ମୋ ସରକାର ଅଭିଯୋଗ ସେଲ୍‌ ଉଦ୍‌ଘାଟିତ

ଛତ୍ରପୁର,୧ା୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ମୋ ସରକାର ଅଭିଯୋଗ ଶୁଣାଣି ସେଲ୍‌ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ମଙ୍ଗଳବାର ଅପରାହ୍ନରେ ଛତ୍ରପୁର ଏନ୍‌ଏସିରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଗଞ୍ଜାମ ଜିଲପାଳ ବିଜୟ ଅମୃତା କୁଲାଙ୍ଗେ ସେଲ୍‌ର ଉଦ୍‌ଘାଟନ କରିଥିଲେ। ମୋ ସରକାର କାର୍ଯ୍ୟକ୍ରମରେ ୨୦୨୦ ଜାନୁୟାରୀ ପହିଲାରୁ ଏନ୍‌ଏସିରେ ଚାଲିଥିବା ବିଭିନ୍ନ କାର୍ଯ୍ୟ୍ୟକ୍ରମ ଓ ଯୋଜନାକୁ ସାମିଲ କରାଯିବ। ଏହି ପରିପ୍ରେକ୍ଷୀରେ ଏନ୍‌ଏସିରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାରେ ଥିବା ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ଶୁଣାଣିକରି ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୋ ସରକାର ପାଇଁ ସମସ୍ତଙ୍କ ଅଭିଯୋଗ ଓ ସମସ୍ୟା ଶୁଣାଣି ଆସିବ ତାହା ମୋ ସରକାର ଯୋଜନାରେ ସାମିଲ କରି ଏହାର ସମାଧାନ ହେଲାକି ନାହିଁ ତାହା ଉପରେ ମତାମତ ସଂଗ୍ରହ କରାଯିବ। ଏପରିକି ଏ ସମ୍ବନ୍ଧରେ ସେବା ମିଳିଲାକି ନାହିଁ, ଉକ୍ତ ବିଭାଗର କର୍ମଚାରୀ ଓ ଅଧିକାରୀ ଠିକ୍‌ ବ୍ୟବହାର କଲେ କି ନାହିଁ ସେ ସମ୍ପର୍କରେ ମତ ଗ୍ରହଣ କରିବା ନେଇ ମୋ ସରକାର କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ଜିଲାପାଳ କହିଛନ୍ତି। ଯଦି କୌଣସି ନେଗେଟିଭ୍‌ ମତ ଆସିବ ତେବେ ଉକ୍ତ ଅଫିସ୍‌ର କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସତର୍କ କରାଇ ଦେଇଛନ୍ତି। ଯଦି ଏହା ପରେ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ଆସିବନି ତେବେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି କାର୍ଯକ୍ରମରେ ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲୀକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱାଲ ପେଣ୍ଟିଂରେ ସୁନୀଲଙ୍କ କରୋନା ସଚେତନତା

ବାଲିଗୁଡା,୧ା୫(ଡି.ଏନ୍‌.ଏ.)- ବାଲିଗୁଡା ଉପଖଣ୍ଡ କ.ନୂଆଗାଁର ସୁନୀଲ ନାୟକ ନିଆରା ଢଙ୍ଗରେ କରୋନା ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ଆର୍ଥିକ ସହାୟତା ପାଇଁ ସମର୍ଥ ନ ଥିଲେ...

ମହୁମାଛି ଆକ୍ରମଣ: ୨ ଛାତ୍ରୀ ଆହତ

ବାଙ୍କୀ,୧୪।୩ (ସ୍ବ.ପ୍ର.): ଡମପଡ଼ା ବ୍ଲକ ସିଂହନାଥପୁରର ବ୍ରହ୍ମେଇଁ ଠାକୁରାଣୀଙ୍କ ପୀଠରେ ଶୁକ୍ରବାର ମହୁମାଛି ଆକ୍ରମଣରେ ବାଙ୍କୀ କଲେଜ ଅର୍ଥନୀତି ବିଭାଗର ୨ ଛାତ୍ରୀ ଆହତ ହୋଇଛନ୍ତି।...

କୃଷି ବିଭାଗ ପକ୍ଷରୁ ସଚେତନତା ଶିବିର

କେସିଙ୍ଗା,୨୫।୮(ଡି.ଏନ.ଏ.):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକସ୍ଥିତ କୃଷି କାର୍ଯ୍ୟାଳୟ ପରିସରରେ ଆତ୍ମା ଆନୁକୂଲ୍ୟରେ କୃଷକ ସାଥି ଓ ଆତ୍ମାସଭ୍ୟମାନଙ୍କ ଏକ ସଚେତନତା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି...

ନନ୍ଦନକାନନରେ ବହୁତଳ ପାର୍କିଂ ଉଦ୍‌ଘାଟିତ

ଭୁବନେଶ୍ୱର,(ବ୍ୟୁରୋ)/ବାରଙ୍ଗ, ୨୮ା୫ (ଡି.ଏନ୍‌.ଏ): ନନ୍ଦନକାନନଠାରେ ତିନି ମହଲା ବିଶିଷ୍ଟ ବହୁତଳ କାର୍‌ ପାର୍କିଂ ସୁବିଧାର ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୫୪୨.୭୯ ଲକ୍ଷ...

ମଜୁରି ବାବଦରେ ମିଳିଲା ନକଲି ଟଙ୍କା

ମାଲକାନଗିରି,୧ା୧(ଡି.ଏନ୍‌.ଏ.): ଜଣେ ଠିକାଦାର ଶ୍ରମିକଙ୍କୁ କାମ କରାଇ ମଜୁରି ବାବଦରେ ନକଲି ଟଙ୍କା ଦେଇ ଠକିଛନ୍ତି। ଏ ସମ୍ପର୍କରେ ଶ୍ରମିକମାନେ ଥାନାରେ ଅଭିଯୋଗ କରିବା ପରେ...

ଶ୍ରାବଣୀ ମହାଦେବଙ୍କୁ ଜଳଲାଗି

ଆରଡ଼ି, ୧୯।୭ (ଡି.ଏନ.ଏ.) ଶ୍ରାବଣ ମାସର ପ୍ରଥମ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ କାଉଡ଼ିଆମାନେ ଜଳଲାଗି କରିଛନ୍ତି। ରବିବାର ଅପରାହ୍ନଠାରୁ ଏଠାରେ ସେମାନଙ୍କର...

ବାଲେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

ବାଲେଶ୍ୱର ଅଫିସ, ୯।୧: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି । ବାଲେଶ୍ବର ଜିଲାରେ...

ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଖେଳକୁଦ ପ୍ରତିଯୋଗିତା

ବାରିପଦା ଅଫିସ,୧୬ା୧୧- ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶମତେ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଲକ୍ଷ୍ମୀପୋଷିସ୍ଥିତ ସ୍ବତନ୍ତ୍ର ଅନ୍ଧ ଓ ବଧିର ବିଦ୍ୟାଳୟର...

Advertisement
Archives

Model This Week