କୁଆମରା,୩ା୯(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଆରପଟା ପଞ୍ଚାୟତ ଅନ୍ତର୍ଗତ ବଡବଧା ଗ୍ରାମର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି। ଶ୍ମଶାନରୁ ହାଡ଼ପାଉଁଶ ଜବତ କରି ସୋମବାର ୨୦ରୁ ଅଧିକ ଲୋକଙ୍କୁ ଥାନାକୁ ଡାକି ପୋଲିସ ପଚରାଉଚରା ଜାରି ରହିଛି। ପୋଲିସ ସୂଚନା ଅନୁଯାୟୀ, ବଡବଧା ଗ୍ରାମର ଜଣେ ବୃଦ୍ଧାଙ୍କର ଗତ ଗୁରୁବାର ସ୍ବାଭାବିକ ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହ ସତ୍କାର ପାଇଁ ରାତିରେ ପଡିଶା ଲୋକେ ନିକଟସ୍ଥ ଶ୍ମଶାନକୁ ଯାଇଥିଲେ। ସତ୍କାର ପଡିଶା ଲୋକେ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ମାତ୍ର ବାପି ସିଂ(୩୫) ନାମକ ଜଣେ ଯୁବକ ସେହି ପୋଖରୀରେ ବୁଡ଼ି ଯାଇଥିଲେ। ସମସ୍ତେ ଗାଧୋଇ ସାରି ଘରକୁ ଫେରିଥିବା ବେଳେ ବାପି ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ଖୋଜା ଖୋଜି କରି ତାଙ୍କୁ ପାଇନଥିଲେ। ପର ଦିନ ସକାଳେ ପୋଖରୀ ମଧ୍ୟରୁ ବାପିଙ୍କ ମୃତଦେହ ମିଳିବା ପରେ ପୋଲିସକୁ ଖବର ନ ଦେଇ ତରବରିଆ ଭାବେ ମୃତଦେହ ପୋଡି ଦିଆଯାଇଥିଲା। ଏହି ମୃତ୍ୟୁ ଘଟଣାରେ ସନ୍ଦେହ ପ୍ରକାଶ କରି ବାପିଙ୍କ ବଡ ଭାଇ ରମେଶ ସିଂ କୁଆମରା ଫାଣ୍ଡିରେ ଅଭିଯୋଗ କରିଥିଲେ। ଏସପିଙ୍କ ନିର୍ଦ୍ଦେଶରେ ଉଦଳା ଉପଖଣ୍ଡ ପୋଲିସ ଅଧିକାରୀ ସ୍ବପ୍ନରଞ୍ଜନ ମହାପାତ୍ର, ଥାନା ଅଧିକାରୀ ନବକୃଷ୍ଣ ନାଏକ ଓ କୁଆମରା ଫାଣ୍ଡି ଅଧିକାରୀ ବଳରାମ ମହାରଣା ରବିବାର ରାତିରେ ଘଟଣାସ୍ଥଳରେ ପହଞ୍ଚି ଶ୍ମଶାନରୁ ହାଡ ପାଉଁଶ ଜବତ କରିଛନ୍ତି। ୨୦ରୁ ଅଧିକ ଲୋକଙ୍କୁ ଥାନାକୁ ଡାକି ପଚରା ଉଚରା କରାଯାଉଛି। ଏଥିନେଇ ଥାନାରେ ଏକ ମାମଲା( ନଂ.୧୦୦/୧୯) ରୁଜୁ ହୋଇଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

