ଯୋଗ କରି ଫିଟ୍‌ ରହିଛନ୍ତି ଏହିସବୁ ଅଭିନେତ୍ରୀ

ଯୋଗ ଆମକୁ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ଶିଖାଇଥାଏ। ଏତଦ୍‌ବ୍ୟତୀତ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗଠାରୁ ଭଲ ମହୌଷଧି କିଛି ନାହିଁ। ଖାସ୍‌ ଏଥିପାଇଁ ତ ବଲିଉଡ୍‌ର ଅଭିନେତ୍ରୀମାନେ ନିଜର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ଯୋଗ କରିଥାନ୍ତି। ଯେଉଁଥିପାଇଁ ସେମାନେ ଫିଟ୍‌ ରହିଛନ୍ତି। ହେମାମାଳିନୀ ହୁଅନ୍ତୁ କି ଶିଳ୍ପା ସେଟ୍ଟୀ। ପ୍ରତିଦିନ ଯୋଗ କରି ସୌନ୍ଦର୍ଯ୍ୟକୁ ଅକ୍ଷୁର୍ନ ରଖିଛନ୍ତି। ସେହିପରି କରୀନା କପୁର, ମଲାଇକା ଆରୋରା, ବିପାଶା ବସୁ ମଧ୍ୟ ପ୍ରତିଦିନ କିଛି ସମୟ ଯୋଗ କରିଥାନ୍ତି। ଆଜି ଅର୍ଥାତ୍‌ ଜୁନ୍‌ ୨୧ରେ ଯୋଗ ଦିବସ ଉପଲକ୍ଷେ ଏହି ଅଭିନେତ୍ରୀମାନେ ଯୋଗାଭ୍ୟାସ କରିଛନ୍ତି।

ହେମାମାଳିନୀ : ନିଜର ସୁନ୍ଦର ଚେହେରା ପାଇଁ ହେମା ଯୋଗକୁ ଶ୍ରେୟ ଦିଅନ୍ତି। ସେ ପ୍ରତିଦିନ କିଛି ସମୟ ଯୋଗ କରିଥାନ୍ତି। ଛୋଟବେଳୁ ହେମା ଯୋଗ କରିଆସୁଛନ୍ତି।

ଶିଳ୍ପା ସେଟ୍ଟୀ : ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ପ୍ରତିଦିନ ଯୋଗ ଜରୁରୀ ବୋଲି କୁହନ୍ତି ଶିଳ୍ପା। ଗୋଟିଏ ଦିନ ଯୋଗ ଦିବସ ପାଳନ କରା ନ ଯାଇ ପ୍ରତିଦିନ ଯୋଗ କରିବାକୁ ସେ କହିଛନ୍ତି।

କରୀନା କପୁର : ପ୍ରତିଦିନ ଯୋଗ କରିବା କରୀନାଙ୍କ ଅଭ୍ୟାସ। ଏପରିକି ସେ ତାଙ୍କ ପୁଅ ତୈମୁରକୁ ଏବେଠୁ ଯୋଗାଭ୍ୟାସ କରାଉଛନ୍ତି।

ମଲାଇକା ଆରୋରା : ମଲାଇକା ନିୟମିତ ଯୋଗ କରନ୍ତି। ମୁମ୍ବାଇରେ ସେ ଏକ ଯୋଗ ସେଣ୍ଟର ମଧ୍ୟ ଖୋଲିଛନ୍ତି। ମଲାଇକା କୁହନ୍ତି, ଯୋଗ କଲେ ମନରେ ଶାନ୍ତି ଆସିଥାଏ।

ବିପାଶା ବସୁ : ଯୋଗ କରିବା ଦ୍ୱାରା ଫିଗର ଭଲ ରହିଥାଏ ବୋଲି ବିପାଶା କୁହନ୍ତି। ମାନସିକ ଶାନ୍ତି ସହିତ ଶରୀର ମଧ୍ୟ ସୁସ୍ଥ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ ନାଚିବା ପାଇଁ ଏତିକି ଟଙ୍କା ଫି’ ନିଅନ୍ତି ବଲିଉଡ୍‌ ସେଲିବ୍ରିଟି

ନିକଟରେ ଅଭିନେତା ସଲମାନ ଖାନ ନେତା ପ୍ରଫୁଲ୍ଲ ପଟେଲଙ୍କ ପୁଅ ପ୍ରଜୟ ପଟେଲଙ୍କ ବିବାହରେ ପହଞ୍ଚିଥିଲେ। ଏବେ ସୋସିଆଲ ମିଡିଆରେ ବିବାହର ଏକ ଭିଡିଓ ଭାଇରାଲ...

ଚର୍ଚ୍ଚାରେ ଜ୍ୟାକଲିନଙ୍କ ଫଟୋ ଶୁଟ୍‌

ମୁମ୍ବାଇ: ଜ୍ୟାକଲିନ ଫର୍ନାଡିଜ । ବଲିଉଡର ବ୍ୟସ୍ତ ନାୟିକା । ବଲିଉଡରେ ସକ୍ରିୟ ଥିବା ଏହି ନାୟିକା ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ ।...

ବିଗ ବି’ଙ୍କ ଲିଭରର ୭୫ ପ୍ରତିଶତ କାମ କରୁ ନାହିଁ

ମୁମ୍ବାଇ: ‘କୌନ ବନେଗା କରୋଡପତି’ର ନୂଆ ସିଜିନ୍‌କୁ ନେଇ ଚର୍ଚ୍ଚାରେ ରହିଥିବା ବିଗ ବି ଏବେ ନିଜର ସ୍ବାସ୍ଥ୍ୟାବସ୍ଥାକୁ ନେଇ ସଂଘର୍ଷ କରୁଛନ୍ତି। ସବୁବେଳେ ଫିଟ୍‌...

ମହାଭାରତର ଏହି ଭୂମିକା ଲାଗି ସାଇନ୍‌ କରିଥିଲେ ଜୁହି ଚାଓ୍ବଲା, ପରେ କରିଥିଲେ ମନା

ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତେବେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଅଭିନୟ...

ବିଜ୍ଞାନକୁ ଛାଡ଼ିି ରହିବା ମୋ ପାଇଁ କଷ୍ଟଦାୟକ

ଚନ୍ଦ୍ର ଓ ମଙ୍ଗଳକୁ ଯାନ ପଠାଇ ଭାରତ ମହାକାଶ ବିଜ୍ଞାନରେ ଆଗୁଆ ରାଷ୍ଟ୍ରମାନଙ୍କର ସମକକ୍ଷ ହୋଇପାରିଛି। ବିଶ୍ୱରେ ଆଣିିଛି ଏକ ନୂଆ ପରିଚୟ। ଭାରତର ମହାକାଶ...

ରିଲିଜ୍‌ର ପ୍ରଥମ ସପ୍ତାହରେ ୬୦୦ କୋଟି ଆୟ କଲା ‘ପଠାନ୍‌’

ହିନ୍ଦୀ ସିନେମା ପାଇଁ ଚଳିତ ବର୍ଷ ଆରମ୍ଭ ଧମାକାଦାର ରହିଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରି ବଲିଉଡକୁ...

ସ୍ବାମୀଙ୍କୁ ଏହି ନାମରେ ଡାକନ୍ତି ପ୍ରିୟଙ୍କା

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ୨୦୧୮ରେ ଆମେରିକାର ସିଙ୍ଗର ନିକ୍‌ ଜୋନାସ୍‌ଙ୍କୁ ବିବାହ କରିଥିଲେ। ସେତେବେଳେ ଲୋକେ ଭାବୁଥିଲେ ପ୍ରିୟଙ୍କାଙ୍କ ଓଭର ରୁଲିଂ ନେଚର...

ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ପୁଷ୍ପା,ଏବେଠୁ ବଢିଲାଣି କ୍ରେଜ୍‌

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’ ଡିସେମ୍ବର ୧୭ ରେ ଥିଏଟର ରିଲିଜ ହେବା ପରଠୁ ଏହାକୁ ଦେଖିବାକୁ ପ୍ରସଂଶକଙ୍କ ଭିଡ ଲାଗିଛି। ଆଲୁ ଅର୍ଜୁନ...

Advertisement
Archives

Model This Week