Posted inଖେଳ

ରଣଜୀ ମୁକାବିଲା: ବର୍ଷା ଧୋଇଦେଲା ପ୍ରଥମ ଦିନର ଖେଳ

କଟକ ଅଫିସ,୪ା୧- ତ୍ରିପୁରାର ଅଗରତାଲାସ୍ଥିତ ମହାରାଜା ବୀର ବିକ୍ରମ କଲେଜ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଓଡ଼ିଶା-ତ୍ରିପୁରା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। ଦିନ ତମାମ୍‌ ବର୍ଷା ଲାଗି ରହିବା ଫଳରେ ଟସ୍‌ ମଧ୍ୟ ପଡ଼ି ପାରି ନଥିଲା। ଶନିବାର ମ୍ୟାଚ୍‌ର ଦ୍ୱିତୀୟ ଦିବସ। ବର୍ଷା ବନ୍ଦ ହେଲେ ମ୍ୟାଚ୍‌ ଆରମ୍ଭ ହେବା ଆଶା କରାଯାଉଛି। ସୂଚନା ଥାଉକି, ଘରୋଇ ତ୍ରିପୁରା ବିପକ୍ଷରେ ହେବାକୁ ଥିବା ଏହି ମ୍ୟାଚ୍‌କୁ ଜିତି ଓଡ଼ିଶା ଦଳ ଏହି ସିଜନରେ ବିଜୟ ଅଭିଯାନ ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିଛି। ଏବେ ସୁଦ୍ଧା ୩ଟି ଯାକ ମ୍ୟାଚ ବିଜୟୀ ହୋଇ ଓଡ଼ିଶା ଏଲିଟ ଗ୍ରୁପ-ସି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ବିପକ୍ଷ ତ୍ରିପୁରା ଚଳିତ ସିଜନରେ ଏବେ ସୁଦ୍ଧା ଗୋଟିଏ ବି ମ୍ୟାଚ୍‌ ଜିତି ନପାରି ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତିମ ଟେଷ୍ଟ: ସ୍ଥିତି ସମ୍ଭାଳିଲେ ରୋହିତ- ରାହାନେ

ରାଞ୍ଚି,୧୯।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ...

ପର୍ଯ୍ୟବେକ୍ଷଣରେ ରୋନାଲ୍ଡୋ

ଲିସବନ(ପର୍ତ୍ତୁଗାଲ),୧୩।୩- ବିଶ୍ୱର ସବୁଠୁ ଲୋକପ୍ରିୟ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସାଥି ଖେଳାଳି କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏଥିଯୋଗୁ ରୋନାଲ୍ଡୋ ନିଜକୁ ପର୍ଯ୍ୟବେକ୍ଷଣରେ...

ଓଲି ରବିନସନଙ୍କ ଡାକରା

ସାଉଥାମ୍ପଟନ, ୯ା୮ (ପି.ଟି.)- ଅଗଷ୍ଟ ୧୩ରୁ ଏଜାସବାଓଲଠାରେ ହେବାକୁଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ପାଇଁ ଇଂଲଣ୍ଡର ରୁଦ୍ଧଦ୍ୱାର ଟ୍ରେନିଂ କ୍ୟାମ୍ପରେ ଯୋଗଦେବା...

ରେସ୍‌ଲର ଭିନେଶ ଫୋଗତ୍‌ଙ୍କୁ କରୋନା

ନୂଆଦିଲ୍ଲୀ,୨୮ା୮ (ପି.ଟି.)-ଭାରତର ଟପ୍‌ ମହିଳା ରେସ୍‌ଲର ଭିନେଶ ଫୋଗତ କରୋନା ସଂକ୍ରମିତ ବୋଲି ସେ ଶୁକ୍ରବାର ପ୍ରକାଶ କରିଛନ୍ତି। ଏସିଆ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ...

ସ୍ଥିତି ଉପରେ ନଜର

ନୂଆଦିଲ୍ଲୀ, ୨୮ା୩ (ପି.ଟି.)- ସବୁଠାରୁ କ୍ଷମତାଶାଳୀ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ବସିଥିଲା। ଏହା ଟେଲିକନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା।...

ରେକର୍ଡ ବିଜୟ

ଗଲ୍ଫ ସୁପରଷ୍ଟାର ଟାଇଗର ଉଡ୍ସ ବିଭିନ୍ନ କାରଣରୁ ଫର୍ମ ଓ ଫିଟ୍‌ନେସ ପାଇଁ ସଂଘର୍ଷ କରିଆସୁଥିଲେ ମଧ୍ୟ ନିକଟରେ ଜୋଜୋ ଚାମ୍ପିୟନଶିପ୍‌ରେ ବିଜୟୀ ହୋଇଛନ୍ତି। ଏଥିସହିତ...

ଭାରତ ଆସିବେ ପାକିସ୍ତାନ ଆଥଲେଟ୍‌: ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ, ୧୯।୬: ଭାରତରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଖେଳ ଇଭେଣ୍ଟରେ ପାକିସ୍ତାନ ଖେଳାଳି ଭାଗ ନେଇପାରିବ। ଭାରତୀୟ ଅଲମ୍ପିକ୍‌ ସଂଘ(ଆଇଓଏ) ଏନେଇ ଇଣ୍ଟରନାଶନାଲ ଅଲମ୍ପିକ...

ନିଃସନ୍ଦେହରେ କୋହଲି ଶ୍ରେଷ୍ଠ: ଇଆନ୍‌ ଚାପେଲ

ନୂଆଦିଲ୍ଲୀ,୧୮।୫(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲି ନିଃସନ୍ଦେହରେ ବିଶ୍ୱରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ କହିଛନ୍ତି। ୩ଟି ଯାକ ଫର୍ମାଟରେ...

Coronavirus Update

Archives

Model This Week

Why Dharitri