ରଣପୁର ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା

ରଣପୁର,୨୧।୧୨(ସ୍ବ.ପ୍ର.)-ରଣପୁର ପଞ୍ଚାୟତ ସମିତି ବୈଠକ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଚେୟାରମ୍ୟାନ ନିରୁପମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସମିତି ବୈଠକ ଶାନ୍ତିଶୃଙ୍ଖଳାର ସହ ଚାଲୁ ରହିଥିବାବେଳେ ଜିଓ ଟ୍ୟାଗ୍‌ରୁ ବାଦ୍‌ ପଡିଥିବା ରଣପୁର ବ୍ଲକ ଅଞ୍ଚଳର ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ମହିଳାପୁରୁଷ ସଭାଗୃହକୁ ଧସେଇ ପଶି ଆସିଥିଲେ । ସେମାନଙ୍କର ନଁା ପୂର୍ବେ ଜିଓ ଟ୍ୟାଗ୍‌ରେ ଥିବାବେଳେ ପରବର୍ତ୍ତୀ ସମୟରେ କେଉଁଥିପାଇଁ କଟାଗଲା ତା’ର ପ୍ରତିବାଦ କରି ପାଟିତୁଣ୍ଡ କରିଥିଲେ । ହଠାତ୍‌ ଏତେ ସଂଖ୍ୟକ ଲୋକ କାହିଁକି ସଭାଗୃହକୁ ପଶି ଆସିଲେ କେହି କିଛି ବୁଝି ପାରି ନ ଥିଲେ । ବାହାରେ ପୋଲିସ ମୁତୟନ ନ ଥିବାରୁ ପରିସ୍ଥିତି ବିଗିଡିବା ଆରମ୍ଭ ହୋଇଥିଲା । ଲୋକ ପ୍ରତିନିଧି, ସରକାରୀ କର୍ମଚାରୀଙ୍କ ସହ ଲୋକଙ୍କ ମଧ୍ୟରେ ଠେଲାପେଲା, କଥାକଟାକଟି, ଯୁକ୍ତିତର୍କ ଆରମ୍ଭ ହୋଇ ଯାଇଥିଲା। ଏପରି କି ପ୍ରାୟ ଅଧ ଘଣ୍ଟାଏ ଧରି ସେଠାରେ ଉତ୍ତେଜନା ଲାଗିରହିଥିଲା । ବିଡିଓ ରଶ୍ମିରେଖା ଦାସ, ରଣପୁର ବିଧାୟକଙ୍କ ପ୍ରତିନିଧି ପ୍ରଭାତ ଦଳବେହେରା ହିତାଧିକାରୀଙ୍କୁ ବୁଝାଶୁଝା କରି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଗୃହରେ ପୁଣି ବୈଠକ ଆରମ୍ଭ ହୋଇଥିଲା। ଲୋକେ ଧସେଇ ପଶି ଆସିବା ଘଟଣାରେ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା । ଆଗକୁ ଯେପରି ଏପରି ପରିସ୍ଥିତି ସୃଷ୍ଟି ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନକୁ ସଭ୍ୟମାନେ ଅବଗତ କରାଇଛନ୍ତି ।
ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦେବାକୁ ଜିଓ ଟ୍ୟାଗ୍‌ କରାଯାଇଥିଲା । ତେବେ ୧୨ ହଜାର ଲୋକଙ୍କ ନାମ ଟ୍ୟାଗ ହୋଇଥିବାବେଳେ ସେଥିରୁ ୩ହଜାର ଲୋକଙ୍କୁ ବାଦ୍‌ ଦିଆ ଯାଇଥିଲା । ଜିଓ ଟ୍ୟାଗରୁ ବାଦ୍‌ ପଡିଥିବା ହିତାଧିକାରୀ ଶୁକ୍ରବାର ବିଡିଓଙ୍କୁ ଭେଟି ଅଭିଯୋଗ କରିବାକୁ ଆସିଥିଲେ । ହେଲେ ରଣପୁର ବିଡିଓ ସେମାନଙ୍କୁ ଦେଖା ଦେଇ ନ ଥିଲେ । ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅପେକ୍ଷାରତ ଲୋକ କ୍ଷୋଭ ପ୍ରକାଶ କରି ସମିତି ସଭାଗୃହକୁ ଧସେଇ ପଶିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri