ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଞ୍ଜନଗର,୨୧।୧(ଡି.ଏନ.ଏ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଢୋଲପିଟା ନିକଟରେ ଆଖି ଓ ହାତବନ୍ଧା ଅବସ୍ଥାରେ ଜଣେ ଅଚିହ୍ନା ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଅପରାହ୍ନ ପ୍ରାୟ ୫ଟାରେ କିଛି ଲୋକ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇ ଯାଇଥିବାରୁ ମୃତଦେହ ଉଠାଯାଇପାରି ନ ଥିଲା। ମଙ୍ଗଳବାର ସାଇଣ୍ଟିଫିକ୍‌ ଟିମ୍‌ ଆସି ତଦନ୍ତ କରିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ।
ଯୁବକଙ୍କୁ ହତ୍ୟା କରିିବା ପରେ ଅଭିଯୁକ୍ତମାନେ କୌଣସି ଗାଡ଼ିରେ ଆଣି ଢୋଲପିଟା ନିକଟ କଲଭର୍ଟ ପାଖରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ରାସ୍ତାରେ ରକ୍ତ ଛିଟା ପଡ଼ିଥିବାରୁ ଗାଡ଼ିରୁ ମୃତଦେହକୁ ଘୋଷାଡ଼ି ପକାଇ ଦିଆଯାଇଥିବା ପୋଲିସ ଅନୁମାନ କରୁଛି। ରିପୋର୍ଟ ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ମିଳି ନ ଥିବା ତାରସିଂ ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଖଲ୍ଲିକୋଟ,୧୬।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ନିର୍ମଳଝରଠାରେ ଏକ କାର୍‌-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଆରୋହୀ ୨...

ମେଳାରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡ଼ା ପଞ୍ଚାୟତ ଜକମେରୀପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ନରସିଂହ ବେହେରା ନାମକ ଜଣେ...

ସଚେତନତାରେ ସୀମିତ ବିଇଏମ୍‌ସିର ଡେଙ୍ଗୁ ନିୟନ୍ତ୍ରଣ

ବ୍ରହ୍ମପୁର,୧୬ା୬(ଅଶୋକ କୁମାର ସାହୁ)ମୌସୁମୀ ବର୍ଷା ଆରମ୍ଭ ହୋଇ ନ ଥିଲେ ବି ବ୍ରହ୍ମପୁର ସହରରେ ଡେଙ୍ଗୁ ଡରାଇବାକୁ ଲାଗିଲାଣି। କିଛି ଦିନ ତଳେ ସହରରେ ଦୁଇ...

ମୃତ ଦିଲୀପଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ଗୋକୁଳାନନ୍ଦ

ଖଲ୍ଲିକୋଟ,୧୫।୬(ପ୍ରଶାନ୍ତ କୁମାର ମିଶ୍ର): ରାଜ୍ୟରେ ନୂଆ ସରକାରରେ ଶନିବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ...

ଘର ବାରଣ୍ଡାରେ ବସିଥିବା ବେଳେ ହେଲା ବଜ୍ରପାତ: ଶାଶୁଙ୍କ ଜୀବନ ଗଲା, ଜ୍ୱାଇଁ ଗୁରୁତର

ଦିଗପହଣ୍ଡି,୧୫ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଝାଟିପିଟିଆ ଗ୍ରାମ ଦଳିତ ସାହିରେ ବଜ୍ରପାତ ଘଟିବାରୁ ଜାନକୀ ନାଇକ ନାମ୍ନୀ ଜଣେ...

ଜନ୍ମମାଟିରେ ପହଞ୍ଚିଲା କୁଏଟ୍‌ରେ ପ୍ରାଣ ହରାଇଥିବା ସନ୍ତୋଷଙ୍କ ମୃତଦେହ

ପୁରୁଷୋତ୍ତମପୁର,୧୫ା୬(ସିମାଞ୍ଚଳ ମିଶ୍ର): ରାଜ୍ୟରେ କାମଧନ୍ଦା ଅଭାବରୁ ନିଜେ ବଞ୍ଚିବା ସହ ପରିବାରକୁ ବଞ୍ଚାଇବା ଲାଗି ଦାଦନ ଖଟିବାକୁ କୁଏଟ୍‌ ଯାଇଥିବା ବେଳେ ସେଠାରେ ଜଳିଯାଇ ପ୍ରାଣ...

ମାତୁଛନ୍ତି ଚୋର, ଅଭିଯୋଗ ପରେ ବି ଧରି ପାରୁନି ପୋଲିସ

ଗୋପାଳପୁର,୧୫।୬(ନବୀନ ରାଜ ଆଚାରୀ): ଗତ କିଛି ଦିନ ହେଲା ଗୋପାଳପୁର ଥାନା ଅଞ୍ଚଳ ଚୋର ଦଳ ସକ୍ରିୟ ହୋଇପଡିଛନ୍ତି l ଗୋଟିଏ ପରେ ଗୋଟିଏ ଘର...

ମଣ୍ଡପକୁ ମାଡ଼ିଗଲା ଟ୍ରକ୍‌: ଚା’ ଦୋକାନୀ ମୃତ

ଧରାକୋଟ,୧୪ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ବାହାଡ଼ାଗୁଡା ଛକରେ ଶୁକ୍ରବାର ଏକ ଟ୍ରକ ଭାରସାମ୍ୟ ହରାଇ ଜଣେ ଚା’ ଦୋକାନୀଙ୍କୁ ଧକ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri