ମୟୂରଭଞ୍ଜ ଏମ୍‌ପିଙ୍କୁ ରଥ କର୍ଡନକୁ ନ ଛାଡ଼ିବା ଘଟଣା : ଭିଡିଓ ଭାଇରାଲ୍‌, ତଦନ୍ତ କରିବେ ଏସ୍‌ପି

ବାରିପଦା ଅଫିସ,୮।୭ : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ କରାଯାଇଥିଲା। ମାତ୍ର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ରଥଯାତ୍ରା ଅବ୍ୟବସ୍ଥା ମଧ୍ୟରେ ସରିଛି। ପୋଲିସ ବିଭାଗର ଅଧିକାରୀ ଓ ଜିଲା ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ରଥଯାତ୍ରାରେ ଅବ୍ୟବସ୍ଥା ଦେଖାଦେଇଥିବା ଜଣାପଡିଛି। ତେବେ ମୟୂରଭଞ୍ଜ ଏମପି ଇଂ. ବିଶେଶ୍ୱର ଟୁଡୁଙ୍କୁ ରଥଯାତ୍ରା ବେଳେ ରଥ କର୍ଡନକୁ ନ ଛାଡ଼ିିବା ଘଟଣା ରଥଯାତ୍ରା ଅବ୍ୟବସ୍ଥାକୁ ପ୍ରମାଣିତ କରିଛି। ଏହି ଘଟଣା ଜିଲା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଘଟଣାକୁ ଭାଜପା, ବିଜେଡି ଓ କଂଗ୍ରେସର ନେତୃବୃନ୍ଦ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷେ ରଥ ପାସ୍‌ ଦେବା ଦାୟିତ୍ୱ ଦେବୋତ୍ତର ବିଭାଗର ଏବଂ ଏହି ଘଟଣା କେଉଁ ପରିସ୍ଥିତିରେ ହୋଇଛି ତାହା ତଦନ୍ତ କରିବେ ବୋଲି ଏସପି ଅବିନାଶ କୁମାର କହିଛନ୍ତିି। ତେବେ ଏହା ନିହାତି ଭାବେ ନିନ୍ଦନୀୟ ଘଟଣା। ରଥଯାତ୍ରାକୁ ନେଇ ରାଜନୀତି କରିବା ଠିକ ନୁହେଁ। ତେବେ ଜିଲା ପୋଲିସ ଓ ପ୍ରଶାସନ ରଥଯାତ୍ରାରେ ରାଜନୀତି କରୁଛନ୍ତିି। ଏହି ଘଟଣା ସମ୍ପର୍କରେ ସେ ସଂସଦୀୟ କମିଟିକୁ ଅବଗତ କରିବେ ବୋଲି ଏମପି ଟୁଡୁ ଗଣମାଧ୍ୟମକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଶନିବାର ବାରିପଦା ରଥଯାତ୍ରାର ଦ୍ୱିତୀୟ ଦିନ ଥିଲା। ଜଗନ୍ନାଥଙ୍କ ରଥ ବଡଦାଣ୍ଡର କଲେଜ ଛକଠାରେ ପହଞ୍ଚିବା ସମୟରେ ଏମପି ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲା ଭାଜପା ସଭାପତି ଡା.କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଅନ୍ୟ ଭାଜପା ନେତୃବୃନ୍ଦ ରଥ ଟାଣିବା ପାଇଁ ଆସିଥିଲେ। ମାତ୍ର ଜଣେ ଡିଏସପି ପାହ୍ୟାର ଅଧିକାରୀ ସେମାନଙ୍କୁ ରଥ କର୍ଡନ ଭିତରକୁ ଯିବାକୁ ବାରଣ କରିଥିଲେ। ଯାହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ପରେ ଏମପି ଓ ଅନ୍ୟମାନେ ରଥ ନ ଟାଣି ଫେରି ଯାଇଥିଲେ। ତେବେ କେବଳ ଏମପି ଓ ଭାଜପା ନେତୃବୃନ୍ଦଙ୍କୁ ନୁହେଁ କିଛି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଏହି ଡିଏସପି ପାହ୍ୟାର ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ପୋଲିସ ବିଭାଗ ଓ ପ୍ରଶାସନ ଗୁରୁତ୍ୱର ସହ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri