‘ଯୁବପିଢ଼ିଙ୍କ ହାତରେ ନୂତନ ଭାରତ’

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଦେଶ ସ୍ବାଧୀନ ହେବା ସମୟରେ ଯେତିକି ଲୋକ ଥିଲେ, ବର୍ତ୍ତମାନ ତା’ର ବହୁ ଗୁଣା ଅଧିକ ଅଛନ୍ତି। ଏମାନଙ୍କ ମଧ୍ୟରେ ୬୦ପ୍ରତିଶତ ଲୋକ ୩୫ବର୍ଷରୁ କମ୍‌ ବୟସର ଅଛନ୍ତି। ତେଣୁ ନୂତନ ଭାରତ କିପରି ହେବାର ଆବଶ୍ୟକ ରହିଛି, ତାହା ଆଜିର ଯୁବପିଢ଼ି ନିର୍ଦ୍ଧାରଣ କରିବା ଉଚିତ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି। ହରେକୃଷ୍ଣ ମହତାବ ଫାଉଣ୍ଡେଶନ ପକ୍ଷରୁ ୩୧ତମ ସ୍ମାରକୀ ବକ୍ତୃତାରେ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ଏହା କହିଛନ୍ତି।
ମଙ୍ଗଳବାର ଇଡ୍‌କଲ ଅଡିଟୋରିୟମଠାରେ ଆୟୋଜିତ ‘ଇଣ୍ଡିଆସ୍‌ ଫ୍ୟୁଚର ଜର୍ନି ଇନ୍‌ ନ୍ୟୁ ଇଣ୍ଡିଆ’ ଉପରେ କେନ୍ଦ୍ରମନ୍ତ୍ରୀ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ନୂତନ ଭାରତ ପାଇଁ କେବଳ କୌଣସି ଗୋଷ୍ଠୀ ଭିତରେ ଆଲୋଚନା ହେଲେ କିମ୍ବା ଭାରତରେ ସୀମିତ ହେଲେ ହେବ ନାହିଁ। ଭାରତକୁ ଆଗକୁ ବଢ଼ିବା ପାଇଁ ଓ ବିଶ୍ୱସ୍ତରରେ କିପରି ଲାଭ ପାଇପାରିବ ସେଥିପାଇଁ ଆମକୁ ଅନ୍ୟ ଦେଶ ସହ ଆଲୋଚନା କରିବାକୁ ହେବ। ନୂତନ ଭାରତ ପାଇଁ ଅର୍ଥନୈତିକ କ୍ଷେତ୍ରକୁ ଗୁରୁତ୍ୱ ଦେବାକୁ ପଡ଼ିବ। ଏହାସହ ନୂତନ ଜ୍ଞାନକୌଶଳ, ଡିଜିଟାଲାଇଜେଶନ, ଜଳବାୟୁ ପରିବର୍ତ୍ତନ, ଭିତ୍ତିଭୂମି ଉପରେ ଦୃଷ୍ଟି ଦେବାକୁ ପଡ଼ିବ। ଆମ ପାଖରେ ପ୍ରାକୃତିକ ସମ୍ବଳ ସହିତ ମାନବ ସମ୍ବଳ ଅଧିକ ରହିଛି। ଏହି ଦୁଇଟିଯାକ ଯଦି ମିଶିଯାଏ ତେବେ ନୂତନ ଭାରତର ଲକ୍ଷ୍ୟ ସଫଳ ହୋଇପାରିବ। ପ୍ରତ୍ୟେକ ଜିଲାରେ ଭିତ୍ତିଭୂମିକୁ ବୃଦ୍ଧି କରିବାକୁ ହେବ। ଯଦି ଏହା ସମ୍ଭବ ହୋଇପାରିବ ତେବେ ଭାରତର ସର୍ବାଙ୍ଗୀନ ବୃଦ୍ଧି ସମ୍ଭବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଡ. ହରେକୃଷ୍ଣ ମହତାବଙ୍କ ସମ୍ପର୍କରେ ବକ୍ତବ୍ୟ ରଖି ସେ କହିଛନ୍ତି, ହରେକଷ୍ଣ ମହତାବ ଜଣେ ଦକ୍ଷ ରାଜନେତା ସହ ପ୍ରଭାବଶାଳୀ ବ୍ୟକ୍ତି ଥିଲେ। ସମାଜର ହିତ ପାଇଁ ସେ ନିଜକୁ ଉତ୍ସର୍ଗ କରିଥିଲେ। ଗରିବ ଓ ଆଦିବାସୀଙ୍କୁ କିପରି ସବୁ ପ୍ରକାର ସୁବିଧା ମିଳିପାରିବ ସେଥିପାଇଁ ସେ କାର୍ଯ୍ୟ କରୁଥିଲେ। ଆଜିର ଯୁବପିଢ଼ି ତାଙ୍କ ପ୍ରେରଣାରେ ଅନୁପ୍ରାଣିତ ହେବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପୂର୍ବତନ ନିର୍ବାଚନ କମିଶନର ରବି ନାରାୟଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଏମ୍‌ପି ତଥା ହରେକୃଷ୍ଣ ମହତାବଙ୍କ ସୁପୁତ୍ର ଭର୍ତ୍ତୃହରି ମହତାବ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଫେସର ତରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନେକ ରାଜନେତା, ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଣ୍ଢାରେ ବଡ଼ ସଡ଼କ ଦୁର୍ଘଟଣା; ଔଷଧ କିଣିବାକୁ ଯାଉଥିବା ବେଳେ କାର-ଟ୍ରକ ଧକ୍କାରେ ଦମ୍ପତି ମୃତ, କ୍ଷତିପୂରଣ ଦାବିରେ ୧୬ ନଂ ଜାତୀୟ ରାଜପଥ ଅବରୋଧ

ଗୋପାଳପୁର,୧୬ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଅଧିନସ୍ଥ ରଣ୍ଢାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗୁରୁବାର ଦିନ ରାସ୍ତା…

କବାଟ ବନ୍ଦ କରି ୪ ବର୍ଷର ପୁଅକୁ ହତ୍ୟା କଲେ ବାପା, ମା’ ଆଖିରୁ ଶୁଖୁନି ଲୁହ, କହିଲେ ତାଙ୍କ ସ୍ବାମୀ…

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ବାପା ସାଜିଲେ ଜହ୍ଲାଦ। ଦୁନିଆ କ’ଣ ଜାଣି ନ ଥିବା ୪ ବର୍ଷର ଜନ୍ମ କଲା ପୁଅକୁ କଟୁରିରେ ହାଣି ହତ୍ୟା କଲେ…

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ, ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି ମହାବାହୁ

ପୁରୀ,୧୬ା୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଗୁରୁବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ…

ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ସହ…

ପୁରୀ,୧୬ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ।…

ଝୁଲି ଝୁଲି ଆସୁଛନ୍ତି ବଡଠାକୁର, ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ

ପୁରୀ,୧୬।୭: ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ପବିତ୍ର ପହଣ୍ଡି । ଶଙ୍ଖ, ଘଣ୍ଟ, ମୃଦଙ୍ଗ ଓ “ହରିବୋଲ” ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ। ଭକ୍ତିରେ ମୁଖରିତ…

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ଓଡ଼ିଆରେ ଲେଖିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ, ୧୬।୭: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ମହାବାହୁ…

ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri