‘ଯୋଗ ଦ୍ୱାରା ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ହୋଇଥାଏ’

ବଡ଼ସାହି,୨୧ା୬(ସ୍ବ.ପ୍ର.) : ଯୋଗ ଦ୍ୱାରା ମଣିଷର ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ଘଟିବା ସହ ଦୀର୍ଘାୟୁ ହୋଇଥାଏ।  ରୋଗ ଓ ଦୁଶ୍ଚିନ୍ତାରୁ ମୁକ୍ତ ହେବା ପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି କେନ୍ଦୁଝର ଜିଲା ବଡ଼ସାହି ବ୍ଲକ ବେଲପାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଯୋଗ ଦିବସରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପ୍ରଧାନ ଆଚାର୍ଯ୍ୟା ଶାଶ୍ୱତୀ ଦାସମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶିବିରରେ ଅତିଥି ଭାବେ ଗାୟତ୍ରୀ ପରିବାରର ଜିଲା ସଦସ୍ୟ ରସାନନ୍ଦ ବଳ, ଅଭିଭାବକ ରମାକାନ୍ତ ଭୂୟାଁ, ପୂର୍ବତନ ସମ୍ପାଦକ ପ୍ରବୋଧ ଚନ୍ଦ୍ର ଭୂୟାଁ ଓ ସମ୍ପାଦକ ନୀଳାଦ୍ରି ବିହାରୀ ଦଣ୍ଡପାଟ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ମା’ ବାଗ୍‌ଦେବୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ବିଦ୍ୟାମନ୍ଦିରର ଭଉଣୀଭାଇ, ଆଖପାଖ ଅଞ୍ଚଳର ଛାତ୍ରୀଛାତ୍ର, ଅଭିଭାବକ ଓ ସମସ୍ତ ଗୁରୁମା ଗୁରୁଜୀ ଯୋଗାଭ୍ୟାସ କରିଛନ୍ତି। ଯୋଗ ଶିକ୍ଷକ ଭାବେ ବିଶିକେଶନ ପାତ୍ର ଓ ସୁମନ୍ତ କୁମାର ବେହେରା ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେହିପରି ବ୍ଲକସ୍ତରୀୟ ଯୋଗ ଦିବସ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଯୋଗସମିତିର ସଭାପତି ରାଜେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି, ଡାକ୍ତର ସନତ କୁମାର ଦାଶ ଉପସ୍ଥିତ ଥିଲେ।  ଯୋଗ ହିଁ ଜୀବନ ବୋଲି କହିବା ସହ ସୁନ୍ଦର ସ୍ବାସ୍ଥ୍ୟ ଓ ମାନସିକ ଶାନ୍ତି ପାଇଁ ଯୋଗର ଗୁରୁତ୍ୱ ବହୁ ଊର୍ଦ୍ଧ୍ୱରେ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁନୀଲ କୁମାର ଦାଶ, ଅଭୟ ମହାପାତ୍ର, ବଙ୍କିମ ବିହାରୀ ପାତ୍ର, ସନ୍ତୋଷ ବେହେରା ଓ ବିଭୂତି ଭୂଷଣ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ୍‌ ମଧ୍ୟରେ ଧକ୍କା, ଚାଲିଗଲା ମଠ ମହନ୍ତ ସ୍ବାମୀ ଅଭୟାନନ୍ଦ ସରସ୍ବତୀଙ୍କ ଜୀବନ

ପାଟଣା,୧୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଗୋରାଣ୍ଡି ଯୋଡି ନିକଟରେ ଶନିବାର ଅପରାହ୍ନରେ ଦୁଇ ବାଇକ...

କୋର୍ଟରେ ହାଜର ପରେ ଜେଲ୍‌ ଗଲେ ରାଜା ଚକ୍ର

ବାଲେଶ୍ୱର,୧୪ା୩(ବାଞ୍ଛାନିଧି ଦେ): ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗାନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ୍‌ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ଲିଃ ରେ ବହୁ...

ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ମହାଦେବାଙ୍କ ଚୈତ୍ର ଚଡକ ମେଳା, ଭକ୍ତଙ୍କ ଟିକେଟ ଧାର୍ଯ୍ୟ ୧0ଟଙ୍କା

ଭୋଗରାଇ,୧୨।୩ ( ପ୍ରଦୀପ ଦାସ): ବାଲେଶର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶପ୍ରସିଦ୍ଧ ଚୈତ୍ର ଚଡକ ମେଳା ଆସନ୍ତା...

ପରଲୋକରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ

ଭୁବନେଶ୍ୱର, ୯।୩: ପରଲୋକରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ।  ନବୀନ ପଟ୍ଟନାୟକଙ୍କ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ତଥା ଚାରି ଚାରି ଥର...

ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

ବାଲେଶ୍ୱର ,୬।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନହରପାଟଣା ଛକ ନିକଟ ରାସ୍ତା ପାର୍ଶ୍ଵରେ ଗୁରୁବାର ଏକ...

ବାଲିଆପାଳ ଜଗନ୍ନାଥ ମନ୍ଦିରରୁ ଲୁଟ, ହୁଣ୍ଡି ବାକ୍ସକୁ ଛାଡିଲେନି ଦୁର୍ବୃତ୍ତ

ବାଲେଶ୍ୱର,୬।୩(ବାଞ୍ଛାନିଧି ଦେ) : ଜଗନ୍ନାଥ ମନ୍ଦିରରୁ ଲୁଟ୍‌। ବିଳମ୍ବିତ ରାତିରେ ମନ୍ଦିରରୁ ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ। ବାଲେଶ୍ବର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଶ୍ରଦ୍ଧାକ୍ଷେତ୍ର ଜଗନ୍ନାଥ...

ପୋଖରୀରେ ଭାସୁଛି ବୃଦ୍ଧଙ୍କ ମୃତଦେହ : ହତ୍ୟା ଅଭିଯୋଗ ଆଣିଲେ ପରିବାର

ପାଟଣା,୧।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକବଡ ପାଟଣା ପଂଚାୟତ କୁଆପଶି ଗ୍ରାମର ରାସ୍ତା କଡ଼ରେ ଥିବା ଏକ ପୋଖରୀରେ ଶନିବାର ସକାଳୁ ଜଣେ ୭୦...

ଗୁହାଳ ଘରେ ଲାଗିଲା ନିଆଁ: ଗୋରୁ-ଛେଳି ଜୀବନ୍ତ ଦଗ୍ଧ,ଘର ମାଲିକ ଗୁରୁତର

ବାଲେଶ୍ୱର, ୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ସଦର ବ୍ଲକ ସାର୍ଥା ପଞ୍ଚାୟତ ଅନ୍ତର୍ଗତ ଗନ୍ଧିଆ ଗ୍ରାମର କୈଳାସ ମାଝୀଙ୍କ ଗୁହାଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁହାଳ ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri