Posted inଜାତୀୟ

ଯେଉଁ ରାଜନେତାଙ୍କ ଭାଷଣ ଶୁଣିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ଲୋକେ

ନୂଆଦିଲ୍ଲୀ, ୧୬।୮: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିବାହାରୀ ବାଜପେୟୀଙ୍କ ପ୍ରଥମ ପୁଣ୍ୟତିଥି। ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି। ଅଟଳ ଜୀ ୯ ଥର ଲୋକ ସଭା ଏମ୍‌ପି ହୋଇଥିବାବେଳେ ୨ଥର ରାଜ୍ୟ ସଭାକୁ ମନୋନୀତ ହୋଇଥିଲେ। ସେହିପରି ୩ଥର ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ ବାଜପେୟୀ। ଡିଏଭି ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବେଳେ ସେ ଛାତ୍ର ନେତା ଭାବେ ପରିଚିତି ହାସଲ କରିଥିଲେ। ୧୯୫୭ରେ ଯେବେ ସେ ପ୍ରଥମଥର ପାଇଁ ବଲରାମପୁରରୁ ଏମ୍‌ପି ହୋଇ ଲୋକସଭା ପହଞ୍ଚିଥିଲେ, ସେତେବେଳ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ତାଙ୍କ ଭାଷଣ ଶୁଣି କହିଥିଲେ, ଏହି ଯୁବକ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବ। ଶେଷରେ ସେଇଆ ହିଁ ଘଟିଥିଲା। ସେ ୩ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଥମ ରାଜନେତା ଭାବେ ସଂଯୁକ୍ତ ରାଷ୍ଟ୍ର ସଂଘରେ ହିନ୍ଦୀରେ ଭାଷଣ ଦେଇଥିଲେ। ସେତେବେବେଳେ ସେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଥିଲେ। ତାଙ୍କ ଭାଷଣ ଶୁଣିବା ପାଇଁ ଲୋକେ ଖରା, ବର୍ଷା କିମ୍ବା ଶୀତକୁ ମଧ୍ୟ ଡରୁ ନ ଥିଲେ। ତାଙ୍କ ସଭାରେ ଲୋକଙ୍କ ଭିଡ ଜମୁଥିଲା। ଏପରିକି ପାର୍ଲିଆମେଣ୍ଟରେ ବି ଭାଷଣ ଦେଲାବେଳେ ବିରୋଧୀ ଦଳର ନେତାମାନେ ବି ନୀରବରେ ବସି ଶୁଣୁଥିବାର ଲକ୍ଷ୍ୟ କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୌପଦୀଙ୍କୁ ସମର୍ଥନ କଲେ ମାୟାବତୀ

ଲକ୍ଷ୍ନୌ,୨୫ା୬: ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ମାୟାବତୀ ଶନିବାର ଲକ୍ଷ୍ମୌରେ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, ଆଦିବାସୀ ସମାଜକୁ ଏକ ବିଶେଷ ଅଂଶ ଭାବରେ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ସୋନିଆ

ନୂଆଦିଲ୍ଲୀ,୨୨।୭: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ରମରେ କଂଗ୍ରେସ ସଭାପତି...

ରାଜଧାନୀରେ ୧୨୦୦ ଡାକ୍ତର, ୭୦୦ ନର୍ସ, ୪୦୦ ପାରାମେଡିକାଲ ଷ୍ଟାଫ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୧ ।୧: କରୋନା ସଂକ୍ରମଣ ମଧ୍ୟରେ ଦିଲ୍ଲୀର ହସ୍ପିଟାଲ ଗୁଡିକ ଅଡୁଆରେ ପଡିଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ୪୦ରୁ ଅଧିକ ସରକାରୀ...

ଜମ୍ମୁ-କଶ୍ମୀରକୁ ମିଳିଲା ନୂଆ ଉପରାଜ୍ୟପାଳ

ଶ୍ରୀନଗର,୭।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଶୁକ୍ରବାର ଜମ୍ମୁ-କଶ୍ମୀରର ନୂଆ ଉପରାଜ୍ୟପାଳ ଭାବେ ଶହପଥ ଗ୍ରହଣ କରିଛନ୍ତି। ପୂର୍ବତନ ଆଇଏଏସ୍‌ ଅଧିକାରୀ ଗିରିଶ ଚନ୍ଦ୍ର ମୂର୍ମୁଙ୍କ...

ସିଆର୍‌ପିଏଫ୍‌ ଯବାନ-ମାଓବାଦୀ ମୁହାଁମୁହିଁ: ୨ କୋବ୍ରା କମାଣ୍ଡୋ ଶହୀଦ

ରାୟପୁର,୧୦।୨: ଛତିଶଗଡ଼ରେ ସିଆର୍‌ପିଏଫ୍‌ ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ସିଆର୍‌ପିଏଫ୍‌ କମାଣ୍ଡୋ ଶହୀଦ ହୋଇଛନ୍ତି। ସେହିପରି cଜଣେ ମାଓବାଦୀଙ୍କ ମୃତ୍ୟୁ ମଧ୍ୟ ଘଟିଛି।...

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ତୃତୀୟ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ...

ଡ. ଏନ୍‌ କଲାଇସେଲ୍‌ଭି ସିଏସ୍‌ଆଇଆର୍‌ର ପ୍ରଥମ ମହିଳା ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ,୭ା୮: ଇଲୋକ୍ଟ୍ରୋକେମିକାଲ ପାଓ୍ବାର ସିଷ୍ଟମ ଉପରେ ୨୫ ବର୍ଷରୁ ଅଧିକ ଗବେଷଣା ପାଇଁ ଜଣାଶୁଣା ବୈଜ୍ଞାନିକ ଡକ୍ଟର ଏନ୍‌ କଲାଇସେଲ୍‌ଭିଙ୍କୁ ଏକ ବଡ଼ ଦାୟିତ୍ୱ ପ୍ରଦାନ...

ଟ୍ରକ୍‌ରେ ପିଟିହେଲା ବରଯାତ୍ରୀ ଗାଡି: ଚାଲିଗଲା ୮ ଜୀବନ

ଜୟପୁର,୭।୬: ରାଜସ୍ଥାନରେ ଏକ ଅଭାବନୀୟ ଘଟଣା ଘଟିଛି। ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ବାରମେର୍‌ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ...

Advertisement
Archives

Model This Week