ରଣପୁର ରଥ ଯାତ୍ରା ପାଇଁ ପ୍ରସ୍ତୁତି: ରଣପୁର ଜଙ୍ଗଲରେ ମିଳୁନି ରଥ କାଠ

ରଣପୁର,୪ା୬(ସ୍ବ.ପ୍ର.)-ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗ ତରଫରୁ ସୋମବାର ରଣପୁର ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ ନିର୍ମାଣ ହେବାକୁ ଥିବା ୩ ରଥ ପାଇଁ ରଥ କାଠ ମିଳୁ ନ ଥିବା ସ୍ଥାନୀୟ ବନ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ଶତପଥି ପ୍ରକାଶ କରିଛନ୍ତି। ରଥ ନିର୍ମାଣ କରୁଥିବା ମହାରଣାମାନଙ୍କ ସହିତ ବନ କର୍ମଚାରୀମାନେ ମିଳିତ ଭାବେ ସଂରକ୍ଷିତ ଜଙ୍ଗଲରେ ଧଅରା କାଠ ଖୋଜିବା ପାଇଁ ମଙ୍ଗଳବାରଠାରୁ ବାହାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ରଥ ଯାତ୍ରା କିପରି ଶାନ୍ତିଶୃଙ୍ଖଳିତ ଓ ଆକର୍ଷଣୀୟ ହୋଇପାରିବ ସେ ସମ୍ବନ୍ଧରେ ବୈଠକରେ ଆଲୋଚନା କରାଯାଇଥିଲା । ରଥଖଳାରେ ଥିବା ଦୋକାନ ବଜାରକୁ ଉଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ପାଇଁ ଏକ ସୁରକ୍ଷା କମିଟି, ପ୍ରଚାର ପ୍ରସାର କମିଟି ମଧ୍ୟ ଗଠନ କରାଯାଇଛି । ଏହି ବୈଠକରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ତହସିଲଦାର ସୁଶାନ୍ତ କୁମାର ପତି, ରଣପୁର ଥାନା ଅଧିକାରୀ ବୈଦ୍ୟନାଥ ଭୋଇ, ବନ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ଶତପଥି, ଏବିଡିଓ ରତନ ଲାଲ ଲୋହରା, ଏନ୍‌ଏସି ଅଧ୍ୟକ୍ଷା ସବିତା ଦାସ, ସମନ୍ବୟ ଶିଶୁ ବିକାଶର ଅଧିକାରିଣୀ ବ୍ରହ୍ମୋତ୍ରୀ ମିଶ୍ର, ଅଗ୍ନିଶମ ବିଭାଗ ଅଧିକାରୀ ସରୋଜ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଥାନା ଅଧିକାରୀ ଭୋଇ ରଥଯାତ୍ରା ନିମନ୍ତେ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସର ବ୍ୟବସ୍ଥା କରିବା ସହ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି ଭାବେ ଲାଗୁ କରାଯିବ ବୋଲି କହିିଥିଲେ । ଏନଏସି ଅଧ୍ୟକ୍ଷା ବଡଦାଣ୍ଡର ପରିଷ୍କାର ଓ ପରିଚ୍ଛନ୍ନ ଉପର ଦୃଷ୍ଟି ଦେଇଥିଲେ। ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ । ତହସିଲଦାର ଓ ମନ୍ଦିର ପରିଚାଳନା କମିଟିର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ବୈଠକ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନୟାଗଡ଼ ଜିଲା ପରିଦର୍ଶନ

ନୟାଗଡ଼ ଅଫିସ,୧ା୧୨-କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ ଶନିବାର ନୟାଗଡ଼ ଜିଲା ଗସ୍ତ କରିଥିଲେ। ପ୍ରଥମେ ସେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଜିଲାପାଳଙ୍କ ମିନି...

ଆଖୁ ରସରେ ସ୍ନାନ କଲେ ଲଡୁବାବା

ନୟାଗଡ଼ ଅଫିସ,୧୩।୧୧-ନୟାଗଡ଼ ଜିଲା ଶରଣକୁଳ ଲଡୁବାବାଙ୍କ ପୀଠରେ ପାଞ୍ଚଦିନ ଧରି ଚାଲୁ ରହିଥିବା ପଞ୍ଚୁକ ଯାତ୍ରା ମଙ୍ଗଳବାର ଶେଷ ହୋଇଛି। ପବିତ୍ର ରାସପୂର୍ଣ୍ଣିମାରେ ଲଡ଼ୁବାବା କୈଳାସ...

ଏନ୍‌ଏଚ୍‌ ଡାଇଭର୍ସନ ରୋଡ୍‌ରେ ଘାଇ

ନୟାଗଡ଼ ଅଫିସ,୫।୧୦: ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌)ର ନୟାଗଡ ସତ୍‌ସଙ୍ଗବିହାର ନିକଟବର୍ତ୍ତି ମଜୁରିଆପଲ୍ଲୀ କ୍ଷୁଦ୍ର ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ସଂଯୋଗ...

ପଠାଣି ସାମନ୍ତ ଥିଲେ ଅସାଧାରଣ ପ୍ରତିଭାର ଅଧିକାରୀ

ଖଣ୍ଡପଡା,୨୦।୧୨(ସ୍ବ.ପ୍ର.)-ଓଡିଶା ସାହିତ୍ୟ ଏକାଡେମୀ ଓ ପଠାଣି ସାମନ୍ତ ମେମୋରିଆଲ ପରିଷଦର ମିଳିତ ଆନୁକୂଲ୍ୟରେ ଗୁରୁବାର ଖଣ୍ଡପଡା ସାଇ ବୃନ୍ଦାବନ ସେବାଧାମ ପରିସରରେ ବିଶ୍ୱ ବରେଣ୍ୟ ଜ୍ୟୋତିର୍ବିଦ୍‌...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ

ନୟାଗଡ଼ ଅଫିସ,୧୯।୩: ନୟାଗଡ଼-ଶରଣକୂଳ ରାସ୍ତାର ଜଗନ୍ନାଥପୁର ଛକରେ ଗୁରୁବାର ରାତିରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ...

ପରୀର କୌଣସି ହାଡ଼ ନିଖୋଜ ନାହିଁ, ସରୋଜର ଗାମୁଛା ବଡ଼ ପ୍ରମାଣ ଦେବ: ବୋଥ୍ରା

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ନୟାଗଡ଼ ଜିଲା ସଦର ଥାନା ଅଧୀନ ଯଦୁପୁର ଗାଁର ପରୀ ଅପହରଣ ଓ ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି।...

ବିପଦପୂର୍ଣ୍ଣ ବାରଣ୍ଡାରେ ସ୍କୁଲର ମଧ୍ୟାହ୍ନଭୋଜନ

ନୂଆଗାଁ, ୭।୧୨(ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା କାପ୍ତାପଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଭଙ୍ଗା ଘର ତଳେ...

ବିପର୍ଯ୍ୟସ୍ତ ଅବସ୍ଥାରେ ବଡ଼ମୂଳ ଗେଜ୍‌ ସାଇଟ୍‌ ଭିଏଚ୍‌ଏଫ୍‌ ଟାୱାର ଅଚଳ

ଗଣିଆ,୨୬ା୭(ଡି.ଏନ.ଏ.): ମହାନଦୀର ହୀରାକୁଦ ମୁଖ୍ୟ ନଦୀବନ୍ଧ ବୁର୍ଲା ଡିଭିଜନ ଅନ୍ତର୍ଗତ ବଡମୂଳ ଗେଜ ସାଇଟ୍‌ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ପ୍ରତିଦିନ ମହାନଦୀରେ ପ୍ରବାହିତ ଜଳ ପରିମାଣ...

Advertisement
Archives

Model This Week