Posted inଫୁରସତ

ଯେଉଁଠି କ୍ଷୀର ବିକିବା ମନା

କ୍ଷୀର ସ୍ବାସ୍ଥ୍ୟ ପାଇଁ କେତେ ଜରୁରୀ ଏହା ସମସ୍ତଙ୍କୁ ଜଣା। ପ୍ରତ୍ୟେକ ଘରେ ରାତି ପାହିବା ମାତ୍ରକେ କ୍ଷୀର ଆବଶ୍ୟକତା ପଡ଼ିଥାଏ। ଯଦି ସକାଳୁ କ୍ଷୀରବାଲା ଆସି ଦୁଆର ଆଗରେ ଡାକ ନ ଦିଏ, ତେବେ କଥା ସରିଲା। କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ, ଭାରତରେ ଏଭଳି ଏକ ସ୍ଥାନ ଅଛି ଯେଉଁଠାରେ କ୍ଷୀର ବିକିବା ପାପ ବୋଲି କୁହାଯାଏ। ଆଗ୍ରାର କୁଆଖେଡ଼ା ଗଁାରେ ଏଭଳି ଏକ ପରମ୍ପରା ୨୦୦ ବର୍ଷ ତଳୁ ଚାଲିଆସୁଛି। ଗ୍ରାମବାସୀଙ୍କ ବିଶ୍ୱାସ କ୍ଷୀର ବିକିବା ଅର୍ଥ ପ୍ରକୃତିରାଣୀଙ୍କ କ୍ରୋଧର ଶିକାର ହେବା। ଅର୍ଥାତ୍‌ ଯିଏ ବି ଏହି ଗଁାରେ କ୍ଷୀର ବିକିଥାନ୍ତି ତାଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। କେତେବେଳେ ଗାଈର ମୃତ୍ୟୁ ହୁଏ ତ କେତେବେଳେ ବିକ୍ରେତାଙ୍କ ଶରୀର ରୋଗଗ୍ରସ୍ତ ହୋଇପଡ଼େ। ଏଭଳି ଘଟଣା ପୂର୍ବପୁରୁଷ ଅମଳରୁ ଘଟିଆସୁଥିବାରୁ ଏଠାରେ କ୍ଷୀର ବିକ୍ରି ଉପରେ ନିଷେଧ ଜାରି କରାଯାଇଛି। କ୍ଷୀରକୁ ଦହି କିମ୍ବା ଛେନା ଭାବେ ଏଠାରେ ବିକ୍ରି କରାଯାଇଥାଏ। ଯଦି କାହାର କ୍ଷୀର ଦରକାର ପଡ଼େ, ତେବେ ତାଙ୍କୁ ମାଗଣାରେ ପ୍ରଦାନ କରାଯାଏ। କ୍ଷୀର ନିଷେଧ ଯୋଗୁ ଏହି ଗାଁରେ ଚା’ ଦୋକାନ ମଧ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରିକେଟ୍‌ରେ ଫେଲ୍‌, ରାଜନୀତିରେ ପାସ୍‌’

ପାଟନା,୧୦।୮:ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ନୀତୀଶଙ୍କ ବ୍ୟତୀତ ଆରଜେଡି ନେତା ତେଜସ୍ବୀ ଯାଦବ ବିହାରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।...

ଦିପାବଳୀର ଭିନ୍ନ ଉପହାର: ୧୦ ଗ୍ରାମ ସୁନା, ମୋବାଇଲ, ମିକ୍ସର… ରୋଗୀ ଆଣ ଉପହାର ନିଅ

ଇନ୍ଦୋର,୧୯ ।୧୦: ମଧ୍ୟ ପ୍ରଦେଶର ଆଗର ମାଲୱା ଜିଲାରେ ଚିକିତ୍ସା ବିଭାଗ ଏକ ଭିନ୍ନ ଉପହାର ଘୋଷଣା କରିଛି । ଟିବି ରୋଗୀଙ୍କୁ ହସ୍ପିଟାଲ ଆଣୁଥିବା...

ବିବାହ ଉତ୍ସବକୁ ସେନା ନିମନ୍ତ୍ରିତ

ଥିରୁଭାନନ୍ତପୁରମ୍‌: ବିବାହ ସମସ୍ତଙ୍କ ଜୀବନରେ ବହୁତ ଖାସ ମୁହୂର୍ତ୍ତ ହୋଇଥାଏ। ଏଥିସହ ବିବାହକୁ ସ୍ମରଣୀୟ କରିବାକୁ ମଧ୍ୟ ସମସ୍ତେ ଚାହିଁଥାନ୍ତି। ତେବେ ଏପରି ଘଟଣା ସାମ୍‌ନାକୁ...

ଗର୍ଭ ନିରୋଧକ ହିଁ ବିକଳ୍ପ

ପୃଥିବୀର ଜନସଂଖ୍ୟା ଯୋଗୁ ସଙ୍କଟ ବଢ଼ିବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧିର ବହୁ କାରଣ ରହିଛି। ସେଗୁଡ଼ିକ ମଧ୍ୟରେ ପାଠପଢ଼ାର ଅଭାବ, ଲୋକଙ୍କ ଆର୍ଥିକ ସ୍ଥିତି, ସ୍ବାସ୍ଥ୍ୟସେବାର...

ବିଦେଶରେ ଆଦର ପାଉଛି ଗ୍ରାମୋଦ୍ୟୋଗ ସାମଗ୍ରୀ

ପ୍ରଶ୍ନ- ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀର ଚାହିଦା କିଭଳି ରହିଛି? ଉତ୍ତର- ଓଡ଼ିଶାରେ ଭଲ ଚାହିଦା ରହିଛି। ଖଦି ଚାହିଦା ଶତ ପ୍ରତିଶତ ନ ଥିଲେ...

ଏଠି ଡାକ୍ତରଙ୍କ ଅବସାଦ ଦୂର କରୁଛି କୁକୁର

ଓ୍ବାଶିଂଟନ,୩୧।୩: କରୋନା ଭାଇରସ ଏବେ ଇଟାଲୀ ଓ ଆମେରିକାରେ ତା’ର କାୟା ବିସ୍ତାର କରିବାରେ ଲାଗିିଛି। ଦିନକୁ ଏଠାରେ ଶହ ଶହ ଲୋକ କରୋନାରେ ସଂକ୍ରମିତ...

ସୃଜନଶୀଳତାକୁ ସମ୍ମାନ ପାଇଁ ଦିନଟିଏ

ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ପ୍ରତିବର୍ଷ ଏପ୍ରିଲ ୨୬ରେ ପାଳିତ ହେଉଛି। ଏହା ୨୦୦୦ରେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନ (ଡବ୍ଲ୍ୟୁଆଇପିଓ) ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।...

ଚାଟ୍‌ ଦୋକାନୀଙ୍କ ‘ମହାଭାରତ’: ହାତରେ ଯାହା ମିଳିଲା କଲେ ଆକ୍ରମଣ; ଭିଡିଓ ଭାଇରାଲ ପରେ..

ବାଗପତ: ଉତ୍ତରପ୍ରଦେଶର ବାଗପତରେ ଚାଟ୍‌ ଦୋକାନୀଙ୍କ ମଧ୍ୟରେ ମାର୍‌ପିଟ୍‌ର ଏକ ୫ ମିନିଟ୍‌ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦୋକାନୀମାନେ ପରସ୍ପରକୁ ଲାଠିରେ...

Advertisement
Archives

Model This Week