ଯାତ୍ରାର ଅନ୍ତିମ ପର୍ବ

ସୁପ୍ରଭା ବେହେରା

ଚଳନ୍ତି ଯାନର ଝରକା ଫାଙ୍କରୁ ନୀଳ ଗଗନ, ଭସା ବାଦଲ, ସବୁଜିମା ଭରା ନଦନଦୀ, ଧୂସର ପାହାଡ଼ ଦେଖିବାର ମଜା କିଛି ନିଆରା। ମନ ଉପରେ ତାହା ଏକ ଭିନ୍ନ ପ୍ରଭାବ ପକାଏ। ବିଷାଦ ମନରେ ଭରିଦିଏ ପ୍ରାଣ ପ୍ରାଚୁର୍ଯ୍ୟ । କେବେ କେବେ ଖୁବ୍‌ ସୁନ୍ଦର ଦୃଶ୍ୟରାଜି ଦେଖି ମନ ବିହ୍ବଳ ହେଉ ହେଉ ତାହା ପୁଣି ଅଦୃଶ୍ୟ ହୋଇଯାଏ। ଏଠି ଅଳିକରେ ବଦଳି ଯାଉଥାଏ ଦୃଶ୍ୟପଟ। ଚଳମାନ ଅବସ୍ଥାରେ ଅଦୃଶ୍ୟ ହେଉଥିବା ଦୃଶ୍ୟକୁ ଦେଖିବାକୁ ବ୍ୟାକୁଳ ହେଉଥିବା କବିଙ୍କ ମନ ଦିନେ ରେଳଗାଡ଼ିକୁ ଜଣାଇଥିଲା ନିବେଦନ। ବାହାରେ ଚିଲିକାର ନୀଳ ଜଳରାଶି। ଜଳରାଶି ଉପରେ ଛୋଟ ଛୋଟ ଊର୍ମି ମାଳା। କଳରାବକରି ଉଡ଼ିଯାଉଥିବା ଦଳ ଦଳ ପକ୍ଷୀ। କବି କିନ୍ତୁ ଏସବୁକୁ ମନଭରି ଦେଖିପାରୁ ନ ଥାନ୍ତି। ରେଳଗାଡ଼ିର ଗତି ଦୃଶ୍ୟକୁ ଅଦୃଶ୍ୟ କରୁଥାଏ।
ଉତ୍କଳମଣି ଗୋପବନ୍ଧୁ ଦାସ ସେଦିନ ଲେଖିଲେ-
”ରହ ରହ କ୍ଷଣେ ବାଷ୍ପୀୟ ଶକଟ
ଦେଖିବି ଚିଲିକା ଚାରୁ ଚିତ୍ରପଟ୍ଟ।“
ଭ୍ରମଣ ଖାଲି ମନରେ ପ୍ରାଣ ପ୍ରାଚୁର୍ଯ୍ୟ ଭରି ଦିଏ ନାହିଁ ଅଧିକନ୍ତୁ ମଣିଷ ମନରେ ଭରିଦିଏ ସୃଜନଶୀଳତା। ସେ ସୃଜନ ସାହିତ୍ୟ, ବିଜ୍ଞାନ, ଗଣିତର ନୂତନ ସୂତ୍ର କିମ୍ବା ଚିତ୍ରକଳା କିଛି ମଧ୍ୟ ହୋଇପାରେ। ଆମର ସାହିତ୍ୟ ଅନେକ ଭ୍ରମଣ କାହାଣୀକୁ ନେଇ ସମୃଦ୍ଧ ଓ ରୁଦ୍ଧିମନ୍ତ; ଯାହାକି ମଣିଷକୁ ନୂତନ ସ୍ଥାନର ଭୌଗୋଳିକ, ଏତିହାସିକ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ପୃଷ୍ଠଭୂମି ସମ୍ବନ୍ଧରେ ଧାରଣା ଦେଇଥାଏ।
ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଚନ୍ଦ୍ରଶେଖର ଭେଙ୍କଟରମଣ ଜଳଯାତ୍ରା କରୁଥାନ୍ତି। ସୁଦୂର ଲଣ୍ଡନରୁ ବମ୍ବେ। ଯାତ୍ରା ସମୟରେ ବିଜ୍ଞାନାଗାରର ଗବେଷଣାରୁ ଅବ୍ୟାହତି ମିଳିଥାଏ। ଆଉ ସବୁବେଳେ ତ ବ୍ୟସ୍ତମୟ ଜୀବନ। ଦୀର୍ଘଦିନର ଜଳଯାତ୍ରା। ଚାରିଆଡ଼େ ସମୁଦ୍ରର ନୀଳ ଜଳରାଶି। ଜାହାଜର ଡେକ୍‌ ଉପରେ ବସି ବିଶାଳ ସମୁଦ୍ରର ସୌନ୍ଦର୍ଯ୍ୟକୁ ନିରେଖୁ ନିରେଖୁ ହଠାତ୍‌ ବୈଜ୍ଞାନିକଙ୍କ ଅନୁସନ୍ଧିତ୍ସୁ ମନରେ ପ୍ରଶ୍ନ ଆସିଲା- ସମୁଦ୍ରର ଜଳରାଶି ନୀଳ କାହିଁକି? କିଏ ଲେସି ଦେଇଛି ମେଞ୍ଚାଏ ନୀଳ ରଙ୍ଗ! ଗ୍ଲାସ୍‌ର ମୁନ୍ଦାଏ ପାଣି ତ କାହିଁ ନୀଳ ଦେଖାଯାଏ ନାହିଁ? ଲାଗି ରହିଲେ ଗବେଷଣାରେ। ଆଉ ସଫଳ ମଧ୍ୟ ହେଲେ। ସାରା ବିଶ୍ୱକୁ ଜଣାଇଲେ ରଞ୍ଜନରଶ୍ମିର ପ୍ରଭାବ। ସମୁଦ୍ରର ସେହି ଜଳଯାତ୍ରା, ତାଙ୍କ ଗବେଷଣାରେ ଆଣିଲା ବିରାଟ ପରିବର୍ତ୍ତନ। ସେ ହେଲେ ନୋବେଲ ପୁରସ୍କାର ବିଜୟୀ ଓ ସାରା ବିଶ୍ୱ ପାଇଁ ଆଣିଲେ ଗର୍ବ ଓ ଗୌରବ।
ରାମାନୁଜନ ଓ ହାର୍ଡି,୨ଜଣ ବିଶିଷ୍ଟ ଗଣିତଜ୍ଞ ଓ ବନ୍ଧୁ ମଧ୍ୟ। ଥରେ ରାମାନୁଜନଙ୍କ ଦେହ ଖରାପ ହେଲା। ସେ ଡାକ୍ତରଖାନାରେ ଭର୍ତ୍ତି ହେଲେ। ସେତେବେଳେ ସେ ଲଣ୍ଡନରେ ଚିକିତ୍ସିତ ହେଉଥାନ୍ତି। ହାର୍ଡି ତାଙ୍କୁ ଦେଖିବାକୁ ଡାକ୍ତରଖାନା ଟାକ୍ସିରେ ଗଲେ। ଯାତ୍ରା ସମୟରେ ଗାଡ଼ି ପଛରେ ଲେଖାଥିବା ସଂଖ୍ୟାକୁ ଅନୁଧ୍ୟାନ କରିବା ହାର୍ଡିଙ୍କୁ ଖୁବ୍‌ ଭଲ ଲାଗେ। ସେହିଦିନ ସେ ଯାଇଥିବା ଟାକ୍ସି ପଛର ସଂଖ୍ୟା ଥିଲା ୧୭୨୯, ଯାହା ତାଙ୍କୁ ଏକ ଅନାକର୍ଷଣୀୟ ସଂଖ୍ୟା ଭଳି ମନେହୋଇଥିଲା। ସେ ଡାକ୍ତରଖାନାରେ ପହଞ୍ଚତ୍ ରାମାନୁଜନଙ୍କୁ ଏହା କହିଥିଲେ। ରାମାନୁଜନ ପରେ ଏହି ସଂଖ୍ୟାର ମହତ୍ତ୍ୱ କହିଥିଲେ। ଯାହା ପରବର୍ତ୍ତୀ ସମୟରେ ଗଣିତ ଶାସ୍ତ୍ରରେ ହାର୍ଡି ରାମାନୁଜନ ନମ୍ବର ନାମରେ ଖ୍ୟାତ ହେଲା।
ଯାତ୍ରାକାଳରେ ଚିତ୍ରକରଟିଏ ମଧ୍ୟ ରୁଣ୍ଡେଇ ଚାଲିଥାଏ ତା’ ମନଲାଖି ଛବି ସବୁ। ପ୍ରକୃତିର କୋଳରୁ ଉଠାଇନେଇ ନିଖୁଣ ଭାବରେ କେମିତି ଥୋଇଦେବ ତାହାର କାନ୍‌ଭାସ ଉପରେ। ସେଇ ଚିନ୍ତାରେ ବିଭୋର ଥାଏ। ଏବେ କିନ୍ତୁ ଦୃଶ୍ୟପଟ ବଦଳିଯାଇଛି । ଆମେ କେତେଜଣ ଆଉ ଆତ୍ମହରା ହେଉଛନ୍ତି, ଚଳନ୍ତି ଗାଡ଼ିର ଝରକା ସେପାଖର ଦୃଶ୍ୟ ଦେଖି? କହିବାକୁ ଗଲେ ସମୟ କାହା ପାଖରେ ଅଛି? ଆମ ଜୀବନର ଗାଡ଼ି ପରା ଆମେ ଯାତ୍ରା କରୁଥିବା ଗାଡ଼ିର ବେଗଠାରୁ ଅଧିକ ବେଗରେ ଦୌଡୁଛି। ଆଜ୍ଞା ହଁ! ଆମ ହାତର ଆଙ୍ଗୁଳି ଚାଳନାରେ ସାରା ବିଶ୍ୱ । ଆଭାସି ଦୁନିଆର ମାୟାରେ ବାୟା ।
ଗୋଟିଏ ସର୍ବସାଧାରଣ ଯାତ୍ରା କରୁଥିବା ଯାନ ହେଉ ଅବା ଗୋଟିଏ ବ୍ୟକ୍ତିଗତ ଭାବରେ ଯାତ୍ରା କରୁଥିବା ଯାନବାହନ ହେଉ, ତା’ ଭିତରର ୮୦% ଲୋକ ଆଭାସି ଦୁନିଆର ପରଦାରେ ମଗ୍ନଥିବେ। କିଏ ଅଫିସ୍‌ର ବାକି କାମ କରୁଛି, କିଏ ସାମାଜିକ ଗଣମାଧ୍ୟମରେ ବ୍ୟସ୍ତ। ସବୁଠାରୁ ବେଶି ଦୁଃଖଦ ପରିସ୍ଥିତି ସେତେବେଳେ ଆସେ, ଯେତେବେଳେ ନିଜେ ଚାଳକ ମୋବାଇଲରେ ଡୁବିଯାଏ। ମୋଟର ଯାନ ନିୟନ୍ତ୍ରଣ ନିୟମ ଅନୁସାରେ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍‌ର ବ୍ୟବହାର ଏକ ଦଣ୍ଡନୀୟ ଅପରାଧ। ଏଥିରେ ଚାଳକକୁ ୫୦୦୦ପର୍ଯ୍ୟନ୍ତ ଟଙ୍କାର ଜରିମାନା ମଧ୍ୟ ରହିଛି। କିନ୍ତୁ ଆଜିର ଯୁବସମାଜ ପାଇଁ ଏହା ଅନ୍ଧକୁ ଆଖିଠାର ପରି। ସେମାନଙ୍କ ପାଇଁ ପ୍ରମୁଖ ଆମୋଦ ହେଲା କାନରେ ମୋବାଇଲ ଫୋନ୍‌, ହାତରେ କ୍ଷିପ୍ର ବେଗର ଯାନ । ସେମାନଙ୍କୁ ଲାଗେ, ସତେ ଯେମିତି ରାଜରାସ୍ତାରେ ସେମାନେ ସୁପରସୋନିକ ବିମାନ ଚଳାଉଛନ୍ତି ! କେତେ କେତେ ଜୀବନ ପ୍ରଦୀପ ଲିଭିଯାଏ ସେହି କାରଣରୁ । ୨୦୨୧ର ପରିସଂଖ୍ୟାନ ଅନୁସାରେ ଯାତ୍ରା ସମୟରେ ଚାଳକର ମୋବାଇଲ ଫୋନ୍‌ ବ୍ୟବହାର ଯୋଗୁ ୧୯୯୭ ଟି ଦୁର୍ଘଟଣା ହୋଇ ଅଛି, ଯାହା ସେହି ବର୍ଷ ହୋଇଥିବା ଦୁର୍ଘଟଣାର ୩୧% । ରାଜପଥ ଓ ପରିବହନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଏହି ଦୁର୍ଘଟଣାରେ ୧୦୪୯ ଜଣଙ୍କର ପ୍ରାଣହାନି ଘଟିଛି। ଯାତ୍ରା ବଳଦଗାଡ଼ିର ହେଉ କିମ୍ବା ବିମାନର, ସେ ଏକ ସୁଖଦ ଓ ରୋମାଞ୍ଚକର ଅନୁଭୂତି ସେତେବେଳେ ହୋଇଥାଏ, ଯେବେ ଆମେ ଝରକା ସେ ପାଖର ଦୃଶ୍ୟକୁ ଉପଭୋଗ କରନ୍ତି । ଆଉ ଝରକା ସେ ପାଖର ଦୃଶ୍ୟ ସବୁଦିନ ପାଇଁ ବିବର୍ଣ୍ଣ ହୋଇଯାଏ, ଯାତ୍ରା ଶେଷ ଯାତ୍ରା ହୋଇଯାଏ, ଯେତେବେଳେ ଚାଳକ ମୋବାଇଲ ଫୋନ୍‌ରେ ଡୁବିଯାଏ।
ମୁକୁନ୍ଦପୁର, ତିହିଡ଼ି, ଭଦ୍ରକ
ମୋ-୯୦୪୦୩୬୦୨୫୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri