ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶ୍ୱଶୁର ଗିରଫ, ସ୍ବାମୀ ଫେରାର; ଶେରଗଡ଼ ପୋଲିସର ତଦନ୍ତ ଆରମ୍ଭ

ଶେରଗଡ଼, ୮।୬(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକ ଗୋବିନ୍ଦପୁର ନୂଆସାହି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ଟଙ୍କା ଲାଗି ଜଣେ ବୋହୁଙ୍କୁ ଶ୍ୱଶୁର ଓ ସ୍ବାମୀ ମିଶି ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଲେ ପିଙ୍କି ସ୍ବାଇଁ। ତେବେ ଅଭିଯୁକ୍ତ ଶ୍ୱଶୁର ଗୌଡ଼ ସ୍ବାଇଁଙ୍କୁ ଗିରଫ କରାଯାଇଥିବା ବେଳେ ସ୍ବାମୀ ଫିରୋଜ ସ୍ବାଇଁ ଫେରାର ଅଛନ୍ତି।

ସୂଚନାନୁଯାୟୀ, ପିଙ୍କିଙ୍କୁ ଘରେ କେହି ହତ୍ୟା କରିଥିବା ଖବର ପ୍ରଚାରିତ ହୋଇଥିଲା। ଶେରଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ କୋଠରୀରୁ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ସେହିଭଳି ଖବର ପାଇ ପିଙ୍କିଙ୍କ ବାପା ନରସିଂହ ସ୍ବାଇଁ ଓ ମା’ କୁନୁ ସ୍ବାଇଁ ପହଞ୍ଚିଥିଲେ। ଝିଅଙ୍କ ମୃତଦେହ ଦେଖି ଭାବବିହ୍ବଳ ହେବା ସହ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ନିକଟରେ ମା’ କୁନୁ ଅଭିଯୋଗ କରିଥିଲେ। ଫିରୋଜ ଓ ଗୌଡ଼ ମିଶି ତାଙ୍କୁ ଏକ ଓଜନିଆ ବସ୍ତୁରେ ଛେଚି ହତ୍ୟା କରିଥିବା ସେ ଦର୍ଶାଇଥିଲେ। ଏହାର ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରାଯାଉ ବୋଲି ପୋଲିସ ନିକଟରେ ଏକ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ବଧୁହତ୍ୟା ମାମଲା(ନଂ-୪୯/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ପଠାଇବା ସହ ଗୌଡ଼ଙ୍କୁ ଗିରଫ କରିଛି।

ଶେରଗଡ଼ ଥାନା ଏସ୍‌ଆଇ ରଘୁନାଥ ମାଝୀ ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କିପରି ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ତାହା ସ୍ପଷ୍ଟ ହେବ। ଏଥିସହ ଫିରୋଜଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଆଇ କହିଛନ୍ତି।

ପ୍ରକାଶଯୋଗ୍ୟ, ନରସିଂହଙ୍କ ଝିଅ ପିଙ୍କି ଫିରୋଜଙ୍କୁ ଗତ ଦୁଇ ବର୍ଷ ତଳେ ବିବାହ କରିଥିଲେ। ବିବାହକୁ ଦୁଇ ବର୍ଷ ବିତିଥିଲେ ସୁଦ୍ଧା ଉଭୟଙ୍କ ସନ୍ତାନ ହୋଇ ନ ଥିଲା। ଏପରିକି ବିବାହ ପରଠାରୁ ଯୌତୁକରେ ଅଧିକ ଟଙ୍କା ଆଣିବାକୁ ଫିରୋଜ ଓ ନରସିଂହ ପିଙ୍କିଙ୍କ ଉପରେ ଚାପ ପକାଉଥିଲେ। ପୁନର୍ବାର ଉକ୍ତ କଥାକୁ ନେଇ ପିଙ୍କିଙ୍କୁ କହିବା ଓ ସେ ଏପରି କରିବାକୁ ମନା କରିବାରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ସମ୍ମୁଖରୁ ଜବରଦଖଲ ହଟିଲା

ବେଗୁନିଆପଡ଼ା,୧ା୯(ଡି.ଏନ.ଏ.)-ଦୀର୍ଘଦିନ ପରେ ଅଙ୍ଗାରଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଶନିବାର ଜବରଦଖଲ ହଟିଛି। ପୋଲିସ ଓ ପ୍ରଶାସନ ସହାୟତାରେ ଏହା ହଟାଯାଇଛି। ସୁମଣ୍ଡଳଠାରୁ ଶାଳିଆ ଡ୍ୟାମ ପର୍ଯ୍ୟନ୍ତ...

ବନ୍ଧାଗୁଡ଼ାରେ ଉପଖଣ୍ଡ ପୋଲିସ ଅଧିକାରୀ, ତହସିଲଦାରଙ୍କ ରାତିଅଧିଆ ଚଢ଼ାଉ

ଶେରଗଡ଼,୧୨।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଅଞ୍ଚଳରେ କରୋନା ସଚେତନତା ସୃଷ୍ଟି କରିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ସାମାଜିକ ଦୂରତ୍ୱ ଉଲ୍ଲଂଘନ...

ପିଏମ କେୟାର୍ସ ଫଣ୍ଡକୁ ଲକ୍ଷେ ଟଙ୍କା ଦେଲେ ଭାଜପା ନେତା

ବୁଗୁଡ଼ା,୨୪ା୪(ଡି.ଏନ.ଏ.)- ଭାଜପା ଜିଲା ସାଧାରଣ ସମ୍ପାଦକ ତଥା ଫିଡ୍‌ ଦି ନିଡ୍‌ର ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ପ୍ରତାପ ଚନ୍ଦ୍ର ନାୟକ ମଙ୍ଗଳବାର ପ୍ରଧାନ ମନ୍ତ୍ରୀ...

ବସ୍‌ ଡ୍ରାଇଭର, କଣ୍ଡକ୍ଟରଙ୍କୁ ମାଡ଼ମାରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସଜନାଗଡ଼,୧୩।୧୦(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ୧୯ ନଂ. ରାଜ୍ୟ ରାଜପଥ ସଜନାଗଡ଼ ନିକଟ ଜାବୁଢିସାହି ଛକଠାରେ ଶନିବାର ରାତିରେ ଏକ ଯାତ୍ରୀବାହୀ ବସ୍‌...

ମୃତ ଗର୍ଭବତୀଙ୍କ ଶବକୁ ଅନ୍ତିମ ସଂସ୍କାର ବଦଳରେ ଗଛରେ ବାନ୍ଧିଦେଲେ ଗ୍ରାମବାସୀ

କୁର୍ନୋଲ, ୨୯।୬- ଆନ୍ଧ୍ରପ୍ରଦେଶର କୁର୍ନୋଲ ଜିଲାରେ ଏକ ଚରମ ଅମାନବୀୟ ଘଟଣା ଏବେ ସାମ୍ନାକୁ ଆସିଛି। ଜଣେ ଗର୍ଭବତୀଙ୍କ ମୃତ୍ୟୁ ହେବାପରେ ଗ୍ରାମବାସୀ ଓ ପରିବାର...

ବିଦ୍ୟୁତ ଆଘାତରେ ମୋଟର ମେକାନିକ ମୃତ

ବ୍ରହ୍ମପୁର ଅଫିସ,୨୫ା୮-ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ମୋଟର ମେକାନିକଙ୍କ ଶନିବାର ରାତିରେ ମୃତ୍ୟୁ ଘଟିଛି। ସେ...

ଗଞ୍ଜାମ ପୋଲିସ ପକ୍ଷରୁ ମାସ୍କ ପାଇଁ ୧.୫୬ ଲକ୍ଷ ଜରିମାନା ଆଦାୟ

ଛତ୍ରପୁର, ୨୮।୭(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ଗଞ୍ଜାମ ପୋଲିସ ତଥା ପ୍ରଶାସନ ପକ୍ଷରୁ କୋଭିଡ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି...

କରୋନା ଭୟ, ମିଳିଲାନି କାନ୍ଧ

କବିସୂର୍ଯ୍ୟନଗର,୧ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢୁଥିବାବେଳେ ଲୋକେ ମଧ୍ୟ ଭୟଭୀତ ହୋଇଗଲେଣି। କରୋନା ଭୟରେ ମୃତଦେହକୁ କାନ୍ଧ ଦେବାକୁ ଆସିଲେନି...

Coronavirus Update

Archives

Model This Week

Why Dharitri