ଯାତ୍ରା କଳାକାରଙ୍କୁ ହତ୍ୟା

ଭୋଗରାଇ, ୧୮ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ା ଶୁକ୍ରବାର ମଧ୍ୟରାତ୍ରିରେ ଜଣେ ନିଶାଗ୍ରସ୍ତ ଯୁବକ ଯାତ୍ରା ପାର୍ଟିର ହାସ୍ୟ କଳାକାରଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଥିବା ଭୋଗରାଇ ଥାନାରେ ଅଭିଯୋଗ ହୋଇଛି ା ପୋଲିସ ଏହି ଘଟଣାରେ ଏକ ହତ୍ୟା ମାମଲା (ନଂ.୧୫୦/୧୯) ରୁଜୁ କରି ସୁନାଧରବସାଣ ଗ୍ରାମର ରାଜେନ୍ଦ୍ର ଦଳାଇ(୩୦)ଙ୍କୁ ତାଙ୍କ ଶ୍ୱଶୁର ଘର ବିଚିତ୍ରପୁରରୁ ଗିରଫ କରି କୋର୍ଟଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ା ହତ୍ୟା ଘଟଣାରେ ଭୋଗରାଇ ଥାନା ପକ୍ଷରୁ ତଦନ୍ତ ଜାରି ରହିଛି ା
ଭୋଗରାଇହାଟସ୍ଥିତ ଶ୍ୟାମସୁନ୍ଦର ରିକ୍ରେସନ ସେଣ୍ଟର ପଡିଆରେ ସ୍ଥାନୀୟ ଶୁଭଲକ୍ଷ୍ମୀ ଅପେରାର ରିହରସାଲ ହେଉଥିଲା। ରିହରସାଲ ସରିବା ପରେ ଏହି ପାର୍ଟିର ହାସ୍ୟ କଳାକାର ବାଲିଆପାଳ ବ୍ଲକ କଟିସାହି ଗ୍ରାମର ତ୍ରିଲୋଚନ ରଣଜିତ(୫୦)ବଜାରକୁ ଯାଇଥିଲେ ା ସେଠାରେ ସୁନାଧରବସାଣ ଗ୍ରାମର ରାଜେନ୍ଦ୍ର ଦଳାଇଙ୍କ ସହିତ ଉକ୍ତ ଯାତ୍ରା ପାର୍ଟିର ଖଳନାୟକଙ୍କୁ ନେଇ ବଚସା ହୋଇଥିଲା। ଦୁଇଜଣଙ୍କ ମଧ୍ୟରେ ଠେଲାପେଲା ହେବା ସହିତ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ରାଜେନ୍ଦ୍ର ଉତ୍ତ୍ୟକ୍ତ ହୋଇ ଏକ ଠେଙ୍ଗାରେ ହାସ୍ୟ ଅଭିନେତା ରଣଜିତଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଭୋଗରାଇ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଭାଇଡର୍‌ ଉପରେ ଚଢ଼ିଗଲା ୧୨ ଚକିଆ ଯାନ

ଆନନ୍ଦପୁର,୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ ଛକରେ ନିର୍ମାଣାଧୀନ ଅଧାପନ୍ତରିଆ ତଥା ଅଣଓସାରିଆ ରୋଡ୍‌ ପାସିଂରେ ଯାନବାହନ ଚଳାଚଳ ପାଇଁ ସମସ୍ୟା ସୃଷ୍ଟି ହେଉଛି। ଯାନବାହନଗୁଡ଼ିକ...

ପୋଖରୀରେ ପଡ଼ି ଶିଶୁପୁତ୍ର ମୃତ

ସୋର,୧୮।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋର ଥାନା ମଧୁସୂଦନପୁର ପଞ୍ଚାୟତର କୁରୁଣିଆ ଗ୍ରାମର ମାମୁଁ ରମାକାନ୍ତ ମହାକୁଡ଼ଙ୍କ ଘରକୁ ବୁଲିବାକୁ ଆସି ୩ବର୍ଷର ଶିଶୁପୁତ୍ର ପୋଖରୀରେ ପଡ଼ି...

ଦାଦା ଆକ୍ରମଣରେ ପୁତୁରା ଗୁରୁତର

ରେମୁଣା, ୧୫ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶେରଗଡ଼ ପଞ୍ଚାୟତ ଖନ୍ତାପଡା ଥାନା ଅଧୀନ ପଞ୍ଚଗଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ପାରିବାରିକ ଓ ଜମିବାଡ଼ି...

ବଜ୍ରପାତରେ କୃଷକଙ୍କ ଜୀବନଗଲା

ବାଲେଶ୍ୱର ଅଫିସ,୧।୯: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଗୋବରଘାଟା ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ କାର୍ତ୍ତିକ ମହାନ୍ତି...

ମୁଖ୍ୟ ରାସ୍ତା ବନ୍ଦ, ଲୋକେ ହଇରାଣ: କାର୍ଯ୍ୟରେ ମନ୍ଥରତା ନେଇ ଅସନ୍ତୋଷ

ବସ୍ତା, ୨୬।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବସ୍ତା, ଗାନ୍ଧୀଛକ, ବାହାର୍ଦ୍ଦାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ତିନି ପଟୁ ରାସ୍ତା ବନ୍ଦ କରାଯାଇଛି।...

ପରୀକ୍ଷାଫଳ ନ ବାହାରିବା ପ୍ରତିବାଦରେ ଘେରାଉ

ବାରିପଦା ଅଫିସ,୭ା୭- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ଶ୍ରୀମା ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଭୋକେସନାଲ ପରୀକ୍ଷା ଦେଇଥିବା ୨୪ ଜଣ ଛାତ୍ରୀଙ୍କ ପରୀକ୍ଷା ଫଳ...

ଚକାଫାଟି ଗଛରେ ପିଟିହେଲା ଆମ୍ବୁଲାନ୍ସ, ୨ ଆହତ

ସଜନାଗଡ଼,୧୦।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଜାମୁନା ଅଞ୍ଚଳକୁ ରୋଗୀ ଆଣିବାକୁ ଯାଉଥିବା ବେଳେ ଚକା ଫାଟିଯିବାରୁ ଏକ ଆମ୍ବୁଲାନ୍ସ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ଖଡଗ୍‌ପୁର ରେଳଷ୍ଟେଶନରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଜଣେ ଗିରଫ

ଜଳେଶ୍ୱର,୨୮।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଶନିବାର ଭୋର ସମୟରେ ଖଡଗ୍‌ପୁର ରେଳଷ୍ଟେଶନରୁ ରେଳବାଇ ପୋଲିସ ଗିରଫ...

Play 250+ Trending Games
Archives

Model This Week

Why Dharitri