Posted inଭଦ୍ରକ

ରଟନ୍ତି କାଳୀପୂଜାରେ ଝଲସୁଛି ଅସୁରାଳି

ଧାମନଗର, ୨୮।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିରେ ଶନିବାର ରାତିରୁ ଆରମ୍ଭ ହୋଇଛି ମା’ ରଟନ୍ତି କାଳୀପୂଜା। ଏଥିପାଇଁ ଅସୁରାଳି ଉତ୍ସବମୁଖର ହୋଇଥିବାବେଳେ ବିଭିନ୍ନ ସାଜସଜ୍ଜା ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି। ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଆସି ମା’ଙ୍କୁ ଦର୍ଶନ କରୁଛନ୍ତି। ଅସୁରାଳି, ଫତେପୁର, ଗୋବିନ୍ଦପୁର, କଲ୍ୟାଣୀ ଓ କୋଠାର ଆଦି ପଞ୍ଚାୟତବାସୀଙ୍କ ସହଯୋଗରେ ଏହି ସାର୍ବଜନୀନ ପୂଜା ପାଳିତ ହୋଇଆସୁଛି। ଅସୁରାଳି ବଜାର ବଣିକ ସଂଘ ଏବଂ ପୂଜା କମିଟି ଆନୁକୂଲ୍ୟରେ ଚଳିତବର୍ଷ ମା’ଙ୍କ ପୂଜା ଧୁମ୍‌ଧାମ୍‌ରେ ପାଳନ ହେଉଛି। ପ୍ରତିଦିନ ଚଣ୍ଡୀପାଠ, ଦେବୀ ବଗଳାମୁଖୀଙ୍କ ଆବିର୍ଭାବ, ଦିନବେଳା ଖିଚୁଡ଼ି ପ୍ରସାଦ ବଣ୍ଟନ ସହିତ ପ୍ରତ୍ୟହ ସନ୍ଧ୍ୟା ଆଳତି ମୁଖ୍ୟ ଆକର୍ଷଣ ସାଜିଛି। ଏହି ସମୟରେ ଆଳତି ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି। ସେହିପରି ସନ୍ଧ୍ୟାରେ ପ୍ରବଚନ, ଭଜନସନ୍ଧ୍ୟା, ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା, ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ସହିତ ଅପେରା ପ୍ରଦର୍ଶନ ବ୍ୟବସ୍ଥା ହୋଇଥିବା କମିଟି ସଭାପତି ଡା. ସଦାନନ୍ଦ ଦାସ, ଉପସଭାପତି ହରିହର ବେହେରା, ସମ୍ପାଦକ ଅଜୟ ସ୍ବାଇଁ ଓ ସହସମ୍ପାଦକ ଅମୂଲ୍ୟ ବେହେରା ସୂଚନା ଦେଇଛନ୍ତି। ଆସନ୍ତା ୪ ତାରିଖରେ ଭସାଣି ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।
ଉଲ୍ଲେଖନୀୟ ଯେ, ଅସୁରାଳିର ପ୍ରସିଦ୍ଧ ଦେବୀ ଆଶ୍ରମର ପ୍ରତିଷ୍ଠାତା ସ୍ବର୍ଗତ ବାବା ବୈରାଗୀ ପିଲାଦିନରୁ ମା’ ବିରଜାଙ୍କ ବଡ଼ ଭକ୍ତ ଥିଲେ। ମା’ ବିରଜାଙ୍କ ପୀଠରେ ଦିନେ ସ୍ବପ୍ନରେ ବାବା ଭୈରବାନନ୍ଦଙ୍କୁ ଦର୍ଶନ କରି ମା’ ରଟନ୍ତି କାଳୀଙ୍କୁ ପୂଜା ପାଇଁ ନିର୍ଦ୍ଦେଶ ପାଇଥିଲେ। ହିମାଳୟର ନନ୍ଦନ ଯାଇ ବାବା ଭୈରବାନନ୍ଦଙ୍କୁ ଦର୍ଶନ କରି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ତାଙ୍କଠାରୁ ରଟନ୍ତି କାଳୀଙ୍କ ବିଷୟରେ ଅବଗତ ହୋଇ ସେଠାରୁ ଫେରି ଅସୁରାଳିରେ ମା’ଙ୍କ ପୂଜା ଆରମ୍ଭ କରିଥିଲେ। ପୌରାଣିକ ମତରେ ପାତାଳପୁରର ମହିରାବଣ ଏବଂ ଅହିରାବଣ ଦେବୀ ନିକୁମ୍ଭିଲାଙ୍କୁ ପୂଜାର୍ଚ୍ଚନା କରି ବଳି ପ୍ରଥା ପ୍ରଚଳନ କରିଥିଲେ। ରାବଣଙ୍କ ନିର୍ଦ୍ଦେଶରେ ରାମ ଏବଂ ଲକ୍ଷ୍ମଣଙ୍କୁ ହତ୍ୟା ପାଇଁ ଉଦ୍ୟମ ସମୟରେ ହନୁମାନଙ୍କ ଦ୍ୱାରା ଦୁଇଭାଇ ବଧ ହୋଇଥିଲେ। ଏହାପରେ ପ୍ରଭୁ ରାମଚନ୍ଦ୍ର ଦେବୀ ନିକୁମ୍ଭିଲାଙ୍କୁ ପାତାଳପୁରରୁ ଉଦ୍ଧାର କରି ଉତ୍ତର ଓ ଦକ୍ଷିଣ ଭାରତରେ ମା’ ରଟନ୍ତି କାଳୀ ରୂପରେ ପୂଜା ଆରମ୍ଭ କରାଇଥିଲେ। ସାଧାରଣତଃ ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ଶିବଙ୍କ ଛାତି ଉପରେ ବାମପାଦ ରଖିଥିବାବେଳେ ରଟନ୍ତି କାଳୀଙ୍କ କ୍ଷେତ୍ରରେ ଶିବଙ୍କ ଉପରେ ମା’ଙ୍କର ଦକ୍ଷିଣ ପାଦ ସ୍ଥାପନର ବିଶେଷତ୍ୱ ରହିଆସିଛି। ବାବା ବୈରାଗୀ ୧୯୫୨ରେ ମାଘ ଚତୁର୍ଦ୍ଦଶୀରେ ଅସୁରାଳିର ଗାନ୍ଧୀ କୁଟିରରେ ମା’ଙ୍କ ପୂଜା ଆରମ୍ଭ କରି ଏହାକୁ ସାର୍ବଜନୀନ କରିଥିଲେ। ପ୍ରଥମେ କାଠ ଘେରା ମଣ୍ଡପରେ ପୂଜା ଆରମ୍ଭ ହୋଇଥିଲା। ଏବେ ବିଶାଳ ପୂଜା ମଣ୍ଡପ, ସ୍ଥାୟୀ ଯାତ୍ରା ମଣ୍ଡପ ଓ ମନ୍ଦିର ପରିସର ସମ୍ପୂର୍ଣ୍ଣ ଢଳେଇ ଦାଣ୍ଡ ପର୍ଯ୍ୟନ୍ତ ଶୋଭା ପାଉଛି। ପୂଜା ପାଇଁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri