ଗଞ୍ଜାମ,୭।୭(ଡି.ଏନ.ଏ.)-ଗଞ୍ଜାମ ଥାନା ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ କାର୍ଯ୍ୟରତ କର୍ମଚାରୀ ଅଧିକ ଯୌତୁକ ଦାବିକରି ନିଜ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ଜେଲ ଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଜଣାପଡ଼ିଛି । ଗିରଫ ବ୍ୟକ୍ତି ହେଲେ ଶିବ ଶଙ୍କର ପାଢ଼ୀ (୩୪)। ଅଭିଯୋଗ ପରେ ଗଞ୍ଜାମ ନଂ. ୫୯/୧୯ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସ୍ବାମୀଙ୍କୁ କୋର୍ଟଚାଲାଣ କରାଯାଇଥିବା ତଦନ୍ତକାରୀ ଅଫିସର ନାରାୟଣ କହଁର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ବ୍ରହ୍ମପୁର ଖୋଡ଼ାସିଙ୍ଗ ଅଞ୍ଚଳର ଶିବ ଶଙ୍କର ଗତ ମେ ମାସରେ ବଡ଼ଖେମୁଣ୍ଡି ଗ୍ରାମ ଭାସ୍କର ପାଣିଗ୍ରାହୀଙ୍କ ଝିଅ ଶୁଭସ୍ମିତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଶୁଭସ୍ମିତା ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବେଳେ ଶିବ ଶଙ୍କର ମଧ୍ୟ ଗଞ୍ଜାମସ୍ଥିତ ଗ୍ରାସୀମ କମ୍ପାନୀରେ କାମ କରୁଛନ୍ତି । ବିବାହ ପରଠାରୁ ଶିବ ଶଙ୍କର ଅଧିକ ଯୌତୁକ ଦାବିରେ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିବା ଶୁଭସ୍ମିତା ଏତଲାରେ ଦର୍ଶାଇଛନ୍ତି । ଏତଲା ପରେ ରାତିରେ ହିଁ ପୋଲିସ ଶିବ ଶଙ୍କର ରହୁଥିବା କ୍ବାର୍ଟର୍ସରୁ ଉଠାଇ ଆଣି ଥାନାରେ ପଚରାଉଚରା କରିବା ପରେ କୋର୍ଟଚାଲାଣ କରାଯାଇଥିବା ଗଞ୍ଜାମ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସ୍ମୃତିରେ ୨୦୨୧
ହାତଗଣତି କେତୋଟି ଦିନ ପରେ ଶେଷ ହେବ ୨୦୨୧ ମସିହା । ନୂଆ ଆଶା, ଆକାଂକ୍ଷା, ଉନ୍ମାଦନା ଓ ସମ୍ଭାବନାକୁ ନେଇ ଆସିବ ନୂତନ ବର୍ଷ।...

ଛତ୍ରପୁର ଉତ୍ସବ ମୁଖର
ଛତ୍ରପୁର,୨୩।୫(ଡି.ଏନ୍.ଏ.): ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଯାତ୍ରା ନେଇ ଉତ୍ସବ ମୁଖର ହୋଇଉଠିଛି। ମାସେ ଧରି ଚାଲିବାକୁ ଥିବା ଏହି ଯାତ୍ରାର ୧୭ତମ...

ବାଘଲଟି ଜଳ ଭଣ୍ଡାରରେ ଫସିଥିବା ୪ ଜଣ ଉଦ୍ଧାର
ପାତ୍ରପୁର,୭।୮(ଡି.ଏନ୍.ଏ.)- ପାତ୍ରପୁର ବ୍ଲକ ତୁରୁବୁଡ଼ିଠାରେ ଥିବା ବାଘଲଟି ଜଳଭଣ୍ଡାରରେ ବୁଧବାର ଫସିଥିବା ୪ଜଣକୁ ଉଦ୍ଧାର କରିଛି ପାତ୍ରପୁର ଦମକଳ ବାହିନୀ। ସେମାନେ ହେଲେ ବେହେରାପୁଟୁ ଗ୍ରାମର...

କୋର୍ଟରେ ଆତ୍ମସମର୍ପଣ କଲେ ସରପଞ୍ଚ ପ୍ରାର୍ଥିନୀ
ବ୍ରହ୍ମପୁର ଅଫିସ,୨୪।୩: ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଗଞ୍ଜାମ ଜିଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତର ବୈରିବାଡ଼ ଗ୍ରାମର ଏକ ବୁଥରେ କିଛି ସମୟ ପାଇଁ...

ଭଞ୍ଜନଗରରେ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ପାଳିତ
ଭଞ୍ଜନଗର,୯।୬(ଡି.ଏନ.ଏ)- ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୯ତମ ଜୟନ୍ତୀ ମଙ୍ଗଳବାର ଭଞ୍ଜନଗରରେ ପାଳିତ ହୋଇଯାଇଛି। କରୋନା ଯୋଗୁ ସମସ୍ତ...

ଜ୍ୱାଇଁ ଡାକରାରେ ଆସି ଫେରିଲେନି ଧରମ ଭାଇ
ଗଞ୍ଜାମ,୨୭ା୧(ଡି.ଏନ୍.ଏ.): ଭଉଣୀଙ୍କ ବାହାଘର ପାଇଁ ଜ୍ୱାଇଁ ଡାକରା ଆସିଥିବା ଧରମ ଭାଇ ଆଉ ଫେରିଲେନି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମରେ। ଗଞ୍ଜାମ ଥାନା...
ଆନ୍ଧ୍ର ବାସିନ୍ଦା, ଓଡ଼ିଶାରେ ଶିକ୍ଷକ
ବ୍ରହ୍ମପୁର ଅଫିସ୍/ ଦିଗପହଣ୍ଡି,୪ା୮(ଡି.ଏନ.ଏ.)-ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା। ହେଲେ ଶିକ୍ଷକତା କରୁଛନ୍ତି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ। ବିଶେଷକରି ଗଞ୍ଜାମ ଜିଲାର ପାତ୍ରପୁର, ଚିକିଟି, ରଙ୍ଗେଇଲୁଣ୍ଡା ଏବଂ ଦିଗପହଣ୍ଡି...

ସୈନ୍ୟବାହିନୀରେ ଚାକିରି ପାଇଁ ଜାଲିଆତି, ୭ ଗିରଫ
ଗୋପାଳପୁର,୬।୪: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜରେ ସୈନ୍ୟବାହିନୀରେ ଚାକିରି ପାଇଁ ଜାଲିଆତି କରିବା ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ସୋମବାର...