‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ରେ ବିରାଟ-ଦୀପିକା

ମୁମ୍ବାଇ: ବିୟର ଗ୍ରିଲ୍ସଙ୍କ ଲୋକପ୍ରିୟ ଟିଭି ଶୋ ‘ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ’ ପାଇଁ ଭାରତୀୟ ତାରକାଙ୍କ ଉତ୍ସାହ ଦିନକୁ ଦିନ ବଢ଼ୁଥିବା ଦେଖିବାକୁ ମିଳୁଛି। ସାରା ବିଶ୍ୱରେ ଏହି ଶୋ’ର ସର୍ବାଧିକ ଲୋକପ୍ରିୟତା ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋ’ରେ ଭାଗନେଇଥିଲେ। ତେବେ ଏହା ପରେ ଭାରତୀୟ ଦର୍ଶକଙ୍କ ମଧ୍ୟ ଶୋ’କୁ ନେଇ ବିଶେଷ ଆଗ୍ରହ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ସିନେ ଜଗତରୁ ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ନାଁ ଏହି ଲୋକପ୍ରିୟ ଶୋ ସହ ଯୋଡ଼ିହୋଇଗଲା। ତେବେ ଏହି ତାଲିକା ଏଠାରେ ସରିନି। ଆଗକୁ ବଲିଉଡ୍‌ ମସ୍ତାନୀ ଗର୍ଲ ଦୀପିକା ପାଦୁକୋନ୍‌ ଏବଂ ଲୋକପ୍ରିୟ ଭାରତୀୟ କ୍ରିକେଟର ବିରାଟ୍‌ କୋହଲି ମଧ୍ୟ ଏହି ଶୋ’ରେ ସାମିଲ ହେବେ ବୋଲି ଜଣାପଡ଼ିଛି।
ଜାନୁୟାରୀ ୨୭ରୁ ୩୧ ମଧ୍ୟରେ ‘ମ୍ୟାନ୍‌ ଭର୍ସସ୍‌ ଓ୍ବାଇଲ୍ଡ’ ଶୋ’ ପାଇଁ ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କ ଶୁଟିଂ ସିଡ୍ୟୁଲ୍‌ ରହିଛି। କର୍ନାଟକସ୍ଥିତ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣରେ ସେମାନେ ଡିସ୍କଭରୀ ଚ୍ୟାନେଲ୍‌ରେ ପ୍ରସାରିତ ଏହି ବିଶ୍ୱ ଆଦୃତ ଶୋ’ ପାଇଁ ଏକ ସ୍ପେଶାଲ ଏପିଶୋଡ୍‌ ବିୟର ଗ୍ରିଲ୍ସଙ୍କ ସହ ଶୁଟିଂ କରିଛନ୍ତି। ଏ ନେଇ ହିନ୍ଦୀ ସିନେପ୍ରେମୀ ଓ ସାଉଥ୍‌ ସିନେପ୍ରେମୀଙ୍କ ମଧ୍ୟରେ ଦୁଇ ତାରକାଙ୍କୁ ଏହି ଶୋ’ରେ ଦେଖିବାକୁ ଉତ୍ସାହ ବଢ଼ିଯାଇଛି। ଏହି କ୍ରମରେ ଦୀପିକା ଓ ବିରାଟ୍‌ ମଧ୍ୟ ବିୟର ଗ୍ରିଲ୍ସଙ୍କ ସହ ଶୋ’ର ନୂଆ ସିରିଜ୍‌ରେ ନଜରକୁ ଆସିବେ ବୋଲି ଜଣାପଡ଼ିଛି। ତେବେ ଏ ନେଇ ବିଧିବଦ୍ଧ ଘୋଷଣା କରାଯିବା ଏଯାବତ୍‌ ବାକି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଚ୍ଛେଦ ୩୭୦ ଯୋଗୁ ବିବାହ ପରେ ଏହି ଅଭିନେତ୍ରୀ ହରାଇଥିଲେ କଶ୍ମୀର

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏନେଇ ବଲିଉଡ୍‌ରୁ ଆରମ୍ଭ କରି ଟେଲି କଳାକାରମାନେ ସରକାରଙ୍କ ଏହି...

ଏହି ଅଭିନେତାଙ୍କ ପାଇଁ ଜେଲ୍‌ ଆଗରେ ଗୋଲାପ ଫୁଲ ବିଛାଇଥିଲେ ପ୍ରଶଂସକ

ବଲିଉଡର୍‌ ଭାଇଜାନ ସଲମନ୍‌ ଖାନ୍‌ ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ସୋସିଆଲ ମିଡିଆରେ ସଲମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲିଉଡ୍‌ରେ ବହୁ ହିଟ୍‌ ଫିଲ୍ମ...

ପ୍ରଥମ ପସନ୍ଦ ଡ୍ୟାନ୍ସ: ସାଗର

ଯାତ୍ରାଜଗତର ଜଣେ ଜଣାଶୁଣା ଡ୍ୟାନ୍ସର ତଥା କୋରିଓଗ୍ରାଫର ସାଗର। ସେ କେବଳ ଡ୍ୟାନ୍ସ କିମ୍ବା ଡ୍ୟାନ୍ସ କମ୍ପୋଜ୍‌ କରନ୍ତିନି; ଅଧିକନ୍ତୁ ଅଭିନୟ ବି କରନ୍ତି। କହିଦେଲେ...

୧୩ ବର୍ଷରେ ଏତେ ବଦଳିଗଲେଣି କଙ୍ଗନା

ମୁମ୍ବାଇ: ବଲିଉଡ୍‌ର କୁଇନ କହିଲେ କଙ୍ଗନା ରାଣାଓ୍ବତଙ୍କ ବୁଝାଏ। ଏପରି କହିବା ପଛର ବଡ଼ କାରଣ ହେଲା ଅଭିନୀତ ଚଳଚ୍ଚିତ୍ରଗୁଡ଼ିକରେ କଙ୍ଗନାଙ୍କ ଚରିତ୍ର। ସେ ଚରିତ୍ରଗୁଡ଼ିକୁ...

ମନ୍ଦିରାଙ୍କ ଫିଟ୍‌ର ରାଜ୍‌

ଫ୍ୟାଶନ ଡିଜାଇନର ତଥା ଅଭିନେତ୍ରୀ ମନ୍ଦିରା ବେଦୀ ୪୭ ବର୍ଷ ବୟସରେ ପୂରା ଫିଟ୍‌ ଲାଗୁଛନ୍ତି। ଜଣେ ଉପସ୍ଥାପିକା ଭାବେ ବି ବେଶ୍‌ ସକ୍ରିୟ ଜଣାପଡନ୍ତି।...

ନିଜ ସ୍ବୟମ୍ବର ନେଇ ତମନ୍ନା ଦେଲେ ମଜାଳିଆ ଉତ୍ତର…

ମୁମ୍ବାଇ: ସାଉଥ୍‌ ଫିଲ୍ମରୁ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ତମନ୍ନା ଭାଟିଆଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। କିଛି ଦିନ ତଳେ ଏକ...

କରିନାଙ୍କଠାରୁ ଆରମ୍ଭ କରି ରବିନା ଟଣ୍ଡନ-ହେମା; ଦ୍ୱିତୀୟ ସ୍ତ୍ରୀ ହୋଇ ବହୁତ ଖୁସିରେ ଅଛନ୍ତି ଏହି ୫ ଅଭିନେତ୍ରୀ

ବମ୍ବେ: ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଦୁଇଥର ବିବାହ କରିଛନ୍ତି। ସେଥିରୁ କିଛି ଛାଡ଼ପତ୍ର ପାଇଥିବା ବ୍ୟକ୍ତିଙ୍କ ହାତ ଧରିଛନ୍ତି। ହେଲେ ସେମାନେ ସୁଖୀ...

ଟାଇଗର ଯାହା ଚାହୁଁଥିଲେ..

ବଲିଉଡ୍‌ର ୟଙ୍ଗ ସେନସେସନ ଟାଇଗର ଶ୍ରଫ। ନିକଟରେ ତାଙ୍କ ଅଭିନୀତ ‘ବାଗୀ-୩’ ରିଲିଜ ହୋଇଛି। ଫିଲ୍ମଟିକୁ ପ୍ରାରମ୍ଭରୁ ବେଶ୍‌ ସଫଳତା ମଧ୍ୟ ମିଳିଛି। ଏହି ଫିଲ୍ମରେ...

Coronavirus Update


Archives

Model This Week

Why Dharitri