Posted inଖେଳ

ମୋଦି ହିଁ ପ୍ରଥମେ ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଆସେସ୍‌ ମ୍ୟାଚ୍‌ ବିଜୟର ଦେଇଥିଲେ ସୂଚନା

ଲିଡ୍ସ, ୨୭ା୮: ତୃତୀୟ ଆଶେସ କ୍ରିକେଟ ଟେଷ୍ଟ ମ୍ୟାଚରେ ବେନ ଷ୍ଟୋକ୍ସଙ୍କ ଲଢୁଆ ଅପରାଜିତ ଶତକ (୧୩୫*) ଯୋଗୁ ଇଂଲଣ୍ଡ ୧ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡର ପରାଜୟ ନିଶ୍ଚିତ ଲାଗୁଥିଲେ ମଧ୍ୟ ଷ୍ଟୋକ୍ସ ଏବଂ ଜ୍ୟାକ୍‌ ଲିଚଙ୍କ ମଧ୍ୟରେ ଶେଷ ଉଇକେଟ୍‌ ପାର୍ଟନରସିପ୍‌ ମ୍ୟାଚର ଗତିପଥ ବଦଳାଇଦେଇଥିଲା। ଏହି ରୋମାଞ୍ଚକ ମ୍ୟାଚର ଫଳାଫଳ ସୂଚନା ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କୁ ଜଣାଇଥିଲେ। ଉଭୟ ନେତା ଫ୍ରାନ୍ସରେ ଚାଲିଥିବା ଜି-୭ ବୈଠକରେ ଭାଗନେବା ଅବସରରେ ଇଂଲଣ୍ଡ ଜିତିଥିଲା। ମୋଦି ତୁ୍‌ରନ୍ତ ଏକଥା ଜାଣି ବୋରିସ୍‌ଙ୍କୁ ଅଭିନନ୍ଦନ ଜଣାଇଥିଲେ। ପରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଆଇପ୍ୟାଡ୍‌ ମଗାଇ ମ୍ୟାଚ୍‌ ସ୍କୋର ଦେଖିଥିଲେ। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସ୍ତରକୁ ଚାଲିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କପିଳଙ୍କ ନୂଆ ଲୁକ୍‌ରେ ଧୋନୀ, ରିଚାଡର୍‌ସଙ୍କ ଛାପ

ନୂଆଦିଲ୍ଲୀ, ୨୬।୪ (ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ କପିଳ ଦେବଙ୍କୁ ଏବେ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ରୂପେ ଲଣ୍ଡା ହେବା ସହ କିଛି...

ଦ୍ୱିତୀୟକୁ ଡେଇଁଲା ରାଜସ୍ଥାନ

ମୁମ୍ବାଇ,୧୫।୫: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ରବିବାର ରାତିରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୨୪ ରନ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ପରାସ୍ତ କରିଛିି। ରାଜସ୍ଥାନ...

ଫ୍ରେଞ୍ଚ୍‌ ଓପନ୍‌: ଟପ୍‌ ସିଡ୍‌ ହାଲେପ୍‌ଙ୍କ ବିପର୍ଯ୍ୟୟ, କ୍ୱାର୍ଟରରେ ଭିଟୋଲିନା

ପ୍ୟାରିସ୍‌,୫।୧୦(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଟପ୍‌ସିଡ୍‌ ମାନ୍ୟତା ପାଇଥିବା ରୋମାନିଆର ସିମୋନ ହାଲେପ୍‌ ରବିବାର ଚତୁର୍ଥ ରାଉଣ୍ଡରେ...

ସମ୍ମାନ ବଞ୍ଚାଇବା ପାଇଁ ପଡିଆକୁ ଓହ୍ଲାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ତୃତୀୟ ଦିନିକିଆ ମ୍ୟାଚ୍‌

କାନବେରା,୧।୧୨: ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଏକଦିବସୀୟ ସିରିଜ ହାରିଛି ଟିମ ଇଣ୍ଡିଆ। ଏବେ ଶେଷ ମ୍ୟାଚରେ ସମ୍ମାନ ବଞ୍ଚାଇବା ଦଳ ପାଇଁ ସୁଯୋଗ...

ଟି୨୦ ସିରିଜ୍‌ ବରାବର କଲା ଇଂଲଣ୍ଡ

ଡର୍ବାନ,୧୫।୨- ସ୍ଥାନୀୟ କିଙ୍ଗ୍ସମେଡ ଷ୍ଟାଡିୟମରେ ଅନୁଷ୍ଠିତ ହାଇ ସ୍କୋରିଂ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୨ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଫଳରେ ୩...

ଭାଙ୍ଗିଲା ଧୋନୀଙ୍କ ୧୭ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୪।୬:ଇଂଲଣ୍ଡର ତାରକା ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲର୍‌ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ସେ ଆଇପିଏଲର ୧୫ତମ ସିଜନରେ ୮୬୩ ରନ ସ୍କୋର...

ବଟଲରଙ୍କୁ ଗଫ୍‌ଙ୍କ ସତର୍କବାଣୀ

ସାଉଥାମ୍ପଟନ, ୧୪ା୭ (ପି.ଟି.)-ବର୍ତ୍ତମାନ ଫର୍ମରେ ନ ଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ୍‌ ବଟ୍‌ଲ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଆସନ୍ତା ଦୁଇଟି ଟେଷ୍ଟ ମ୍ୟାଚରେ ଯଦି ଭଲ ପ୍ରଦର୍ଶନ...

ସାନ ଭାଇଙ୍କୁ ଆଉଟ୍‌ କଲେ ବଡ଼ ଭାଇ: ଦେଖନ୍ତୁ ଆଉଟ୍‌ ପରେ କେମିତି ଥିଲା ପ୍ରତିକ୍ରିୟା

ମୁମ୍ବାଇ,୨୯।୩: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୨ର ଚତୁର୍ଥ ମ୍ୟାଚରେ ଲକ୍ଷ୍ନୌର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ତାଙ୍କ ଭାଇ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ...

Advertisement
Archives

Model This Week