ସଂରକ୍ଷିତ ଜଙ୍ଗଲରେ ଅଫିମ ଚାଷ

ଲହୁଣୀପଡ଼ା/ବଣାଇଁ,୪।୪(ଡ଼ି.ଏନ୍‌.ଏ./ସ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ ମହୁଲପଦା ସଂରକ୍ଷିତ ଜଙ୍ଗଲରେ ଅଫିମ ଚାଷ ହେଉଥିବା ଖବର ମିଳିବା ପରେ ସୋମବାର ପୋଲିସ, ଅବକାରୀ ବିଭାଗ ଓ ବନବିଭାଗ ସ୍କ୍ବାଡ ମିଳିତ ଭାବେ ଘଟଣଶସ୍ଥଳରେ ପହଞ୍ଚି ଥିଲା l ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଆସିଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଅଧିକାରୀ, ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ସ୍ବରାଜ ଦେବତା, ବଣାଇ ସହକାରୀ ଜିଲାପାଳ ରାଜ କିଶୋର ଜେନା, ମହୁଲପଦା ଥାନା ଅଧିକାରୀ ସୁଦର୍ଶନ ଦେହୁରୀ, ଲହୁଣିପଡା ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତି, ରାଉରକେଲା ଅବକାରୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସ୍ନେହଲତା ମହାନ୍ତ ପ୍ରମୁଖ ସମ୍ପୃକ୍ତ ଅଞ୍ଚଳରେ ଶୁଖିଲା ଅଫିମ ଗଛ ଥିବା ଦେଖି ପୋଡି ଦେଇଥିଲେ। ସଂରକ୍ଷିତ ଜଙ୍ଗଲରେ ଅଫିମ ଚାଷ ସମ୍ପର୍କରେ ବନବିଭାଗ କିପରି ଜାଣି ନ ପାରିଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ଲହୁଣୀପଡା ବ୍ଲକ ଅନ୍ତର୍ଗତ ମହୁଲପଦା ପଞ୍ଚାୟତର ନିଘଞ୍ଚ ଜଙ୍ଗଲ ପାହାଡ଼ ଉପରେ ଥିବା କିରି, କେତ, କୁନୁ, କୁଣ୍ଡଳା ଗ୍ରାମର କିରି ଗ୍ରାମରେ ବେନିୟମ ଭାବେ ଅଫିମ ଚାଷୀ ହୋଇଥିବା ଖବର ପାଇ ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ମିଳିତ ଭାବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଚଢ଼ାଉ କରି ଅଫିମ ଗଛ ଗୁଡିକୁ କାଟି ପୋଡି ନଷ୍ଟ କରି ଦେଇଥିବା ଜଣାପଡ଼ିଛି। ନିଘଞ୍ଚ ଜଙ୍ଗଲ ଭିତରେ ଦୁଇ ଏକରରୁ ଊର୍ଦ୍ଧ୍ୱ ଜମିରେ ବେନିୟମ ଭାବେ ଅଫିମ ଚାଷ ହେଉଥିଲା। ପୋଲିସ ଓ ପ୍ରଶାସନ ପାଖରେ ସୂଚନା ପହଞ୍ଚିବା ପୂର୍ବରୁ ବେନିୟମ ଅଫିମ ଚାଷୀ ବ୍ୟବସାୟୀମାନେ ଅମଳ କରି ନେଇ ଯାଇଥିବାବେଳେ ମାତ୍ର ୨୮ ଡ଼ିସିମିଲ ଜମିର ଅଫିମ ଗଛ ଗୁଡିକୁ ଅମଳ କରି ନେଇ ପାରି ନ ଥିବାରୁ ରହି ଯାଇଥିଲା। ଯାହାକି ସୋମବାର ମିଳିତ ଚଢ଼ାଉ ବେଳେ ସେହି ୨୮ ଡ଼ିସିମିଲ ଜମିରୁ ମାତ୍ର ୪ ହଜାର ୭ଶହ ଚାଷ ହୋଇଥିବା ଅଫିମ ଗଛକୁ କାଟି ପୋଡି ନଷ୍ଟ କରି ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri