ରଣବା ପଞ୍ଚାୟତରେ ଉଡ଼ିଲାନି ଜାତୀୟ ପତାକା : ମାଓବାଦୀ ନାଁରେ ବିଦ୍ୟାଳୟରୁ ମିଳିଥିଲା ଧମକପୂର୍ଣ୍ଣ ଚିଠି

ରାଇକିଆ,୨୮ା୧(ଡ଼ି.ଏନ.ଏ.)-କନ୍ଧମାଳ ଜିଲା ରାଇକିଆ ବ୍ଲକ ରଣବା ପଞ୍ଚାୟତ କାର୍ଯ୍ୟାଳୟ ସମେତ ଅନେକ ବିଦ୍ୟାଳୟରେ ରବିବାର ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରାଯାଇପାରିନି। ଶନିବାର ରଣବା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଓବାଦୀଙ୍କ ନାଁରେ ଏକ ଧମକପୂର୍ଣ୍ଣ ଚିଠି ମରାଯାଇଥିଲା ା ବିଦ୍ୟାଳୟ ଓ ପଞ୍ଚାୟତରେ ଜାତୀୟ ପତାକା ନ ଉଡ଼ାଇବା ପାଇଁ ସେଥିରେ ଉଲ୍ଲେଖ ଥିଲା। ଯଦି କେହି ପତାକା ଉତ୍ତୋଳନ କରନ୍ତି, ଅସୁବିଧାର ସମ୍ମୁଖୀନ ହେବେ ବୋଲି ଲେଖାଥିଲା। ତେଣୁ ପଞ୍ଚାୟତ କାର୍ଯ୍ୟାଳୟ ସମେତ ଅଧିକାଂଶ ବିଦ୍ୟାଳୟରେ ରବିବାର ସାଧାରଣତନ୍ତ୍ର ଦିବସ ପାଳନ ହୋଇପାରିନାହିଁ। ବିଦ୍ୟାଳୟରେ ଧମକପୂର୍ଣ୍ଣ ଚିଠି ମରାଯାଇଥିବା ନେଇ ପ୍ରଧାନ ଶିକ୍ଷକଙ୍କଠାରୁ ଜାଣିବାକୁ ପାଇଥିଲେ ବୋଲି ରଣବା ସରପଞ୍ଚ ଭିକାରୀ ମଲ୍ଲିକ କହିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ପତାକା ଉତ୍ତୋଳନ ନ କରିବାକୁ ଉକ୍ତ ଚିଠିରେ ଉଲ୍ଲେଖ ଥିବା ସେ କହିଥିଲେ। ଏ ନେଇ ବିଇଓ ପ୍ରମୋଦ ମଲ୍ଲିକଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ ା ଅନ୍ୟପକ୍ଷରେ ରଣବା ପଞ୍ଚାୟତର ୩/୪ଟି ବିଦ୍ୟାଳୟକୁ ଛାଡ଼ିଦେଲେ ଅନ୍ୟ କୌଣସିଠାରେ ଜାତୀୟ ପତାକା ଉତ୍ତୋଳନ ହୋଇପାରିନାହିଁ ବୋଲି ରାଇକିଆ ବିଡ଼ିଓ ପ୍ରବୀଣ ବାଣୁଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ….

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ପଦକ୍ଷେପ: ଏକାଧିକଙ୍କୁ ମିଳିଲା ସହାୟତା ରାଶି

ଦାରିଙ୍ଗବାଡ଼ି, ୧୧।୯ (ଅରୁଣ ସାହୁ): ଦିବ୍ୟାଙ୍ଗଙ୍କ ବିକାଶ ସହ ସେମାନଙ୍କୁ ସ୍ୱରୋଜଗାରକ୍ଷମ କରାଇ ସ୍ୱାବଲମ୍ବୀ କରିବା ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ…

ବର୍ଷାଜଳରେ ବେହାଲ ବ୍ଲକ କାର୍ଯ୍ୟାଳୟ

ତୁମୁଡ଼ିବନ୍ଧ, ୧୧।୯ (ଦୀପକ କୁମାର ପରାସେଠ): ବର୍ଷାଜଳରେ ବେହାଲ ହୋଇପଡ଼ିଛି ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟ। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏଭଳି ଦୃଶ୍ୟ…

ଟାଙ୍ଗିଆ ଚୋଟରେ ବାପା ମୃତ, ପୁଅ ଗୁରୁତର

ଖଜୁରୀପଡ଼ା,୧୧।୯(ବିଦୁର ବେହେରା): ଜମିଜମା ବିବାଦକୁ କେନ୍ଦ୍ର କରି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ପଞ୍ଚାୟତ ସର୍କେସରୁ ଗ୍ରାମରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ଟାଙ୍ଗିଆ ଆକ୍ରମଣରେ ବାପାଙ୍କ…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?