ମୟୂରଭଞ୍ଜ: ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ବାରିପଦା ଅଫିସ, ୧୬ା୩- ବିଶ୍ୱ ବ୍ୟାପୀ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଦେଶରୁ ଗ୍ରାମକୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ମେମ୍ବର ପ୍ରମୁଖ ଲୋକ ପ୍ରତିନିଧିମାନେ ବ୍ଲକର ବିଡ଼ିଓମାନଙ୍କୁ ସୂଚନା ପ୍ରଦାନ କରିବେ। ପରେ ବିଡ଼ିଓ ଉକ୍ତ ତଥ୍ୟ ଜିଲା ପ୍ରଶାସନକୁ ଜଣାଇବେ। ଏଥି ସହ ଜିଲାର ସମସ୍ତ ଶପିଂ ମଲ୍‌, ହେବାକୁ ଥିବା ବାଣିଜ୍ୟ ମେଳା, ପ୍ରଦର୍ଶନୀ, ଯାତ୍ରା, ଅପେରା ପରିବେଷଣ ବନ୍ଦ ରଖିବାକୁ କୁହାଯାଇଛି। ଏଥିସହ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ, କୋଚିଂସେଣ୍ଟର ବନ୍ଦ କରିବା ସକାଶେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଜିଲାପାଳ ବିନୀତ ଭରଦ୍ୱାଜ ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି, ମହାମାରୀ କରୋନା ପାଇଁ ସଚେତନତା ସୃଷ୍ଟି ସକାଶେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି। ବାରିପଦା ପିଆରଏମ୍‌ ମେଡ଼ିକାଲ୍‌ ସମେତ ଜିଲାର ସମସ୍ତ ମେଡ଼ିକାଲରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ୱାର୍ଡ଼ ଖୋଲା ଯାଇଛି। କେହି ସନ୍ଦିଗ୍ଧ ରୋଗୀ ଆସିଲେ ସେମାନଙ୍କୁ ଧାଡ଼ିରେ ଠିଆ ନ କରି ସ୍ବତନ୍ତ୍ର ଓ୍ବାର୍ଡକୁ ପଠାଯିବ। ସନ୍ଦିଗ୍ଧ ରୋଗୀଙ୍କ ବିଷୟରେ ସୂଚନା ସଂଗ୍ରହ କରାଯାଇ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପଠାଯିବା। ରିପୋର୍ଟ ଆସିଲା ପରେ ଯାହା ଜଣାପଡ଼ିବ ସେହି ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯିବ। ସୋସିଆଲ୍‌ ମିଡ଼ିଆରେ ଯଦି କେହି କରୋନାକୁ ନେଇ ଗୁଜବ ସୃଷ୍ଟି କରନ୍ତି ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ କହିଛନ୍ତି। ଜଗଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯିବା ସହ କେବଳ ଛୋଟ ଛୋଟ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି। ଖବରଦାତା ସମ୍ମିଳନୀରେ ଜିଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି, ଆଇଏଏସ୍‌ ପ୍ରୋବେଶନର ଭୁବନେଶ ଦେବୀଦାସ ପାଟିଲ ଓ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କରୋନା ମୁକାବିଲା ପାଇଁ ଜିଲା ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ୨୪ ଘଣ୍ଟିିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ଯୋଗାଯୋଗ ସକାଶେ ଫୋନ୍‌ ନମ୍ବର (୦୬୭୯୨) ୨୫୨୯୪୧ ଜାରି କରାଯାଇଛି। ଜିଲାର ଯେ କୌଣସି ବ୍ୟକ୍ତି କରୋନା ସମ୍ପର୍କିତ ତଥ୍ୟ ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଟୋଲ ଫ୍ରି ନମ୍ବର (୦୬୭୯୨) ୧୦୭୭କୁ ଜଣାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୭ ଦିନର ଶିଶୁ କନ୍ୟା ଉଦ୍ଧାର

ଜଗତ୍‌ସିଂହପୁର ଅଫିସ୍‌, ୧୮ା୧: ଶୁକ୍ରବାର ଜଗତ୍‌ସିଂହପୁର ଜିଲା ପଳାଶୋଳ ଗ୍ରାମରୁ ଚାଇଲ୍ଡ ଲାଇନ୍‌ ଓ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏକ ୭ ଦିନର...

ଶିବ ମନ୍ଦିରରୁ ଚନ୍ଦନ ଗଛ ଚୋରି

ଭୁବନ, ୨୪।୧(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲା ଭୁବନ ବ୍ଲକ ଗୋବିନ୍ଦପୁର ଗ୍ରାମ ଶୈବପୀଠ ପରିସରରୁ ଶନିବାର ରାତିରେ ଦୁର୍ବୃତ୍ତମାନେ ମୂଲ୍ୟବାନ ଚନ୍ଦନ ଗଛ କାଟି ନେଇଛନ୍ତି। ରବିବାର...

୧.୧୯ କୋଟି ଖର୍ଚ୍ଚ ପରେ ବି ପାଣି ମିଳୁନି

କୋରେଇ,୧୯ା୬(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ରଣପୁର ପିଡବ୍ଲ୍ୟୁଏସ୍‌ ପ୍ରକଳ୍ପ ନିର୍ମାଣ ଶେଷ ହେବାର ଇତି ମଧ୍ୟରେ ୫ ବର୍ଷ ଅତିକ୍ରମ କରିଛି।...

ଅଧପନ୍ତରିଆ ସୁବର୍ଣ୍ଣରେଖା ପ୍ରକଳ୍ପ

ବାରିପଦା ଅଫିସ,୨୭।୭- ବର୍ଷା ଅଭାବରୁ ମୟୂରଭଞ୍ଜ ଜିଲାରେ ଚାଷକାମ ପଛେଇଛି। ମୌସୁମୀର ଚୁଚକାଳି ଖେଳକୁ ନେଇ ଚାଷୀମାନେ ଆଶା ଆଶଙ୍କାରେ ଅଛନ୍ତି। ତେବେ ଜିଲାରେ ଚାଷ...

ଆତ୍ମସମର୍ପଣ କଲେ ୭ଶହ ମାଓବାଦୀ, ମିଲିସିଆ

ମାଲକାନଗିରି,୧୮୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅନ୍ତର୍ଗତ ଅଣ୍ଡ୍ରାହାଲ ବିଏସ୍‌ଏଫ୍‌ କ୍ୟାମ୍ପ ପରିସରରେ ଶନିବାର ୭ଶହ ମହିଳାପୁରୁଷ ମାଓବାଦୀ, ମିଲିସିଆ ଓ ମାଓବାଦୀ...

କୁକୁର ଏକାଦଶାହ ପାଳିଲେ ମାଲିକ

ଖୋର୍ଦ୍ଧା ଅଫିସ,୨୭ା୧୦: ସମାଜର ମଣିଷ ଜାତିରେ କେହି ମୃତ ହେଲେ ଦଶାହ, ଏକାଦଶାହ ହୋଇଥାଏ। ଏଥିରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ମୃତବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି...

ହ୍ବାଟ୍ସ ଆପ୍‌, ଫୋନରେ ଜଣାଇ ହେବ ଅଭିଯୋଗ

ଛତ୍ରପୁର,୨୩ା୮(ଡି.ଏନ.ଏ.)-ଗଞ୍ଜାମ ଜିଲାର ଜନସାଧାରଣ ଏଣିକି ସେମାନଙ୍କ ଅଭିଯୋଗ ଜିଲା ପ୍ରଶାସନକୁ ଫୋନ୍‌ କରି ଜଣାଇପାରିବେ। ଏ ନେଇ ଗୁରୁବାର ପୂର୍ବାହ୍ନରେ ଜିଲା ପ୍ରଶାସନ ପକ୍ଷରୁ ଏକ...

ମଇଁଷିଚରାଳିଙ୍କୁ ଛୁରାମାଡ

ଛତ୍ରପୁର,୩୧।୩(ଡି.ଏନ୍‌.ଏ.)- ଛତ୍ରପୁର ଥାନା ପଦ୍ମାବତୀ ଗଁା ନିକଟରେ ମଇଁଷି ଚରାଳିଙ୍କୁ ସୋମବାର ଅପରାହ୍ନରେ ଛୁରାମାଡ ହୋଇଛି। ସେହେଲେ ତେଲାପଲ୍ଲୀ ଗଁାର ଏସ୍‌. ମୋଚି ପାତ୍ର। ତାଙ୍କୁ...

Advertisement
Archives

Model This Week