ୍କ ଖରାପ୍‌ ସ୍ବାସ୍ଥ୍ୟାବସ୍ଥା ଯୋଗୁ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଡନୀ...

କବିତା ମାଧ୍ୟମରେ କରୋନା ଯୋଦ୍ଧାଙ୍କ ସଂଘର୍ଷର କଥା କହିଲେ ସୋନାକ୍ଷୀ

ମୁମ୍ବାଇ: କରୋନା ମହାମାରୀକୁ ଦୂରେଇ ଦେବା ପାଇଁ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ। ଏହି ସମୟରେ କରୋନାକୁ ଦୂରେଇ ଦେବାକୁ ଘରଠାରୁ ଦୂରରେ ରହି ଏକ...

ଡିଜିଟାଲ ଫିଲ୍ମରେ ନଜର ଆସିବେ ଜ୍ୟାକ୍‌ଲିନ

ମୁମ୍ବାଇ: ହଟ୍‌ନେସ୍‌ ପାଇଁ ବଲିଉଡ୍‌ ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନାୟିକାଙ୍କ ମଧ୍ୟରେ ଜ୍ୟାକ୍‌ଲିନ ଫର୍ଣ୍ଣାଡିଜ ହେଉଛନ୍ତି ଅନ୍ୟତମ। ଏବେ ସେ...

Advertisement


Archives

Model This Week

Why Dharitri