ରଣପୁର ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା

ରଣପୁର,୨୧।୧୨(ସ୍ବ.ପ୍ର.)-ରଣପୁର ପଞ୍ଚାୟତ ସମିତି ବୈଠକ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଚେୟାରମ୍ୟାନ ନିରୁପମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସମିତି ବୈଠକ ଶାନ୍ତିଶୃଙ୍ଖଳାର ସହ ଚାଲୁ ରହିଥିବାବେଳେ ଜିଓ ଟ୍ୟାଗ୍‌ରୁ ବାଦ୍‌ ପଡିଥିବା ରଣପୁର ବ୍ଲକ ଅଞ୍ଚଳର ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ମହିଳାପୁରୁଷ ସଭାଗୃହକୁ ଧସେଇ ପଶି ଆସିଥିଲେ । ସେମାନଙ୍କର ନଁା ପୂର୍ବେ ଜିଓ ଟ୍ୟାଗ୍‌ରେ ଥିବାବେଳେ ପରବର୍ତ୍ତୀ ସମୟରେ କେଉଁଥିପାଇଁ କଟାଗଲା ତା’ର ପ୍ରତିବାଦ କରି ପାଟିତୁଣ୍ଡ କରିଥିଲେ । ହଠାତ୍‌ ଏତେ ସଂଖ୍ୟକ ଲୋକ କାହିଁକି ସଭାଗୃହକୁ ପଶି ଆସିଲେ କେହି କିଛି ବୁଝି ପାରି ନ ଥିଲେ । ବାହାରେ ପୋଲିସ ମୁତୟନ ନ ଥିବାରୁ ପରିସ୍ଥିତି ବିଗିଡିବା ଆରମ୍ଭ ହୋଇଥିଲା । ଲୋକ ପ୍ରତିନିଧି, ସରକାରୀ କର୍ମଚାରୀଙ୍କ ସହ ଲୋକଙ୍କ ମଧ୍ୟରେ ଠେଲାପେଲା, କଥାକଟାକଟି, ଯୁକ୍ତିତର୍କ ଆରମ୍ଭ ହୋଇ ଯାଇଥିଲା। ଏପରି କି ପ୍ରାୟ ଅଧ ଘଣ୍ଟାଏ ଧରି ସେଠାରେ ଉତ୍ତେଜନା ଲାଗିରହିଥିଲା । ବିଡିଓ ରଶ୍ମିରେଖା ଦାସ, ରଣପୁର ବିଧାୟକଙ୍କ ପ୍ରତିନିଧି ପ୍ରଭାତ ଦଳବେହେରା ହିତାଧିକାରୀଙ୍କୁ ବୁଝାଶୁଝା କରି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଗୃହରେ ପୁଣି ବୈଠକ ଆରମ୍ଭ ହୋଇଥିଲା। ଲୋକେ ଧସେଇ ପଶି ଆସିବା ଘଟଣାରେ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା । ଆଗକୁ ଯେପରି ଏପରି ପରିସ୍ଥିତି ସୃଷ୍ଟି ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନକୁ ସଭ୍ୟମାନେ ଅବଗତ କରାଇଛନ୍ତି ।
ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦେବାକୁ ଜିଓ ଟ୍ୟାଗ୍‌ କରାଯାଇଥିଲା । ତେବେ ୧୨ ହଜାର ଲୋକଙ୍କ ନାମ ଟ୍ୟାଗ ହୋଇଥିବାବେଳେ ସେଥିରୁ ୩ହଜାର ଲୋକଙ୍କୁ ବାଦ୍‌ ଦିଆ ଯାଇଥିଲା । ଜିଓ ଟ୍ୟାଗରୁ ବାଦ୍‌ ପଡିଥିବା ହିତାଧିକାରୀ ଶୁକ୍ରବାର ବିଡିଓଙ୍କୁ ଭେଟି ଅଭିଯୋଗ କରିବାକୁ ଆସିଥିଲେ । ହେଲେ ରଣପୁର ବିଡିଓ ସେମାନଙ୍କୁ ଦେଖା ଦେଇ ନ ଥିଲେ । ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅପେକ୍ଷାରତ ଲୋକ କ୍ଷୋଭ ପ୍ରକାଶ କରି ସମିତି ସଭାଗୃହକୁ ଧସେଇ ପଶିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ସହରରେ ପଲିଥିନ ନିଷେଧ

ଭୁବନେଶ୍ୱର,୨-୯(ବ୍ୟୁରୋ):ରାଜ୍ୟର ସମସ୍ତ ସହରକୁ ପଲିଥିନ ମୁକ୍ତ କରାଯିବ। ୧୦୯ ସହରାଞ୍ଚଳକୁ ୫୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନକୁ ବୁଧବାରଠାରୁ ସମ୍ପୂର୍ଣ୍ଣ ନିଷେଧ କରାଯିବ। ଅକ୍ଟୋବର ୨...

ଧାନ କିଣ, କ୍ଷମା ମାଗ

ଭୁବନେଶ୍ୱର,୧୮।୩(ବ୍ୟୁରୋ):ମଣ୍ଡି ଅବ୍ୟବସ୍ଥା, ଧାନ କିଣା ଏବଂ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। କେହି ନିଜ ଜିଦ୍‌ରୁ...

ବାର୍‌ହା ଭାବି ଯୁବତୀଙ୍କୁ ଗୁଳି

ସୁନ୍ଦରଗଡ଼,୭।୩(ଡି.ଏନ୍‌.ଏ.): ଜଙ୍ଗଲକୁ ଜାଳେଣି ସଂଗ୍ରହ କରିବାକୁ ଯାଇଥିଲେ। ହେଲେ ବନ୍ୟଜନ୍ତୁ ଶିକାର ପାଇଁ ଛକିଥିବା ଶିକାରୀ ବାର୍‌ହା ଭାବି ଚଳାଇଦେଲେ ଗୁଳି। ଏଥିରେ ଜଣେ ଯୁବତୀ...

ଓଡ଼ିଶାରୁ ଚାଲିଲା ୧୨ ଯୋଡ଼ା ଟ୍ରେନ୍

ଭୁବନେଶ୍ୱର, ୨।୬ (ବ୍ୟୁରୋ): ଅନ୍‌ଲକ୍‌-୧.୦ର ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୨ଶହ ଯାତ୍ରିବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରୁ ୧୨ ଯୋଡ଼ା...

ଜଙ୍କ୍‌ସନରେ ଯାଉଛି ଜୀବନ, ମାସକରେ ରିପୋର୍ଟ ଦିଅ: ୨୦୨୦ରେ ଦୁର୍ଘଟଣାରେ ଯାଇଛି ୧୧୬୪ ଜୀବନ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବା ଦ୍ୱାରା ଅନେକଙ୍କ ଜୀବନ ଚାଲିଯାଉଛି। ଏହାକୁ ରୋକିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ସତ୍ତ୍ୱେ ସେତେଟା ସୁଫଳ ମିଳୁନାହିଁ।...

ଭୁବନେଶ୍ୱର ରିଜିଅନ୍‌ରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦ୍ୱାଦଶ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ୱର ରିଜିଅନ୍‌ରେ ପାସ୍‌ ହାର ୯୧.୪୬% ରହିଛି।...

ସିଏମ୍‌ଓ ଓଡ଼ିଶା ପ୍ରୋଫାଇଲ ଫଟୋ ବଦଳିଲା

ଭୁବନେଶ୍ୱର,୧୮ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ପ୍ରୋଫାଇଲ ଫଟୋକୁ ପରିବର୍ତ୍ତନ କରାଯାଇଛି। ଉଭୟ ଫେସବୁକ୍‌ ଏବଂ ଟୁଇଟରରେ ଥିବା ଫଟୋକୁ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଉଭୟ...

କରୋନା ବେଳେ କର୍ମଚାରୀ ଅଭାବ

ଭୁବନ, ୨୫।୫(ଡି.ଏନ.ଏ.) – ମହାମାରୀ ସମୟରେ କର୍ମଚାରୀ ଅଭାବ, ଯାହାକୁ ନେଇ ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୃଷ୍ଟି ହୋଇଛି ଅଚଳାବସ୍ଥା। ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ...

Advertisement
Archives

Model This Week